୨୦ ବର୍ଷ ପରେ ବିହାରରେ ବଦଳିବ ଏନଡିଏର ଚିତ୍ର ଓ ଚରିତ୍ର!

ପାଟଣା: ବିହାର ନିର୍ବାଚନର ଫଳାଫଳ ଗଣତି ଚାଲିଛି। ଏନଡିଏ ତୃତୀୟ ଥର ପାଇଁ ସରକାର ଗଠନ କରିବ ବୋଲି ଆକଳନ କରାଯାଉଛି। ଏବେର ଗଣତି ଟ୍ରେଣ୍ଡ ଯଦି ଚୂଡ଼ାନ୍ତ ଫଳାଫଳ ହେବ ତାହେଲେ ଦୀର୍ଘ ୨୦ ବର୍ଷ ପରେ ବିଜେପି ରାଜ୍ୟରେ ବିଗ୍ ବ୍ରଦର ବା ବଡ଼ ଭାଇ ଭୂମିକାରେ ଆସିବ। ରାଜ୍ୟର ମୁଖ୍ୟ ଦଳ ଜେଡିୟୁ କିନ୍ତୁ ପୂର୍ବବର୍ଷ ତୁଳନାରେ ଦୁର୍ବଳ ହୋଇଛି। ୨୦୧୫ ଅପେକ୍ଷା ବିଜେପି ରାଜ୍ୟରେ ଅଧିକ ଆସନ ପାଇବ ବୋଲି ଜଣାପଡିଛି। […]

modi nitish

Subhransu Sekhar
  • Published: Tuesday, 10 November 2020
  • , Updated: 10 November 2020, 03:57 PM IST

ପାଟଣା: ବିହାର ନିର୍ବାଚନର ଫଳାଫଳ ଗଣତି ଚାଲିଛି। ଏନଡିଏ ତୃତୀୟ ଥର ପାଇଁ ସରକାର ଗଠନ କରିବ ବୋଲି ଆକଳନ କରାଯାଉଛି। ଏବେର ଗଣତି ଟ୍ରେଣ୍ଡ ଯଦି ଚୂଡ଼ାନ୍ତ ଫଳାଫଳ ହେବ ତାହେଲେ ଦୀର୍ଘ ୨୦ ବର୍ଷ ପରେ ବିଜେପି ରାଜ୍ୟରେ ବିଗ୍ ବ୍ରଦର ବା ବଡ଼ ଭାଇ ଭୂମିକାରେ ଆସିବ। ରାଜ୍ୟର ମୁଖ୍ୟ ଦଳ ଜେଡିୟୁ କିନ୍ତୁ ପୂର୍ବବର୍ଷ ତୁଳନାରେ ଦୁର୍ବଳ ହୋଇଛି। ୨୦୧୫ ଅପେକ୍ଷା ବିଜେପି ରାଜ୍ୟରେ ଅଧିକ ଆସନ ପାଇବ ବୋଲି ଜଣାପଡିଛି। ବର୍ତ୍ତମାନ ସୁଦ୍ଧା ବିଜେପି ୭୦ ରୁ ୮୦ ଟି ସିଟରେ ବିଜୟୀ ହେବ ବୋଲି ଆକଳନ କରାଯାଉଛି। ୨୦୧୫ରେ ଜେଡିୟୁ ୭୧ଟି ଆସନରେ ବିଜୟୀ ହୋଇଥିଲା। ଏବେ କିନ୍ତୁ ଜେଡିୟୁ ପ୍ରାୟ ୨୦ ରୁ ୨୫ ଟି ସିଟ୍ ହରାଇବ ବୋଲି ଆକଳନ କରାଯାଉଛି।

ଯଦି ନିର୍ବାଚନ ଫଳାଫଳରେ ବିଜେପି ଜେଡିୟୁ ଅପେକ୍ଷା ଅଧିକ ଆସନରେ ବିଜୟୀ ହେବ ତାହେଲେ ରାଜ୍ୟରେ ବିଜେପି-ଜେଡିୟୁର ସମୀକରଣ ବଦଳିଯିବା। ଜେଡିୟୁ ବର୍ତ୍ତମାନ ପର୍ଯ୍ୟନ୍ତ ବିହାରରେ ବିଜେପିର ବଡ ଭାଇ ଭାବେ ରହିଥିଲା। ସିଟ୍ ଭାଗ ବଣ୍ଟାରେ ମଧ୍ୟ ଜେଡିୟୁ ଅଧିକ ଆସନରେ ପ୍ରାର୍ଥୀ ଦେଇଛି। ନୀତୀଶ କହିଥିଲେ ଯେ ଆମେ ବିହାରରେ ରାଜନୀତି କରିବୁ, ବିଜେପି କେନ୍ଦ୍ରରେ ରାଜନୀତି କରିବ।

ପୂର୍ବରୁ କେତେକ ନିର୍ବାଚନରେ ​​ବିଜେପି ମଧ୍ୟ ଜେଡିୟୁ ଅପେକ୍ଷା ଅଧିକ ଆସନରେ ବିଜୟୀ ହୋଇଛି। ଏହା ସତ୍ତ୍ୱେ ଜେଡିୟୁ ଏବଂ ନୀତୀଶ ବିଜେପିକୁ ସାନ ଭାଇ ଭାବରେ ବିବେଚନା କରିଥିଲେ।

୨୦୦୦: ବିଜେପି ସମର୍ଥନରେ ନୀତୀଶ କୁମାର ପ୍ରଥମ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ, ମାତ୍ର ଏହି ପଦବୀରେ ମାତ୍ର ୭ ଦିନ ରହିଥିଲେ।

୨୦୦୫: ୧୩ ତମ ବିଧାନସଭା ନିର୍ବାଚନ ହୋଇଥିଲା। ଏନଡିଏ ୯୨ ଟି ସିଟ୍ ପାଇଥିଲା। ବିଜେପି ୩୭ ଟି ସିଟ୍ ଏବଂ ଜେଡିୟୁ ୫୫ଟି ଆସନରେ ବିଜୟୀ ହୋଇଥିଲା। କୌଣସି ଦଳ ସଂଖ୍ୟାଗରିଷ୍ଠତା ପାଇନଥିଲେ ତେଣୁ ରାଷ୍ଟ୍ରପତି ଶାସନ ଲାଗିଥିଲା।

୨୦୦୫: ଛଅ ମାସ ପରେ ପୁଣିଥରେ ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏନଡିଏ ୧୪୩ ଟି ସିଟ୍ ପାଇଥିଲା। ଜେଡିୟୁ ୮୮ ଏବଂ ବିଜେପି ୫୫ଟି ଆସନରେ ବିଜୟୀ ହୋଇଥିଲେ। ନୀତୀଶ ମୁଖ୍ୟମନ୍ତ୍ରୀ ହୋଇଥିଲେ।

୨୦୧୦: ଏନଡିଏ ୨୪୩ ଟି ସିଟ୍ ମଧ୍ୟରୁ ୨୦୬ ଟି ସିଟ୍ ଜିତିଥିଲା। ଜେଡିୟୁ ୧୧୫ ଟି ଏବଂ ବିଜେପି ୯୧ ଟି ସିଟ୍ ପାଇଥିଲା। ନୀତୀଶ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହିଠାରୁ ହିଁ ଜେଡିୟୁ ନିଜକୁ ବିଜେପିର ବଡ ଭାଇ ବୋଲି ବର୍ଣ୍ଣନା କରିବାକୁ ଲାଗିଥିଲା। ଏହାର ପ୍ରଭାବ ହେଲା ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ମୋଦିଙ୍କ କାରଣରୁ ଜେଡିୟୁ ଏନଡିଏରୁ ଓହରିଥିଲା।

୨୦୧୫: ଜେଡିୟୁ ଏବଂ ବିଜେପି ପୃଥକ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଏଥିରେ ଜେଡିୟୁ-ଆରଜେଡି-କଂଗ୍ରେସ ମହାମେଣ୍ଟ ୧୨୬ଟି ଆସନରେ ବିଜୟୀ ହୋଇତିଲା। ଏଥିରେ ଜେଡିୟୁ ୭୧ଟି  ଏବଂ ଆରଜେଡି ୮୦ଟି ଆସନରେ ବିଜୟୀ ହୋଇଥିଲା। ବିଜେପି ୫୩ ଟି ଆସନ ପାଇଥିଲା। ମାତ୍ର ତିନି ବର୍ଷ ମଧ୍ୟରେ ମହାମେଣ୍ଟ ଭାଙ୍ଗି ଯାଇଥିଲା।

୨୦୨୦: ଏଥର ବିଧାନସଭା ନିର୍ବାଚନରେ ​​ବିଜେପି ଏବଂ ଜେଡିୟୁ ମଧ୍ୟରେ ୫୦-୫୦ ଫର୍ମୁଲା ଲାଗୁ ହେଲା ଓ ଜେଡିୟୁ ୧୨୨ ଟି ଆସନ ଏବଂ ବିଜେପି ୧୨୧ ଟି ଆସନରେ ଲଢ଼େଇ କରୁଥିଲେ।

୨୦୧୦ ରେ ବିଜେପି ଜେଡିୟୁ ଅପେକ୍ଷା ଭଲ କରିଥିଲା। ଏଥିରେ ମଧ୍ୟ ବିଜେପି ଜେଡିୟୁ ତୁଳନାରେ କମ୍ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା, କିନ୍ତୁ ବିଜୟ ହାର ଭଲ ଥିଲା। ବିଜେପି ୧୦୨ଟି ଆସନରେ ଜିତି ୯୧ ଟି ଜିତିଥିବାବେଳେ ଜେଡିୟୁ ୧୪୧ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରି ୧୧୫ ଟି ଜିତିଥିଲା। ଏଥର ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳିବ ବୋଲି ଆକଳନ କରାଯାଉଛି।

Related story