ତୀର ଚାଳନା ପ୍ରଶିକ୍ଷଣ ବେଳେ ଅଘଟଣ; ‍‍ବାଳକଙ୍କ ଗାଲରେ ପଶିଗଲା ତୀର

ମୁମ୍ବାଇ: ତୀର ଚାଳନା ପ୍ରଶିକ୍ଷଣ ବେଳେ ଘଟିଲା ଅଘଟଣ। ପ୍ରଶିକ୍ଷଣ ନେଉଥିବା ଜଣେ ୧୫ ବର୍ଷୀୟ ବାଳକଙ୍କ ଗାଲରେ ପଶିଗଲା ତୀର।  ତୁରନ୍ତ ଉକ୍ତ ବାଳକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କ ଅପରେସନ ସଫଳ ହୋଇଥିବା ଜଣାଯାଇଛି। ଏହି ଲୋମଟାଙ୍କୁରା ଘଟଣା ମହାରାଷ୍ଟ୍ରର ଅମରାବତୀରେ ଘଟିଛି। ଅମରାବତୀର ଦରିୟାପୁର ଅଞ୍ଚଳରେ ଥିବା ଏକ ପଡ଼ିଆରେ ତୀର ଚାଳନା ପ୍ରଶିକ୍ଷଣ ଚାଲିଥିଲା। ଉକ୍ତ ୧୫ ବର୍ଷର ବାଳକ ମଧ୍ୟ ଏଥିରେ ସାମିଲ ହୋଇ ତୀର ଚାଳନାର […]

pic

pic

Niharika Rout
  • Published: Thursday, 24 November 2022
  • Updated: 24 November 2022, 02:53 PM IST

Sports

Latest News

ମୁମ୍ବାଇ: ତୀର ଚାଳନା ପ୍ରଶିକ୍ଷଣ ବେଳେ ଘଟିଲା ଅଘଟଣ। ପ୍ରଶିକ୍ଷଣ ନେଉଥିବା ଜଣେ ୧୫ ବର୍ଷୀୟ ବାଳକଙ୍କ ଗାଲରେ ପଶିଗଲା ତୀର।  ତୁରନ୍ତ ଉକ୍ତ ବାଳକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କ ଅପରେସନ ସଫଳ ହୋଇଥିବା ଜଣାଯାଇଛି। ଏହି ଲୋମଟାଙ୍କୁରା ଘଟଣା ମହାରାଷ୍ଟ୍ରର ଅମରାବତୀରେ ଘଟିଛି।

ଅମରାବତୀର ଦରିୟାପୁର ଅଞ୍ଚଳରେ ଥିବା ଏକ ପଡ଼ିଆରେ ତୀର ଚାଳନା ପ୍ରଶିକ୍ଷଣ ଚାଲିଥିଲା। ଉକ୍ତ ୧୫ ବର୍ଷର ବାଳକ ମଧ୍ୟ ଏଥିରେ ସାମିଲ ହୋଇ ତୀର ଚାଳନାର ପ୍ରଶିକ୍ଷଣ ନେଉଥିଲେ। ଏହି ସମୟରେ ହଠାତ୍‌ ଏକ ତୀର ଆସି ତାଙ୍କ ଗାଲରେ ପଶିଗଲା।

ତୁରନ୍ତ ଉକ୍ତ ବାଳକଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ଅତି ସାବଧାନତାର ସହ ଅପରେସନ କରି ବାଳକଙ୍କ ଗାଲରୁ ତୀରଟିକୁ ବାହାର କରିଥିଲେ। ବାଳକ ଜଣକ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କ ଅବସ୍ଥା ସ୍ଥିରଥିବା ଜଣାଯାଇଛି। ତେବେ କେଉଁଠୁ ଓ କିପରି ଉକ୍ତ ତୀରଟି ଆସି ବାଳକଙ୍କ ଗାଲରେ ପଶିଗଲା, ତା’ର ତନାଘନା ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos