ଲାହୋରରୁ ଦିଲ୍ଲୀ ଆସିଥିଲେ ଜେଟଲୀଙ୍କ ପରିବାର

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ୨ଟି ଦେଶରେ ବିଭାଜିତ ହେବାପରେ ଅରୁଣ ଜେଟଲୀଙ୍କ ପରିବାର ଭାରତ ଚାଲିଆସିଥିଲେ। ୧୯୪୭ ମସିହା ପୂର୍ବରୁ ଅରୁଣ ଜେଟଲୀଙ୍କ ପରିବାର ଲାହୋରରେ ଥିଲେ। ଜେଟଲୀଙ୍କ ଜେଜେବାପା ଲାହୋରରୁ ଆସି ନାରାୟଣ ବିହାରରେ ରହୁଥିଲେ। ଅରୁଣ ଜେଟଲୀଙ୍କ ବାପା ମହାରାଜ କିଶନ ଜେଟଲୀ ମଧ୍ୟ ଓକିଲ ଥିଲେ। ସେ ଦିଲ୍ଲୀରେ ଓକିଲାତି କରୁଥିଲେ। ବାପାଙ୍କ ଅନୁସରଣ କରି ଜେଟଲୀ ମଧ୍ୟ ଓକିଲାତିରେ ପାଦ ଥାପିଥିଲେ। ସେ ୧୯୫୭-୬୯ ସେଣ୍ଟ ଜାଭିୟର୍ସ ସ୍କୁଲରୁ ପଢ଼ିବା […]

arun

arun

Subrat Kumar Nayak
  • Published: Saturday, 24 August 2019
  • Updated: 24 August 2019, 06:29 PM IST

Sports

Latest News

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ୨ଟି ଦେଶରେ ବିଭାଜିତ ହେବାପରେ ଅରୁଣ ଜେଟଲୀଙ୍କ ପରିବାର ଭାରତ ଚାଲିଆସିଥିଲେ। ୧୯୪୭ ମସିହା ପୂର୍ବରୁ ଅରୁଣ ଜେଟଲୀଙ୍କ ପରିବାର ଲାହୋରରେ ଥିଲେ। ଜେଟଲୀଙ୍କ ଜେଜେବାପା ଲାହୋରରୁ ଆସି ନାରାୟଣ ବିହାରରେ ରହୁଥିଲେ।

ଅରୁଣ ଜେଟଲୀଙ୍କ ବାପା ମହାରାଜ କିଶନ ଜେଟଲୀ ମଧ୍ୟ ଓକିଲ ଥିଲେ। ସେ ଦିଲ୍ଲୀରେ ଓକିଲାତି କରୁଥିଲେ। ବାପାଙ୍କ ଅନୁସରଣ କରି ଜେଟଲୀ ମଧ୍ୟ ଓକିଲାତିରେ ପାଦ ଥାପିଥିଲେ। ସେ ୧୯୫୭-୬୯ ସେଣ୍ଟ ଜାଭିୟର୍ସ ସ୍କୁଲରୁ ପଢ଼ିବା ପରେ ଶ୍ରୀରାମ କଲେଜ୍‌ ଅଫ୍‌ କମର୍ସରୁ ଗ୍ରାଜୁଏସନ୍‌ କରିଥିଲେ। ୧୯୭୭ ମସିହାରେ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଆଇନରେ ଉତ୍ତୀର୍ଣ୍ଣ ହୋଇଥିଲେ।

୧୯୭୪ ମସିହାରେ ସେ ଦିଲ୍ଲୀ ବିଶ୍ବବିଦ୍ୟାଳୟ ଛାତ୍ରସଂସଦର ସଭାପତି ହୋଇଥିଲେ। ସେହି ସମୟରୁ ହିଁ ସେ ଏବିଭିପି ସହିତ ଯୋଡ଼ି ହୋଇଥିଲେ। ଏହାପରେ ୧୯୮୦ ମସିହାରେ ସେ ବିଜେପିରେ ଯୋଗ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos