‘କଳା ଦିବସ’ ବନାମ ‘କଳାଧନ ବିରୋଧ ଦିବସ’: ନୋଟ୍‌ବନ୍ଦୀର ପ୍ରଥମ ଜନ୍ମଦିନକୁ ନେଇ ରାଜନୀତି

ନୂଆଦିଲ୍ଲୀ: ନଭେମ୍ବର ୮ରେ ନୋଟ୍‌ବନ୍ଦୀକୁ ବର୍ଷେ ପୂରିବାକୁ ଯାଉଛି। ନୋଟ୍‌ବନ୍ଦୀ ହେବା ଦିନଠାରୁ ସରକାର ଓ ବିରୋଧୀଙ୍କ ମଧ୍ୟରେ ଲାଗି ରହିଛି ତୁ ତୁ ମେଁ ମେଁ ରାଜନୀତି। ଏହା ଦେଶ ବିରୋଧୀ ଓ ଆର୍ଥିକ ଦୁର୍ଗତିର କାରଣ ବୋଲି ବିରୋଧୀ ଦଳଗୁଡିକ କହୁଥିବା ବେଳେ ସରକାରଙ୍କ ମତ ଭିନ୍ନ। କଳାଟଙ୍କା କାରବାର ରୋକିବା ଓ କ୍ୟାସ୍‌ଲେସ୍‌ ଟ୍ରାଞ୍ଜାକ୍ସନ ଏହାର ମୂଳ ଲକ୍ଷ୍ୟ ବୋଲି ସରକାର କହୁଛନ୍ତି। ସେ ଯାହା ହେଉ ନଭେମ୍ବର ୮କୁ ନୋଟ୍‌ବନ୍ଦୀ ତା’ର […]

Rakesh Mallick
  • Published: Wednesday, 25 October 2017
  • Updated: 25 October 2017, 06:09 PM IST

Sports

Latest News

ନୂଆଦିଲ୍ଲୀ: ନଭେମ୍ବର ୮ରେ ନୋଟ୍‌ବନ୍ଦୀକୁ ବର୍ଷେ ପୂରିବାକୁ ଯାଉଛି। ନୋଟ୍‌ବନ୍ଦୀ ହେବା ଦିନଠାରୁ ସରକାର ଓ ବିରୋଧୀଙ୍କ ମଧ୍ୟରେ ଲାଗି ରହିଛି ତୁ ତୁ ମେଁ ମେଁ ରାଜନୀତି। ଏହା ଦେଶ ବିରୋଧୀ ଓ ଆର୍ଥିକ ଦୁର୍ଗତିର କାରଣ ବୋଲି ବିରୋଧୀ ଦଳଗୁଡିକ କହୁଥିବା ବେଳେ ସରକାରଙ୍କ ମତ ଭିନ୍ନ। କଳାଟଙ୍କା କାରବାର ରୋକିବା ଓ କ୍ୟାସ୍‌ଲେସ୍‌ ଟ୍ରାଞ୍ଜାକ୍ସନ ଏହାର ମୂଳ ଲକ୍ଷ୍ୟ ବୋଲି ସରକାର କହୁଛନ୍ତି। ସେ ଯାହା ହେଉ ନଭେମ୍ବର ୮କୁ ନୋଟ୍‌ବନ୍ଦୀ ତା’ର ପ୍ରଥମ ଜନ୍ମଦିନ ପାଳନ କରିବ। ଏହାକୁ ମନାଇବାକୁ ଉଭୟ ସରକାର ଓ ବିରୋଧୀ ରଣନୀତି ପ୍ରସ୍ତୁତ କରି ସାରିଛନ୍ତି।

ବିରୋଧୀ ଏହି ଦିନକୁ ‘କଳା ଦିବସ’ ଭାବେ ପାଳନ କରିବେ ବୋଲି ଘୋଷଣା କରିଛନ୍ତି। ଏବେ କେନ୍ଦ୍ର ସରକାର ବିରୋଧୀଙ୍କୁ ଟାର୍ଗେଟ କରିବା ସହ ଏହି ଦିନକୁ ‘କଳାଧନ ବିରୋଧ ଦିବସ’ ଭାବେ ପାଳନ କରିବାକୁ ଘୋଷଣା କରିଛନ୍ତି।

notebandi-bank-atmଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି- “ନଭେମ୍ବର ୮କୁ ସାରା ଦେଶରେ କଳାଧନ ବିରୋଧ ଦିସବ ଭାବେ ପାଳନ କରାଯିବ। ଏହିଦିନ ବିଜେପି ନେତାମାନେ ଲୋକଙ୍କ ପାଖକୁ ଯାଇ କଳାଧନ ବିରୋଧରେ ସରକାର ନେଇଥିବା ପଦକ୍ଷେପ ବିଷୟରେ ଅବଗତ କରାଇବେ।”

ସେ ଆହୁରି କହିଛନ୍ତି, ନୋଟବନ୍ଦୀ କଳାଧନ ବିରୋଧରେ ଏକ ବଡ଼ ଅଭିଯାନ ଥିଲା। ଏହା ଜରିଆରେ କଳାଧନ ରଖିଥିବା ବ୍ୟକ୍ତିଙ୍କୁ ନିଜ ସମ୍ପତ୍ତି ଜଣାଇବାକୁ ଶେଷ ସୁଯୋଗ ଦିଆଯାଇଥିଲା। ଏହାସହ କ୍ୟାସ୍‌ଲେସ୍‌ ଟ୍ରାଞ୍ଜାକ୍ସନ ମଧ୍ୟ ଏହାର ଏକ ଲକ୍ଷ୍ୟ ଥିଲା।”

ଗତକାଲି ବିରୋଧୀ ନଭେମ୍ବର ୮କୁ ‘ଶତାବ୍ଦୀର ସବୁଠାରୁ ବଡ଼ ଘୋଟାଲା’ ବୋଲି କହିଥିଲେ। ଏହାସହ ଏହି ଦିନକୁ କଳା ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଛନ୍ତି। ନୋଟବନ୍ଦୀ ଯୋଗୁଁ ଦେଶର ଅର୍ଥ ବ୍ୟବସ୍ଥା ଓ ଚାକିରି ସୃଷ୍ଟି ଉପରେ ପ୍ରଭାବ ପଡିଛି ବୋଲି ବିରୋଧୀ ଅଭିଯୋଗ କରୁଛନ୍ତି।

କ’ଣ ରହିବ ସାଧରଣ ଜନତାଙ୍କ ମତ ?

ନଭେମ୍ବର ୮କୁ ସମ୍ମୁଖୀନ କରିଥିବା ଲୋକେ ଏହି ଦିନଟିକୁ କେବେ ବି ଭୁଲିବେ ନାହିଁ। ମୋଦି ସରକାର ଏହିଦିନ ୧୦୦୦ ଓ ପୁରଣା ୫୦୦ ଟଙ୍କିଆ ନୋଟ୍‌ ପ୍ରଚଳନକୁ ବନ୍ଦ କରିଦେଇଥିଲେ। ଏହାସହ ବ୍ୟାଙ୍କ ନେଣଦେଣ ଉପରେ କଟକଣା ଜାରି କରିଥିଲେ। ଯାହାର ପ୍ରଭାବ ସାରା ଦେଶରେ ପଡିଥିଲା। ଲୋକେ ହଜାର ହଜାର ସଂଖ୍ୟାରେ ଏଟିଏମ୍‌ ଆଗରେ ଛିଡା ହୋଇ ଟଙ୍କା ଉଠାଉଥିଲେ। ହଠାତ ୧୦୦୦ ଓ ୫୦୦ ଟଙ୍କିଆ ବନ୍ଦର ପ୍ରଭାବ ବଜାର ଉପରେ ମଧ୍ୟ ପଡିଥିଲା। ସମସ୍ତଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା। ଏହାସତ୍ତ୍ୱେ ମୋଦି ସରକାରଙ୍କ ନିଷ୍ପତ୍ତିକୁ କେହି ସମାଲୋଚନା କରି ନଥିଲେ। ଏପରିକି ଦେଶର ଭଲ ପାଇଁ ଯଦି କିଛି ଦିନ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ଏହା ମଧ୍ୟ ସହିବାକୁ ଆମେ ରାଜି ବୋଲି କିଛି ଲୋକ ବିଭିନ୍ନ ଗଣମାଧ୍ୟମ ଆଗରେ ଖୋଲାଖୋଲି ପ୍ରକାଶ କରିଥିଲେ। ଏବେ ଦେଖିବାକୁ ବାକି ରହିଲା ଯେତେବେଳେ ସରକାର ଓ ବିରୋଧୀ ନିଜ ନିଜର ‘ନଭେମ୍ବର ୮’ ରଣନୀତି ନେଇ ବାହାରକୁ ଆସିବେ ସାଧାରଣ ଜନତା କାହାକୁ ସମର୍ଥନ ଦେବେ ?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos