ଅର୍ଥନୈତିକ ମହାଶକ୍ତି ହେବା ଦିଗରେ ଆଗେଇ ଚାଲିଛି ଭାରତ: ରାଜନାଥ

ଲକ୍ଷ୍ନୌ:  ଭାରତୀୟ ଅର୍ଥନୀତି ଦ୍ରୁତଗତିରେ ଅଭିବୃଦ୍ଧି କରୁଛି। ଗତବର୍ଷ ଚୀନ ଓ ଆମେରିକାଠାରୁ ଭାରତରେ ଅଧିକ ପୁଞ୍ଜିନିବେଶ ହୋଇଛି ବୋଲି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ଆଜି ଲକ୍ଷ୍ନୌରେ ପ୍ରକାଶ କରିଛନ୍ତି।

ସିଂ କହିଛନ୍ତି, “ଗତବର୍ଷ ଚୀନ ଓ ଆମେରିକା ତୁଳନାରେ ଭାରତରେ ଅଧିକ ୫୧ ବିଲିୟନ ଆମେରିକୀୟ ଡଲାର ଅଧିକ ନିବେଶ ହୋଇଥିଲା। ସେ ଦିନ ଆଉ ଦୂର ନୁହେଁ ଯେବେ ଭାରତ ଆର୍ଥିକ ମହାଶକ୍ତି ଭାବେ ଉଭା ହେବ।”

ସେ କହିଥିଲେ, “ଅଟଳ ବିହାରୀ ବାଜପେୟୀ ସରକାର ଅସିବା ଆଗରୁ ଭାରତର ଅର୍ଥ ବ୍ୟବସ୍ଥା ନାକାରାତ୍ମକ ଥିଲା। ତାଙ୍କ ଶାସନ କାଳରେ ଅଭିବୃଦ୍ଧି ହାର ୮.୪ ପ୍ରତିଶତରେ ପହଞ୍ଚିଥିଲା। ୟୁପିଏ ଶାସନର ୧୦ ବର୍ଷରେ ଏହା ଖସି ଯାଇଥିଲା। ଗତ ଦୁଇବର୍ଷରେ ଅଭିବୃଦ୍ଧି ୬ରୁ କିମ ଥିବା ବେଳେ ଏବେ ଏହା ୭.୬ ପ୍ରତିଶତରେ ପହଞ୍ଚି ଯାଇଛି।

ସେ କହିଛନ୍ତି, “ଭାରତୀୟ ରେଳ ଶ୍ରେଷ୍ଠ ପ୍ରଦର୍ଶନ କରୁଛି। ଏଥିରେ ବହୁ କୋଟି ଟଙ୍କା ବିନିଯୋଗ ହୋଇଛି। ଆଗାମୀ ଦିନରେ ଭାରତର ଯାତ୍ରୀମାନେ ବିକଶିତ ଦେଶର ଯାତ୍ରୀଙ୍କଠାରୁ ଅଧିକ ସୁବିଧା ପାଇପାରିବେ।”

ରେଳମନ୍ତ୍ରୀ ମନୋଜ ସିହ୍ନା କହିଛନ୍ତି, “ରେଳବାଇ କ୍ଷେତ୍ରରେ ପୁଞ୍ଜିନିବେଶ ଗତବର୍ଷ ୪୮,୦୦୦ କୋଟି ଟଙ୍କାରୁ ୧ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ଏହା ଆହୁରି ବଢି ୧.୨୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଲାଣି।”

ଆହୁରି ପଢ଼ନ୍ତୁ

କରୋନା ଚାପ ଦୂର କରିବାକୁ ଗଛ କୁଣ୍ଢାଉଛନ୍ତି ଏହି ଦେଶର ଲୋକେ

କଶ୍ମୀରରୁ ପୁଣି ଜଣେ ବିଜେପି ନେତାଙ୍କୁ ଅପହରଣ

ଜିଓ ଲଞ୍ଚ କରିବ ସ୍ୱଦେଶୀ ୫ଜି ସେବା, ଅମ୍ବାନୀ ଘୋଷଣା କଲେ ଅନେକ ବଡ଼ ଯୋଜନା

ହଳହଳ ହଳଦିଆ ବେଙ୍ଗର ଭିଡିଓ ଭାଇରାଲ, ମହିଳା ବେଙ୍ଗଙ୍କୁ ଆକର୍ଷିତ କରିବାକୁ ବଦଳାନ୍ତି ରଙ୍ଗ

ରିଙ୍ଗ୍ ଟୋନ୍‌ ସହ ତାଳ ଦେଇ ଡ୍ୟାନ୍ସ କରୁଛି ଚଢ଼େଇ, ଦେଖନ୍ତୁ ଭିଡିଓ

ପ୍ରକାଶ ପାଇଲା ସିବିଏସଇ ଦଶମ ରେଜଲ୍ଟ, ପାସ୍‌ ହାର କେତେ ଜାଣନ୍ତୁ

କାହିଁକି ଏଯାଏ ସଚିନ ପାଇଲଟଙ୍କୁ ବହିଷ୍କାର କରୁନି କଂଗ୍ରେସ, ଜାଣନ୍ତୁ କାରଣ

ଦୀର୍ଘ ୧୫ ଘଣ୍ଟା ଧରି ଆଲୋଚନା କଲେ ଭାରତ ଓ ଚାଇନା, ଏବେ ତୁଟିବ କି ବିବାଦ

ସାନିଟାଇଜର ଉପରେ ଲାଗିବ ୧୮% ଜିଏସ୍‌ଟି

ମହମ୍ମଦ ଉସମାନ: ପାକ୍‌ ସେନା ମୁଖ୍ୟ ହେବାକୁ ମିଳିଥିଲା ଅଫର, କିନ୍ତୁ ଭାରତ ପାଇଁ ସହିଦ ହେଲେ

ସଚିନ ଆଣ୍ଡ କୋଙ୍କୁ ଅଯୋଗ୍ୟ ଘୋଷଣା କରିବ କଂଗ୍ରେସ! ପଠାଇଲା ନୋଟିସ୍‌

ସଚିନ ପାଇଲଟ: ରାହୁଳଙ୍କ ଇସ୍ତଫା ପରଠୁଁ ମୋ ବିରୋଧରେ ମେଳି ଚାଲିଛି