ମୋଦିଙ୍କ ବିବାଦୀୟ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଲେ ଜେଟଲି

ନୂଆଦିଲ୍ଳୀ: ନିର୍ବାଚନ ପ୍ରଚାର ବେଳେ ନରେନ୍ଦ୍ର ମୋଦି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଉପରେ ଦେଇଥିବା ବିବାଦୀୟ ବୟାନକୁ ନେଇ ସଂସଦରେ ସପ୍ତାହ ହେବ ଚାଲୁ ରହିଥିବା ଅଚଳାବସ୍ଥା ଦୂର ହୋଇଛି। ବିରୋଧୀଙ୍କ ଜିଦ୍ ପରେ ରାଜ୍ୟସଭାରେ ସଫେଇ ଦେଇଛନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟଲି। ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି, ମନମୋହନ ସିଂହ ଓ ପୂର୍ବତନ ଉପ ରାଷ୍ଟ୍ରପତି ହମିଦ ଅନସାରୀଙ୍କ ଦେଶଭକ୍ତି ଓ ନିଷ୍ଠାକୁ ନେଇ କୌଣସି ପ୍ରଶ୍ନ ଉଠାଇ ନାହାନ୍ତି, […]

arun-jaitley2

arun-jaitley2

Rakesh Mallick
  • Published: Wednesday, 27 December 2017
  • Updated: 27 December 2017, 10:19 PM IST

Sports

Latest News

ନୂଆଦିଲ୍ଳୀ: ନିର୍ବାଚନ ପ୍ରଚାର ବେଳେ ନରେନ୍ଦ୍ର ମୋଦି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଉପରେ ଦେଇଥିବା ବିବାଦୀୟ ବୟାନକୁ ନେଇ ସଂସଦରେ ସପ୍ତାହ ହେବ ଚାଲୁ ରହିଥିବା ଅଚଳାବସ୍ଥା ଦୂର ହୋଇଛି। ବିରୋଧୀଙ୍କ ଜିଦ୍ ପରେ ରାଜ୍ୟସଭାରେ ସଫେଇ ଦେଇଛନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟଲି। ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି, ମନମୋହନ ସିଂହ ଓ ପୂର୍ବତନ ଉପ ରାଷ୍ଟ୍ରପତି ହମିଦ ଅନସାରୀଙ୍କ ଦେଶଭକ୍ତି ଓ ନିଷ୍ଠାକୁ ନେଇ କୌଣସି ପ୍ରଶ୍ନ ଉଠାଇ ନାହାନ୍ତି, କିମ୍ବା ତାଙ୍କର ଏଭଳି କୌଣସି ଉଦ୍ଦେଶ୍ୟ ମଧ୍ୟ ନଥିଲା। ଏହି ଧାରଣା ସଂପୂର୍ଣ୍ଣ ରୂପେ ଭିନ୍ନ। ଆମେ ଏହି ନେତାଙ୍କୁ ସମ୍ମାନ ଦେଉ ଓ ଦେଶ ପ୍ରତି ଏମାନଙ୍କ ପ୍ରତିବଦ୍ଧତାକୁ ମାନୁ।

ଜେଟଲିଙ୍କ ସଫେଇ ପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ସାଂସଦ ଗୁଲାମ ନବୀ ଆଜାଦ। ସେ କହିଛନ୍ତି- ଆମେ ଜେଟଲିଙ୍କ ବୟାନକୁ ସମ୍ମାନ କରୁ। ଆମେ ମଧ୍ୟ ପ୍ରଧାନମନ୍ତ୍ରୀ ପଦର ଗରିମାକୁ ତଳେ ପକାଇବାକୁ ଚାହୁଁ ନାହୁଁ। ତେଣୁ ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ କୌଣସି ପ୍ରକାର ମନ୍ତବ୍ୟକୁ ସମର୍ଥନ କରି ନଥିଲୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos