ମାଟି ତଳୁ ମିଳିଲା ବ୍ରୋଞ୍ଜ ଯୁଗର ସନ୍ଧାନ: ଠାବ ହେଲା ଖଣ୍ଡା ଏବଂ ଯୁଦ୍ଧ ସାମଗ୍ରୀ, ଦେଖନ୍ତୁ ଦୃଶ୍ୟ

ଲକ୍ଷ୍ନୌ: ମିଳିଲା କାଂସ୍ୟ ଯୁଗର ସନ୍ଧାନ।  ଉତ୍ତରପ୍ରଦେଶର ଭଗପାଟ୍‌ ଜିଲ୍ଲାର ସିନାଉଲି ଗ୍ରାମରୁ କାଂସ୍ୟ ଯୁଗର ସନ୍ଧାନ ମିଲିଛି। ୨୦୦ରୁ ୧୮୦୦ ଖ୍ରୀଷ୍ଟପୂର୍ବ ଏହି ସଭ୍ୟତାର ବିଭିନ୍ନ ପୁରାତନ ସାମଗ୍ରୀର ସନ୍ଧାନ ମିଳିଛି। ଭାରତୀୟ ପ୍ରତ୍ନତତ୍ୱ ବିଭାଗ ପକ୍ଷରୁ ଗବେଷଣା କରାଯାଇ ଉକ୍ତ ଯୁଗରେ ବ୍ୟବହାର ହେଉଥିବା କିଛି ସମାଗ୍ରୀର ସନ୍ଧାନ ମିଲିଛି।  ପ୍ରତ୍ନତତ୍ୱ ବିଭାଗ ପକ୍ଷରୁ ଉତ୍‌ଖନନ ବେଳେ ବିଭିନ୍ନ ପ୍ରକାର କପର ଧାତୁକୁ ଠାବ କରାଯାଛି। ଏନେଇ ଅଧିକ ଗବେଷଣା କରାଯିବ ବୋଲି ବିଭାଗ […]

h-777

h-777

Rakesh Mallick
  • Published: Wednesday, 06 June 2018
  • Updated: 06 June 2018, 11:59 AM IST

Sports

Latest News

ଲକ୍ଷ୍ନୌ: ମିଳିଲା କାଂସ୍ୟ ଯୁଗର ସନ୍ଧାନ।  ଉତ୍ତରପ୍ରଦେଶର ଭଗପାଟ୍‌ ଜିଲ୍ଲାର ସିନାଉଲି ଗ୍ରାମରୁ କାଂସ୍ୟ ଯୁଗର ସନ୍ଧାନ ମିଲିଛି। ୨୦୦ରୁ ୧୮୦୦ ଖ୍ରୀଷ୍ଟପୂର୍ବ ଏହି ସଭ୍ୟତାର ବିଭିନ୍ନ ପୁରାତନ ସାମଗ୍ରୀର ସନ୍ଧାନ ମିଳିଛି। ଭାରତୀୟ ପ୍ରତ୍ନତତ୍ୱ ବିଭାଗ ପକ୍ଷରୁ ଗବେଷଣା କରାଯାଇ ଉକ୍ତ ଯୁଗରେ ବ୍ୟବହାର ହେଉଥିବା କିଛି ସମାଗ୍ରୀର ସନ୍ଧାନ ମିଲିଛି।  ପ୍ରତ୍ନତତ୍ୱ ବିଭାଗ ପକ୍ଷରୁ ଉତ୍‌ଖନନ ବେଳେ ବିଭିନ୍ନ ପ୍ରକାର କପର ଧାତୁକୁ ଠାବ କରାଯାଛି। ଏନେଇ ଅଧିକ ଗବେଷଣା କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ଏସ୍‌ଆଇ ପକ୍ଷରୁ ଉକ୍ତ ଅଞ୍ଚଳରେ ୩ ମାସ ହେଲା ଖନନ କରାଯାଇ ଆସୁଥିଲା।  ଆଉ ସୋମବାର ଦିନ କାଂସ ଯୁଗର ପ୍ରମାଣ ମିଲିଛି। ଗତ ମାର୍ଚ୍ଚମାସରୁ ଖନନ ଆରମ୍ଭ ହୋଇଥିବା ବେଳେ ଖଣ୍ଡା, ରାଜାମହାରାମାନେ ବ୍ୟବହାର କରୁଥିବା ଅନେକ ସମାଗ୍ରୀ ସହ ବଡ଼ ବଡ଼ ପାନିଆ, ବାଷନକୁସନ ଆଦିର ଠାବ କରାଯାଇଛି। ଏଗୁଡ଼ିକୁ କବର ମାଧ୍ୟମରେ ପୋତା ଯାଇଥିବା ଜଣାପଡ଼ିଥିଲା।

ସେହିପରି ବଡ଼ ବଡ଼ ଯୁଦ୍ଧରଥର ମଧ୍ୟ ଠାବ କରାଯାଇଛି। ତେବେ ମିଳିଥିବା ଖଣ୍ଡା ଏବଂ ଯୁଦ୍ଧ ସାମଗ୍ରୀରୁ ସେ ଯୁଗରେ ରାଜା ମହାରାଜାମାନେ ଶାସନ କରୁଥିବାର ପ୍ରମାଣିତ କରୁଥିବା ଏସଆଇ ପକ୍ଷରୁ କୁହାଯାଇଛି।

ସେହିପରି ଉଦ୍ଧାର ହୋଇଥିବା ସାମଗ୍ରୀ ଗ୍ରୀସର ମେସୋପଟାମିଆ  ଯୁଗ ସହ ତାଳମେଳ ରହିଛି ବୋଲି ଏଏସଆଇର ବରିଷ୍ଟ ଅଧିକାରୀ ଏସ୍‌ କେ ମଞ୍ଜୁଲ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos