ବିଦେଶ ଗସ୍ତ ବାତିଲ ନକରିବାକୁ ମୋଦିଙ୍କୁ ଅନୁରୋଧ କଲେ ଜେଟଲୀଙ୍କ ପରିବାର

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅରୁଣ ଜେଟଲୀଙ୍କ ପରଲୋକ ହୋଇଯାଇଥିବାବେଳେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ବିଦେଶ ଗସ୍ତରେ ଅଛନ୍ତି। ତେବେ ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ବିଦେଶ ଗସ୍ତକୁ କାଣ୍ଟଛାଣ୍ଟ କରି ଫେରିଆସିବାକୁ ଯୋଜନା କରୁଥିବା ଜାଣିବା ପରେ ଏପରି ନ କରିବାକୁ ଜେଟଲୀଙ୍କ ପରିବାର ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ୟୁଏଇ ଗସ୍ତରେ ଥିବା ମୋଦି ସମବେଦନା ଜଣାଇବା ପାଇଁ ଜେଟଲୀଙ୍କ ପତ୍ନୀ ଓ ପୁଅଙ୍କୁ ଫୋନ୍‌ କରିବା ସମୟରେ ଏହି […]

modi

modi

Subrat Kumar Nayak
  • Published: Saturday, 24 August 2019
  • Updated: 24 August 2019, 02:16 PM IST

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅରୁଣ ଜେଟଲୀଙ୍କ ପରଲୋକ ହୋଇଯାଇଥିବାବେଳେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ବିଦେଶ ଗସ୍ତରେ ଅଛନ୍ତି। ତେବେ ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ବିଦେଶ ଗସ୍ତକୁ କାଣ୍ଟଛାଣ୍ଟ କରି ଫେରିଆସିବାକୁ ଯୋଜନା କରୁଥିବା ଜାଣିବା ପରେ ଏପରି ନ କରିବାକୁ ଜେଟଲୀଙ୍କ ପରିବାର ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ୟୁଏଇ ଗସ୍ତରେ ଥିବା ମୋଦି ସମବେଦନା ଜଣାଇବା ପାଇଁ ଜେଟଲୀଙ୍କ ପତ୍ନୀ ଓ ପୁଅଙ୍କୁ ଫୋନ୍‌ କରିବା ସମୟରେ ଏହି ବିଷୟରେ ଆଲୋଚନା ହୋଇଥିବା ଜଣାପଡ଼ିଛି।

ଆଜି ୧୨ ଘଣ୍ଟା ୭ ମିନିଟ୍‌ରେ ଦିଲ୍ଲୀ ଏମ୍ସଠାରେ ଜେଟ୍‌ଲୀଙ୍କର ଦେହାନ୍ତ ହୋଇଛି। ଏହାପରେ ଜେଟଲୀଙ୍କ ପରିବାର ଲୋକଙ୍କ ସହ ମୋଦି ଫୋନ୍‌ ଯୋଗେ କଥା ହୋଇଥିଲେ। ଏତଦ୍‌ବ୍ୟତୀତ ସେ ଟ୍ୱିଟର ଯୋଗେ ମଧ୍ୟ ଜେଟଲୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ସେ ଟ୍ୱିଟ୍‌ କରି କହିଥିଲେ, ଅରୁଣ ଜେଟଲୀଙ୍କ ପରଲୋକରେ ମୁଁ ଜଣେ ମୁଲ୍ୟବାନ ବନ୍ଧୁଙ୍କୁ ହରାଇଲି, ଯାହାଙ୍କୁ ମୁଁ ଦଶନ୍ଧି ଦଶନ୍ଧି ଧରି ସମ୍ମାନ ଜଣାଇଆସିଥିଲି। ବିଭିନ୍ନ ପ୍ରସଙ୍ଗରେ ତାଙ୍କର ଗଭୀର ଜ୍ଞାନ ଏବଂ ବିଭିନ୍ନ ପ୍ରସଙ୍ଗକୁ ଭଲରେ ବୁଝିବାରେ ଖୁବ୍‌ କମ୍‌ ଜଣ ତାଙ୍କ ସମସ୍କନ୍ଧ ଥିଲେ।

ସେ ଆହୁରି ମଧ୍ୟ କହିଥିଲେ, “ଅରୁଣ ଜେଟଲୀ ଜଣେ ରାଜନୀତିକ ବିଜ୍ଞ ବ୍ୟକ୍ତି ଥିଲେ। ତାଙ୍କର ଭାରତ ପ୍ରତି ଅବଦାନ ବହୁତ ରହିଥିଲା। ତାଙ୍କ ପରଲୋକ ବହୁତ ଦୁଃଖ ଦେଇଛି। ମୁଁ ତାଙ୍କ ପତ୍ନୀ ସଙ୍ଗୀତା ଏବଂ ପୁଅ ରୋହନ ସହ କଥା ହେଇଛି ଏବଂ ସମବେଦନା ଜଣାଇଛି।”

ସୂଚନାଯୋଗ୍ୟ ଯେ, ମୋଦି ବର୍ତ୍ତମାନ ୫ଦିନ ୩ପାଇଁ ୩ଟି ଦେଶ ଗସ୍ତରେ ଅଛନ୍ତି। ସେ ଏହି ଗସ୍ତରେ ଫ୍ରାନ୍‌, ୟୁଏଇ ଏବଂ ବାହରିନ୍‌ ଯିବାର ଅଛି। ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ୟୁଏଲ ମାକରନ୍‌ଙ୍କ ନିମନ୍ତ୍ରଣ କ୍ରମେ ସେ ପ୍ରଥମେ ଫ୍ରାନ୍ସ ଗସ୍ତ କରିଥିଲେ। ଏହା ଭିତରେ ଗୁରୁତ୍ୱପୂର୍ଣ୍ଣ ଜି ୭ ସମ୍ମିଳନୀ ମଧ୍ୟ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos