ଆସନ୍ତାକାଲି ହେବ ମୋଦି ସରକାରର ସମ୍ପ୍ରସାରଣ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ଚାଲିଥିବା କଳ୍ପନାଜଳ୍ପନାର ଅବସାନ ଘଟିଛି। ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟର ସମ୍ପ୍ରସାରଣ ହେବାକୁ ଯାଉଛି। ଆସନ୍ତାକାଲି ସକାଳ ୧୧ଟା ବେଳେ ରାଷ୍ଟ୍ରପତି  ଭବନରେ ମୋଦି ସରକାରର ସମ୍ପ୍ରସାରଣ ହେବ ବୋଲି ପିଆଇବି ମହାନିର୍ଦ୍ଦେଶକ ଫ୍ରାଙ୍କ ନୋରୋହ୍ନା ସୂଚନା ଦେଇଛନ୍ତି। ଏହି ସମ୍ପ୍ରସାରଣରେ କିଛି ମନ୍ତ୍ରୀଙ୍କୁ ବାଦ୍‌ ଦିଆଯିବା ସହ ଅନ୍ୟ କିଛି ରାଷ୍ଟ୍ରମନ୍ତ୍ରୀଙ୍କୁ କ୍ୟାବିନେଟ ପାହ୍ୟାକୁ ପଦୋନ୍ନତି ଦିଆଯାଇପାରେ। କିଛି ନୂଆ ମୁହଁଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯିବାର ସମ୍ଭାବନା ରହିଛି। ଆଗକୁ […]

modi

Rakesh Mallick
  • Published: Monday, 04 July 2016
  • , Updated: 05 July 2016, 08:25 AM IST

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ଚାଲିଥିବା କଳ୍ପନାଜଳ୍ପନାର ଅବସାନ ଘଟିଛି। ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟର ସମ୍ପ୍ରସାରଣ ହେବାକୁ ଯାଉଛି। ଆସନ୍ତାକାଲି ସକାଳ ୧୧ଟା ବେଳେ ରାଷ୍ଟ୍ରପତି  ଭବନରେ ମୋଦି ସରକାରର ସମ୍ପ୍ରସାରଣ ହେବ ବୋଲି ପିଆଇବି ମହାନିର୍ଦ୍ଦେଶକ ଫ୍ରାଙ୍କ ନୋରୋହ୍ନା ସୂଚନା ଦେଇଛନ୍ତି।

ଏହି ସମ୍ପ୍ରସାରଣରେ କିଛି ମନ୍ତ୍ରୀଙ୍କୁ ବାଦ୍‌ ଦିଆଯିବା ସହ ଅନ୍ୟ କିଛି ରାଷ୍ଟ୍ରମନ୍ତ୍ରୀଙ୍କୁ କ୍ୟାବିନେଟ ପାହ୍ୟାକୁ ପଦୋନ୍ନତି ଦିଆଯାଇପାରେ। କିଛି ନୂଆ ମୁହଁଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯିବାର ସମ୍ଭାବନା ରହିଛି। ଆଗକୁ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଓ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ଏହି ୩ ରାଜ୍ୟରୁ କିଛି ସାଂସଦଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯିବା ନେଇ ଚର୍ଚ୍ଚା ହେଉଛି।

Related story