ଜେଟ୍‌ଲୀଙ୍କ ବିୟୋଗରେ ସ୍ତବ୍ଧ ରାଜନୀତି ଦୁନିଆ

ନୂଆଦିଲ୍ଲୀ: ବିଜେପି ପାଇଁ ଜଟିଳ ପ୍ରସଙ୍ଗରେ ସମାଧାନର ଅନ୍ୟନାମ ଥିଲେ ଅରୁଣ ଜେଟ୍‌ଲୀ। ରାଜନୀତିର ନୂଆ ମୁହଁଙ୍କ ପାଇଁ ଥିଲେ ପ୍ରେରଣା। ଆଉ ବିରୋଧୀଙ୍କ ମୁକାବିଲାରେ ସିଦ୍ଧ ହସ୍ତ ଅରୁଣ ବିରୋଧୀ ଦଳର ନେତା ମାନଙ୍କ ସହ ରଖିଆସିଥିଲେ ସୁଦୃଢ଼ ବ୍ୟକ୍ତିଗତ ସମ୍ପର୍କ। ସମ୍ଭବତଃ ଏହି କାରଣରୁ ବିଜେପି ସହିତ ସମସ୍ତ ଦଳରୁ ଆସିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ଶୋକ ବାର୍ତ୍ତା। ଲାଲକୃଷ୍ଣ ଆଡଭାନୀ- ମୋର ଅନ୍ୟତମ ଘନିଷ୍ଠ ସହଯୋଗୀ ଅରୁଣ ଜେଟଲୀଙ୍କ ବିୟୋଗରେ ମୁଁ […]

arun-jaitely

Subrat Kumar Nayak
  • Published: Saturday, 24 August 2019
  • , Updated: 24 August 2019, 07:41 PM IST

ନୂଆଦିଲ୍ଲୀ: ବିଜେପି ପାଇଁ ଜଟିଳ ପ୍ରସଙ୍ଗରେ ସମାଧାନର ଅନ୍ୟନାମ ଥିଲେ ଅରୁଣ ଜେଟ୍‌ଲୀ। ରାଜନୀତିର ନୂଆ ମୁହଁଙ୍କ ପାଇଁ ଥିଲେ ପ୍ରେରଣା। ଆଉ ବିରୋଧୀଙ୍କ ମୁକାବିଲାରେ ସିଦ୍ଧ ହସ୍ତ ଅରୁଣ ବିରୋଧୀ ଦଳର ନେତା ମାନଙ୍କ ସହ ରଖିଆସିଥିଲେ ସୁଦୃଢ଼ ବ୍ୟକ୍ତିଗତ ସମ୍ପର୍କ। ସମ୍ଭବତଃ ଏହି କାରଣରୁ ବିଜେପି ସହିତ ସମସ୍ତ ଦଳରୁ ଆସିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ଶୋକ ବାର୍ତ୍ତା।

ଲାଲକୃଷ୍ଣ ଆଡଭାନୀ- ମୋର ଅନ୍ୟତମ ଘନିଷ୍ଠ ସହଯୋଗୀ ଅରୁଣ ଜେଟଲୀଙ୍କ ବିୟୋଗରେ ମୁଁ ଗଭୀର ଦୁଃଖିତ। ଆଇନ ଦୁନିଆରେ ସୁପ୍ରିସଦ୍ଧ ଅରୁଣ ଅଦ୍ଭୁତପୂର୍ବ ସାଂସଦ ଏବଂ ମହାନ ପ୍ରଶାସକ ମଧ୍ୟ ଥିଲେ। ମୁଁ ସଭାପତି ଥିବା ସମୟରେ ଜଣେ ଉତ୍ସର୍ଗୀକୃତ କର୍ମୀ ହୋଇଥିବାରୁ ତାଙ୍କୁ କୋର୍‌ ଟିମ୍‌ରେ ସାମିଲ କରାଯାଇଥିଲା ଏବଂ ପରେ ସେ ବଡ଼ ନେତା ହୋଇ ବାହାରିଥିଲେ।

ରାଜନାଥ ସିଂହ- ଅରୁଣ ଜେଟଲୀ ସବୁବେଳେ ଅର୍ଥନୀତିକୁ ସଠିକ୍‌ ଟ୍ରାକ୍‌କୁ ଆଣିଥିବାରୁ ପ୍ରଶଂସିତ ହେବେ। ବିଜେପି ସବୁବେଳେ ଅରୁଣଙ୍କ ଉପସ୍ଥିତିକୁ ମନେପକାଇବ। ମୁଁ ତାଙ୍କ ପରିବାର ଲୋକଙ୍କ ପ୍ରତି ସମବେଦନା ଜଣାଉଛି।

ମମତା ବାନାର୍ଜୀ- ଅରୁଣ ଜେଟଲୀଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରୁଛି। ସେ ଅଦ୍ଭୁତପୂର୍ବ ସାଂସଦ ଓ ବିଚକ୍ଷଣ ଓକିଲ ଥିଲେ। ସବୁ ଦଳରୁ ତାଙ୍କ ପ୍ରତି ସମ୍ମାନ ରହିଥିଲା। ଭାରତୀୟ ରାଜନୀତିକୁ ତାଙ୍କ ଅବଦାନ ମନେ ରହିବ।

ଚନ୍ଦ୍ରବାବୁ ନାଇଡ଼ୁ- ଅରୁଣ ଜେଟଲୀଙ୍କ ପରଲୋକ ବାବଦରେ ସୂଚନା ପାଇ ମୁଁ ଦୁଃଖିତ। ବହୁ ବର୍ଷ ଧରି ତାଙ୍କ ସହ ବନ୍ଧୁତ୍ୱକୁ ମନେ ପକାଉଛି। ତାଙ୍କ ପରିବାର ପ୍ରତି ସମବେଦନା ଜଣାଉଛି।

ରାହୁଲ ଗାନ୍ଧି- ମୁଁ ଅରୁଣ ଜେଟଲୀଙ୍କ ବିୟୋଗ ବାବଦରେ ସୂଚନା ପାଇ ଦୁଃଖିତ। ତାଙ୍କ ବନ୍ଧୁ ଓ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଉଛି। ତାଙ୍କ ଅମର ଆତ୍ମାର ଶାନ୍ତି କାମନା କରୁଛି।

ପ୍ରକାଶ ଜାଭଡେକର- ଅନ୍ୟତମ ଶ୍ରେଷ୍ଠ ବାଗ୍ମୀ ଅରୁଣ ଜେଟଲୀ ସ୍ପଷ୍ଟବାଦୀ ଭାବେ ଜଣାଶୁଣା। ବର୍ଷକରେ ଆମେ ଅନେକ ନେତାଙ୍କୁ ହରାଇସାରିଲୁଣି। ଅଟଳ ବିହାରୀ ପାଜପେୟୀ, ଅନନ୍ତ କୁମାର, ମନୋହର ପାରିକର, ସୁଷମା ସ୍ୱରାଜ ଏବଂ ଏବେ ଅରୁଣ ଜେଟଲୀ।

ଅରବିନ୍ଦ କେଜ୍ରିୱାଲ- ଦେଶରେ ଭଲ ନେତାଙ୍କ ମଧ୍ୟରୁ ଅନ୍ୟତମ ଥିଲେ ଅରୁଣ ଜେଟଲୀ। ଜଣେ ଭଲ ମଣିଷ ଜେଟଲୀ ସୁନ୍ଦର ବକ୍ତା ମଧ୍ୟ ଥିଲେ। ମୁଁ ତାଙ୍କ ସହ ସୁସମ୍ପର୍କ ରଖିଥିଲି। ତାଙ୍କ ପରଲୋକ ,କ ଅପୂରଣୀୟ କ୍ଷତି, ଦିଲ୍ଲୀ ତାଙ୍କୁ ମନେ ପକାଇବ।

ପୀୟୂଷ ଗୋଏଲ- ଅରୁଣ ଜେଟଲୀ ଭଦ୍ର ରାଜନୀତିର ପ୍ରତୀକ ଥିଲେ। ମୋର ଜଣେ ଭାଇ ଏବଂ ଗୁରୁଙ୍କ ମୃତ୍ୟୁରେ ମୁଁ ଗଭୀର ଭାବେ ମର୍ମାହତ। ମୋ ପରିବାର ବାଦ୍‌ ୧୯୮୬ ପରଠାରୁ ସେ ହିଁ ମୋ ଦାୟିତ୍ୱ ନେଇଆସିଥିଲେ।

ଜେପି ନଡ୍ଡା- ଉଭୟ ଦଳ ଏବଂ ସରକାରର ଦାୟିତ୍ୱ ତୁଲାଇବାରେ ଅରୁଣ ଜେଟଲୀ ରାଷ୍ଟ୍ରପତି ତାଙ୍କ ସେବା ମନୋଭାବର ପ୍ରମାଣ ଦେଇଛନ୍ତି। ଭାରତର ଅର୍ଥନୀତି ଏବଂ ପ୍ରତିରକ୍ଷା ଆଦିକୁ ସୁଦୃଢ଼ କରିବାରେ ତାଙ୍କର ବଡ଼ ଭୂମିକା ରହିଛି।

ନିର୍ମଳା ସୀତାରମଣ- ଆମ ସମସ୍ତଙ୍କ ଗୁରୁ, ଜଣେ ଦିଗ୍‌ଦର୍ଶକ ଏବଂ ନୈତିକ ସମର୍ଥକ ଥିଲେ ଅରୁଣ ଜେଟଲୀ। ଜଣେ ହୃଦୟବାନ ମଣିଷ ଥିଲେ ସେ। ସମସ୍ତଙ୍କୁ ସବୁବେଳେ ସାହାଯ୍ୟ କରିବାକୁ ସେ ପ୍ରସ୍ତୁତ ଥିଲେ। ତାଙ୍କ ବୁଦ୍ଧିମତା, ଚତୁରତା ଏବଂ ବିଜ୍ଞତାର ସମସ୍କନ୍ଧ କେହି ନାହାନ୍ତି।

Related story