ନୂଆଦିଲ୍ଲୀ: ବୁକର୍ ବିଜେତା ଅରୁନ୍ଧତୀ ରାୟ ଏବଂ ବିବାଦ ପରସ୍ପରର ପାଖ ଛାଡ଼ୁନାହାନ୍ତି। ଗତ କିଛି ଦିନ ତଳେ ଏନ୍ପିଆରକୁ ସମାଲୋନଚନା କରି ରାଙ୍ଗା ବିଲ୍ଲାର ପରିଚୟ ଦେବାକୁ କହିଥିବା ଏହି ପ୍ରସିଦ୍ଧ ଲେଖିକା ଆଜି ଜାମିଆ ମିଲିଆ ଇସ୍ଲାମିଆ ବିଶ୍ୱବିଦ୍ୟାଳୟଠାରେ ପୁଣି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ ଏଥର ‘ଡିଟେନ୍ସନ୍ ସେଣ୍ଟର’ ବାବଦରେ ମତ ରଖିଛନ୍ତି।
ସେ କହିଛନ୍ତି, “ଆମେ ସମସ୍ତେ ଯଦି ଏକାଠି ହେବା, ଆମ ପାଇଁ ଏତେ ବଡ଼ ଡିଟେନ୍ସନ୍ ସେଣ୍ଟର ନଥିବ। ହୁଏତ ଏଭଳି ଦିନ ଆସିବ ଯେତେବେଳେ ସରକାର ଡିଟେନ୍ସନ୍ ସେଣ୍ଟରରେ ଥିବ ଏବଂ ଆମେ ସମସ୍ତେ ଆଜାଦ୍ ଥିବା।”
ସୂଚନାଯୋଗ୍ୟ ଯେ, ନାଗରିକତା ସଂଶୋଧନ ଆଇନ ବା ସିଏଏକୁ ନେଇ ଜାମିଆ ଓ ଜେଏନ୍ୟୁ ଆଦି ବିଶ୍ୱବିଦ୍ୟାଳୟରେ ପ୍ରବଳ ହଙ୍ଗାମା ଦେଖିବାକୁ ମିଳିଛି। ଏହି ଆଇନ ବଳରେ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରେ ନିଜ ଧର୍ମ ପାଇଁ ନିର୍ଯାତନାର ଶିକାର ହେଉଥିବା ସଂଖ୍ୟାଲଘୁ ଯଥା ହିନ୍ଦୁ, ଶିଖ୍, ଖ୍ରୀଷ୍ଟିଆନ୍, ପାର୍ସୀ, ବୌଦ୍ଧ ଏବଂ ଜୈନ ଧର୍ମାବଲମ୍ବୀଙ୍କୁ ନାଗରିକତା ମିଳିବ। ତେବେ ସର୍ତ୍ତ ରହିଛି ସେମାନେ ୨୦୧୪ ଡିସେମ୍ବର ୩୧ ପୂର୍ବରୁ ଭାରତରେ ରହୁଥିବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।