ଆସନ୍ତାକାଲି ବିହାର ବିଧାନସଭା ନିର୍ବାଚନ ଭୋଟ ଗଣତି

ପାଟନା: ଆସନ୍ତାକାଲି ବିହାର ବିଧାନସଭା ନିର୍ବାଚନର ଭୋଟ ଗଣତି ହେବ। ନିର୍ବାଚନରେ ଦୁଇ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଏନଡିଏ ଓ ମହାମେଣ୍ଟ ମଧ୍ୟରେ କଡା ଟକ୍କର ହେବ ବୋଲି ବିଭନ୍ନ ଏକଜିଟ୍ ପୋଲ୍ ପୂର୍ବାନୁମାନ କରିଛି। ନୀତିଶ କୁମାର ତୃତୀୟ ଥର ଲାଗି ଶାସନ ଗାଦିକୁ ବଜାୟ ରଖିପାରିବେ ନା ଏନଡିଏ ସରକାର ଗଢିବ ଏହା କାଲି ଜଣାପଡିଯିବ। ମହାମେଣ୍ଟ ଓ ଏନଡିଏ ମଧ୍ୟରେ କଡା ମୁକାବିଲା ହେବ ବୋଲି ବିଭିନ୍ନ ଏକଜିଟ୍ ପୋଲ ପୂର୍ବାନୁମାନ କରିଛନ୍ତି। ୪ଟି […]

Bihar

Bihar

Rakesh Mallick
  • Published: Saturday, 07 November 2015
  • Updated: 07 November 2015, 03:20 PM IST

ପାଟନା: ଆସନ୍ତାକାଲି ବିହାର ବିଧାନସଭା ନିର୍ବାଚନର ଭୋଟ ଗଣତି ହେବ। ନିର୍ବାଚନରେ ଦୁଇ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଏନଡିଏ ଓ ମହାମେଣ୍ଟ ମଧ୍ୟରେ କଡା ଟକ୍କର ହେବ ବୋଲି ବିଭନ୍ନ ଏକଜିଟ୍ ପୋଲ୍ ପୂର୍ବାନୁମାନ କରିଛି। ନୀତିଶ କୁମାର ତୃତୀୟ ଥର ଲାଗି ଶାସନ ଗାଦିକୁ ବଜାୟ ରଖିପାରିବେ ନା ଏନଡିଏ ସରକାର ଗଢିବ ଏହା କାଲି ଜଣାପଡିଯିବ।
ମହାମେଣ୍ଟ ଓ ଏନଡିଏ ମଧ୍ୟରେ କଡା ମୁକାବିଲା ହେବ ବୋଲି ବିଭିନ୍ନ ଏକଜିଟ୍ ପୋଲ ପୂର୍ବାନୁମାନ କରିଛନ୍ତି। ୪ଟି ସର୍ବେକ୍ଷଣ ସଂସ୍ଥା ମହାମେଣ୍ଟ ସରକାର କରିବ ବୋଲି କହିଥିବା ବେଳେ ଦୁଇଟି ସଂସ୍ଥା ଏନଡିଏ ସପକ୍ଷରେ ଆକଳନ କରିଛନ୍ତି। ସେପଟେ ବିଭିନ୍ନ ଦଳ ମଧ୍ୟ ନିଜ ନିଜ ମେଣ୍ଟର ବିଜୟ ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି।
ବିହାରରେ ଅକ୍ଟୋବରରୁ ନଭେମ୍ୱର ପ୍ରଥମ ସପ୍ତାହ ମଧ୍ୟରେ ୫ଟି ପର୍ଯ୍ୟାୟରେ ଭୋଟଦାନ ହୋଇଥିଲା। ନିର୍ବାଚନ ପ୍ରଚାର ବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମହାମେଣ୍ଟର ନେତୃତ୍ୱ ନେଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନଡିଏର ମଙ୍ଗ ଧରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos