ବିତର୍କ ବେଳେ ନାଗରିକତା ସଂଶୋଧନ ବିଲକୁ ଫାଡ଼ିଦେଲେ ଓୱେସି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଣିଥିବା ବିବାଦୀୟ ନାଗରିକତା ସଂଶୋଧନ ବିଲ ଉପରେ ଆଜି ଲୋକସଭାରେ ଜୋରଦାର ବିତର୍କ ହୋଇଛି। ଏହି ବିତର୍କରେ ଭାଗ ନେଇ ହାଇଦ୍ରାବାଦ ସାଂସଦ ଅସାଦୁଦ୍ଦିନ ଓୱେସି ଏହାକୁ ଜୋରଦାର ବିରୋଧ କରିଛନ୍ତି। ଖାଲି ସେତିକି ନୁହେଁ ଗୃହରେ ଏହି ବିଲ୍‌ର ଏକ କପିକୁ ଚିରି ଫୋପାଡ଼ି ଦେଇଛନ୍ତି। ସେ ଏହି ବିଲ ଚିରିବା ବେଳେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ନାଁ ମଧ୍ୟ ନେଇଥିଲେ। ଦକ୍ଷିଣ ଆଫ୍ରିକାରେ ଗାନ୍ଧିଜୀ ଏଭଳି ଢଙ୍ଗରେ ଏକ […]

bg

Hemant Lenka
  • Published: Monday, 09 December 2019
  • , Updated: 09 December 2019, 09:01 PM IST

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଣିଥିବା ବିବାଦୀୟ ନାଗରିକତା ସଂଶୋଧନ ବିଲ ଉପରେ ଆଜି ଲୋକସଭାରେ ଜୋରଦାର ବିତର୍କ ହୋଇଛି। ଏହି ବିତର୍କରେ ଭାଗ ନେଇ ହାଇଦ୍ରାବାଦ ସାଂସଦ ଅସାଦୁଦ୍ଦିନ ଓୱେସି ଏହାକୁ ଜୋରଦାର ବିରୋଧ କରିଛନ୍ତି।

ଖାଲି ସେତିକି ନୁହେଁ ଗୃହରେ ଏହି ବିଲ୍‌ର ଏକ କପିକୁ ଚିରି ଫୋପାଡ଼ି ଦେଇଛନ୍ତି। ସେ ଏହି ବିଲ ଚିରିବା ବେଳେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ନାଁ ମଧ୍ୟ ନେଇଥିଲେ। ଦକ୍ଷିଣ ଆଫ୍ରିକାରେ ଗାନ୍ଧିଜୀ ଏଭଳି ଢଙ୍ଗରେ ଏକ ବିଲ ଚିରି ଥିବାରୁ ଓୱେସି ଅନୁରୂପ ପନ୍ଥା ଆପଣାଇଛନ୍ତି।

ସେ କହିଛନ୍ତି, “ଏହି ବିଲ୍‌ ଯୋଗୁ ଦେଶ ଆଉ ଗୋଟିଏ ବିଭାଜନ ଆଡ଼େ ମୁହାଁଉଛି। ମୁସଲିମ ଶରଣାର୍ଥୀଙ୍କୁ ରାଷ୍ଟ୍ରହୀନ କରିବା ପାଇଁ ଏହି ବିଲ ଅଣାଯାଇଛି। ଏହି ଆଇନ ହିଟଲରଙ୍କ ଆଇନ୍‌ଠାରୁ ବି ଅଧିକ ଖରାପ। ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତି ଏହି ବିଲ ଏକ ଅପମାନ। ସମ୍ବିଧାନର ମୂଳ ଅଧିକାରକୁ କ୍ଷୁଣ୍ଣ କରାଯାଉଛି। ଧର୍ମ ଆଧାରରେ ନାଗରିକତା ପ୍ରଦାନ କରାଯିବା ସମ୍ବିଧାନ ବିରୋଧୀ।”

Related story