ଆର୍ଟ ଅଫ୍ ଲିଭିଙ୍ଗକୁ ୪.୭୫ କୋଟି ଟଙ୍କା ପଇଠ କରିବାକୁ ଏନ୍‌ଜିଟିଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଶ୍ରୀ ଶ୍ରୀ ରବିଶଙ୍କରଙ୍କ ଆର୍ଟ ଅଫ୍ ଲିଭିଙ୍ଗ୍ ପକ୍ଷରୁ ଦିଆଯାଇଥିବା ୪.୭୫ କୋଟି ଟଙ୍କାର ବ୍ୟାଙ୍କ୍ ଗ୍ୟାରେଣ୍ଟି ପ୍ରସ୍ତାବକୁ ନ୍ୟାସ୍‌ନାଲ୍ ଗ୍ରୀନ୍ ଟ୍ରିବ୍ୟୁନାଲ୍ (ଏନ୍‌ଜିଟି) ଖାରଜ କରି ଦେଇଛନ୍ତି।  ଏକ ସପ୍ତାହ ମଧ୍ୟରେ ଏହି ଅର୍ଥ ଜମା କରିବାକୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେବା ସହିତ ୫୦୦୦ ଟଙ୍କାର ଜୋରିମାନା ଦେବାକୁ ବି କହିଛନ୍ତି। ଦିଲ୍ଲୀରେ ୱାର୍ଲ୍ଡ କଲ୍‌ଚର ଫେଷ୍ଟିଭାଲ୍ ଆୟୋଜନ ବେଳେ ପରିବେଶ ନିୟମଗୁଡ଼ିକୁ ଅଣଦେଖା କରିବା ଅଭିଯୋଗରେ ଗ୍ରୀନ୍ ଟ୍ରିବ୍ୟୁନାଲ୍ ଆର୍ଟ ଅଫ୍ ଲିଭିଙ୍ଗ୍ […]

sri_sri_ravi_shankar_

Rakesh Mallick
  • Published: Tuesday, 31 May 2016
  • , Updated: 31 May 2016, 10:31 AM IST

ନୂଆଦିଲ୍ଲୀ: ଶ୍ରୀ ଶ୍ରୀ ରବିଶଙ୍କରଙ୍କ ଆର୍ଟ ଅଫ୍ ଲିଭିଙ୍ଗ୍ ପକ୍ଷରୁ ଦିଆଯାଇଥିବା ୪.୭୫ କୋଟି ଟଙ୍କାର ବ୍ୟାଙ୍କ୍ ଗ୍ୟାରେଣ୍ଟି ପ୍ରସ୍ତାବକୁ ନ୍ୟାସ୍‌ନାଲ୍ ଗ୍ରୀନ୍ ଟ୍ରିବ୍ୟୁନାଲ୍ (ଏନ୍‌ଜିଟି) ଖାରଜ କରି ଦେଇଛନ୍ତି।  ଏକ ସପ୍ତାହ ମଧ୍ୟରେ ଏହି ଅର୍ଥ ଜମା କରିବାକୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେବା ସହିତ ୫୦୦୦ ଟଙ୍କାର ଜୋରିମାନା ଦେବାକୁ ବି କହିଛନ୍ତି।

ଦିଲ୍ଲୀରେ ୱାର୍ଲ୍ଡ କଲ୍‌ଚର ଫେଷ୍ଟିଭାଲ୍ ଆୟୋଜନ ବେଳେ ପରିବେଶ ନିୟମଗୁଡ଼ିକୁ ଅଣଦେଖା କରିବା ଅଭିଯୋଗରେ ଗ୍ରୀନ୍ ଟ୍ରିବ୍ୟୁନାଲ୍ ଆର୍ଟ ଅଫ୍ ଲିଭିଙ୍ଗ୍ ଉପରେ ୫ କୋଟି ଟଙ୍କାର ଜୋରିମାନା ଦଣ୍ଡାଦେଶ ଦେଇଥିଲେ। ଆର୍ଟ ଅଫ୍ ଲିଭିଙ୍ଗ୍ ଏଥିରୁ ୨୫ ଲକ୍ଷ ଟଙ୍କା ଜମା କରିଥିଲା। କିନ୍ତୁ କାର୍ଯ୍ୟକ୍ରମ ଶେଷ ହେବା ପରେ ବାକି ୪.୭୫ କୋଟି ଟଙ୍କା ଜମା କରି ନାହିଁ। ଏହି ଅର୍ଥ ଦେବା ବଦଳରେ ସଂସ୍ଥା ପକ୍ଷରୁ ବ୍ୟାଙ୍କ ଗ୍ୟାରେଣ୍ଟି ପ୍ରସ୍ତାବ ଦିଆଯାଇଥିଲା।

ଆଜି ଶୁଣାଣି ବେଳେ ଟ୍ରିବ୍ୟୁନାଲ୍ ଆର୍ଟ ଲିଭିଙ୍ଗ୍ ଉପରେ ବିରକ୍ତ ହୋଇଥିଲେ। ସଂସ୍ଥାର ଆବେଦନକୁ ଖାରଜ କରି ଟ୍ରିବ୍ୟୁନାଲ କହିଥିଲେ ଯେ ଠିକ୍ ସମୟରେ ୫ କୋଟି ଟଙ୍କା ଦାଖଲ କରିବା ସର୍ତ୍ତରେ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଅନୁମତି ଦିଆଯାଇଥିଲା। କିନ୍ତୁ ଆପଣ ଟଙ୍କା ନ ଦେବା ପାଇଁ ଆଳ କରି ବିଭିନ୍ନ ପ୍ରକାର ଆବେଦନ କରୁଛନ୍ତି।

Related story