ଆସନ୍ତାକାଲିଠାରୁ ଦିଲ୍ଲୀରେ ଗଡ଼ିବ ନାହିଁ ଡିଜେଲ୍ ଟ୍ୟାକ୍ସି

ନୂଆଦିଲ୍ଲୀ: ଘରୋଇ ଡିଜେଲ୍ ଟ୍ୟାକ୍ସି ଗୁଡ଼ିକୁ ସିଏନ୍‌ଜିରେ ପରିବର୍ତ୍ତନ କରିବା ପାଇଁ ସମୟସୀମା ବୃଦ୍ଧି କରାଯିବ ନାହିଁ। ଦିଲ୍ଲୀର ପ୍ରଦୂଷଣକୁ ନେଇ ଶୁଣାଣି କରି ଆଜି ସୁପ୍ରିମକୋର୍ଟର ସ୍ୱତନ୍ତ୍ର ବେଞ୍ଚ ଏହା କହିଛନ୍ତି। ଏହା ଦ୍ୱାରା ଦିଲ୍ଲୀ-ଏନ୍‌ସିଆରରେ ମେ’୧ରୁ ଆଉ ଡିଜେଲ୍ ଟ୍ୟାକ୍ସି ଗଡ଼ିପାରିବ ନାହିଁ। ଡିଜେଲ୍‌ ଟ୍ୟାକ୍ସିକୁ ସିଏନ୍‌ଜିରେ ପରିବର୍ତ୍ତନ କରିବା ପାଇଁ ଥିବା ସମୟସୀମା ଆଜି ଶେଷ ହେଉଛି। ବଜାରରେ ଡିଜେଲ୍‌ କାର୍‌କୁ ସିଏନ୍‌ଜିରେ ପରିବର୍ତ୍ତନ କରିବାର କୌଣସି  ଟେକନିକ୍ ନାହିଁ ବୋଲି ଟ୍ୟାକ୍ସି […]

taxi

Rakesh Mallick
  • Published: Saturday, 30 April 2016
  • , Updated: 30 April 2016, 09:13 AM IST

ନୂଆଦିଲ୍ଲୀ: ଘରୋଇ ଡିଜେଲ୍ ଟ୍ୟାକ୍ସି ଗୁଡ଼ିକୁ ସିଏନ୍‌ଜିରେ ପରିବର୍ତ୍ତନ କରିବା ପାଇଁ ସମୟସୀମା ବୃଦ୍ଧି କରାଯିବ ନାହିଁ। ଦିଲ୍ଲୀର ପ୍ରଦୂଷଣକୁ ନେଇ ଶୁଣାଣି କରି ଆଜି ସୁପ୍ରିମକୋର୍ଟର ସ୍ୱତନ୍ତ୍ର ବେଞ୍ଚ ଏହା କହିଛନ୍ତି। ଏହା ଦ୍ୱାରା ଦିଲ୍ଲୀ-ଏନ୍‌ସିଆରରେ ମେ’୧ରୁ ଆଉ ଡିଜେଲ୍ ଟ୍ୟାକ୍ସି ଗଡ଼ିପାରିବ ନାହିଁ।

ଡିଜେଲ୍‌ ଟ୍ୟାକ୍ସିକୁ ସିଏନ୍‌ଜିରେ ପରିବର୍ତ୍ତନ କରିବା ପାଇଁ ଥିବା ସମୟସୀମା ଆଜି ଶେଷ ହେଉଛି। ବଜାରରେ ଡିଜେଲ୍‌ କାର୍‌କୁ ସିଏନ୍‌ଜିରେ ପରିବର୍ତ୍ତନ କରିବାର କୌଣସି  ଟେକନିକ୍ ନାହିଁ ବୋଲି ଟ୍ୟାକ୍ସି ମାଲିକମାନେ ସୁପ୍ରିମକୋର୍ଟରେ ଏକ ପିଟିସନ୍ ଦାୟର କରିଥିଲେ।

 ଶୁଣାଣି ସମୟରେ କୋର୍ଟ ଟ୍ୟାକ୍ସି ମାଲିକମାନଙ୍କୁ କହିଛନ୍ତି ଯେ ଆପଣମାନଙ୍କୁ ଅଧିକ ସମୟ ଦିଆଯାଇଛି। ଇତି ମଧ୍ୟରେ ବିକଳ୍ପ  ସମ୍ପର୍କରେ ଚିନ୍ତା କରିବାର ଥିଲା। ଏଥିଲାଗି ଆଉ ଅଧିକ ସମୟ ଦିଆଯିବ ନାହିଁ।

Related story