ଚେନ୍ନାଇ: ଦେଶର ବଢ଼ୁଥିବା କର୍କଟ ରୋଗର ନିରାକରଣ ପାଇଁ ପ୍ରସ୍ତୁତ ହେଉଥିବା ଔଷଧ ବାବଦରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଅଶ୍ୱିନୀ ଚୌବେ। ସେ କହିଛନ୍ତି, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କର୍କଟ ରୋଗର ନିରାକରଣ ପାଇଁ ଗୋମୂତ୍ରକୁ ବ୍ୟବହାର କରି ଔଷଧ ପ୍ରସ୍ତୁତ କରୁଛନ୍ତି। ଏଥିପାଇଁ କେନ୍ଦ୍ର ସରକାର ଗୋପାଳନ ବୃଦ୍ଧି ଉପରେ ଗୁରୁତ୍ୱ ଦେଉଛନ୍ତି। ତାମିଲନାଡୁର କୋଏମ୍ୱଟୁରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ମନ୍ତ୍ରୀ ଚୌବେ ଆହୁରି କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମୋରାଜି ଦେଶାଇ ମଧ୍ୟ ଗୋମୂତ୍ର ପିଉ ଥିଲେ। ଗୋମୂତ୍ରରୁ ଅନେକ ଔଷଧ ପ୍ରସ୍ତୁତ କରିହେବ। ତେଣୁ ଗୋମୂତ୍ର ଉପରେ ଗବେଷଣା କରିବାର ସମୟ ଆସିଛି ବୋଲି ସେ କହିଛନ୍ତି।
#WATCH Ashwini Choubey, Minister of State for Health: Several medicines are prepared today using cow urine, including the medicines for Cancer. Our Ayushman Ministry is also working on this. pic.twitter.com/OD3nWEj9ta
— ANI (@ANI) September 7, 2019
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆୟୁଷମାନ ଭାରତ, ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ କ୍ୟାନସର ରୋଗକୁ ସାମିଲ୍ କରିବା ପାଇଁ ଏକ ପ୍ରସ୍ତାବ ଉପରେ ବିଚାର ବିମର୍ଶ କରୁଛନ୍ତି ବୋଲି ସେ ଏହି ଅବସରରେ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।