ଏସିଆନ୍ ଲିଡରସିପ୍ ସମ୍ମିଳନୀରେ ମୋଦିଙ୍କ ଉଦବୋଧନ

ନୂଆଦିଲ୍ଲୀ: ଦକ୍ଷିଣ କୋରିଆ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଗସ୍ତର ଦ୍ୱିତୀୟ ଦିନରେ ଆଜି ମୋଦି ସିଓଲରେ ହେବାକୁ ଥିବା ଏସିଆନ୍ ଲିଡରସିପ୍ ସମ୍ମିଳନୀରେ ମଧ୍ୟ ଯୋଗଦେବେ। ଏହା ବ୍ୟତୀତ ବିଭିନ୍ନ ବାଣିଜ୍ୟିକ ଫରୋମ୍କୁ ଭେଟିବା ସହ ଦକ୍ଷିଣ କୋରିଆରେ ଅବସ୍ଥାପିତ ପ୍ରବାସୀ ଭାରତୀୟଙ୍କୁ ସମ୍ୱୋଧିତ କରିବେ। ଗତକାଲି ଗସ୍ତର ପ୍ରଥମ ଦିନରେ ବିଭିନ୍ନ କ୍ଷେତ୍ରରେ ସହଯୋଗ ପାଇଁ ଭାରତ ଓ ଦକ୍ଷିଣ କୋରିଆ ମଧ୍ୟରେ ୭ଟି ଚୁକ୍ତି ହୋଇଥିଲା। ଦକ୍ଷିଣ କୋରିଆ ରାଜଧାନୀ ସିଓଲରେ ପ୍ରଧାନମନ୍ତ୍ରୀ […]

Narendra-Modi-Korea

Rakesh Mallick
  • Published: Tuesday, 19 May 2015
  • , Updated: 19 May 2015, 02:59 AM IST

ନୂଆଦିଲ୍ଲୀ: ଦକ୍ଷିଣ କୋରିଆ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଗସ୍ତର ଦ୍ୱିତୀୟ ଦିନରେ ଆଜି ମୋଦି ସିଓଲରେ ହେବାକୁ ଥିବା ଏସିଆନ୍ ଲିଡରସିପ୍ ସମ୍ମିଳନୀରେ ମଧ୍ୟ ଯୋଗଦେବେ। ଏହା ବ୍ୟତୀତ ବିଭିନ୍ନ ବାଣିଜ୍ୟିକ ଫରୋମ୍କୁ ଭେଟିବା ସହ ଦକ୍ଷିଣ କୋରିଆରେ ଅବସ୍ଥାପିତ ପ୍ରବାସୀ ଭାରତୀୟଙ୍କୁ ସମ୍ୱୋଧିତ କରିବେ। ଗତକାଲି ଗସ୍ତର ପ୍ରଥମ ଦିନରେ ବିଭିନ୍ନ କ୍ଷେତ୍ରରେ ସହଯୋଗ ପାଇଁ ଭାରତ ଓ ଦକ୍ଷିଣ କୋରିଆ ମଧ୍ୟରେ ୭ଟି ଚୁକ୍ତି ହୋଇଥିଲା।

ଦକ୍ଷିଣ କୋରିଆ ରାଜଧାନୀ ସିଓଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କୋରିଆ ରାଷ୍ଟ୍ରପତି ପାର୍କ-ଗ୍ୟୁନ-ହେ ଙ୍କ ମଧ୍ୟରେ ଆଲୋଚନା ପରେ ଏହି ରାଜିନାମା ସ୍ୱାକ୍ଷର ହୋଇଥିଲା। ପରିବହନ, ଶକ୍ତି, ଭିତ୍ତିଭୂମି ବିକାଶ ଭଳି କ୍ଷେତ୍ରରେ ସହଯୋଗ ଲାଗି ଦୁଇଦେଶ ରାଜି ହୋଇଥିଲେ। ମୋଦି କହିଥିଲେ, ଭାରତୀୟ ଅର୍ଥନୀତିର ଆଧୁନିକୀକରଣରେ କୋରିଆର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ସେହିପରି ସେନାବାହିନୀ କ୍ଷେତ୍ରରେ ସହଯୋଗ ଲାଗି ଦକ୍ଷିଣ କୋରିଆ ରାଜି ହୋଇଥିବା ମୋଦି ସୂଚନା ଦେଇଥିଲେ। ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ମଧ୍ୟ ଦକ୍ଷିଣ କୋରିଆ ସହାୟତା ଯୋଗାଇ ଦେବ।

ତ୍ରି-ରାଷ୍ଟ୍ରୀୟ ଗସ୍ତ ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଓଲରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା ଦିଆଯାଇଥିଲା। ସିଓଲରେ ରହୁଥିବା ପ୍ରବାସୀ ଭାରତୀୟଙ୍କୁ ମଧ୍ୟ ମୋଦି ସମ୍ୱୋଧିତ କରିଥିଲେ। ସେହିପରି ସେ ଜାତିସଂଘ ମହାସଚିବ ବାନ୍ କି ମୁନ୍ଙ୍କୁ ମଧ୍ୟ ଭେଟିଥିଲେ।

Related story