କେହି ଆସିଲେନି: ଗରିବ ଲୋକର ଶବକୁ କାନ୍ଧରେ ବୋହିନେଲେ ବିଧାୟକ

ଗୌହାଟି: ମାନବିକତାର ଆଉ ଏକ ଉଦାହରଣ ମିଳିଛି। ଆସାମର ଜୋରହଟ ଜିଲ୍ଲା ମରିଆନିରେ କଂଗ୍ରେସ ବିଧାୟକଙ୍କ ନିସ୍ୱାର୍ଥପର କାମକୁ ଆଜି ସମସ୍ତେ ପ୍ରଂଶସା କରିଛନ୍ତି। ଗାଁର ଜଣେ ଗରିବ ଲୋକର ମୃତ୍ୟୁ ହେବା ପରେ ବିଧାୟକ ଜଣକ ତାଙ୍କର ଅନ୍ତିମ ସତ୍କାର ପାଇଁ ଶବକୁ ନିଜ କାନ୍ଧରେ ବୋହି ନେବା ପରେ ଆରମ୍ଭ ହୋଇଛି ଚର୍ଚ୍ଚା। ଏହି ବିଧାୟକ ଜଣଙ୍କ ହେଉଛନ୍ତି ରୂପଜ୍ୟୋତି କୁର୍ମି। ଗୁରୁବାର ଗାଁରେ ଦିଲ୍ଲିପ ଦେ ନାମକ ଜଣେ ଗରିବ ବ୍ୟକ୍ତିଙ୍କ ମୃତ୍ୟୁ […]

mla

mla

Rakesh Mallick
  • Published: Sunday, 03 June 2018
  • Updated: 03 June 2018, 09:05 AM IST

Sports

Latest News

ଗୌହାଟି: ମାନବିକତାର ଆଉ ଏକ ଉଦାହରଣ ମିଳିଛି। ଆସାମର ଜୋରହଟ ଜିଲ୍ଲା ମରିଆନିରେ କଂଗ୍ରେସ ବିଧାୟକଙ୍କ ନିସ୍ୱାର୍ଥପର କାମକୁ ଆଜି ସମସ୍ତେ ପ୍ରଂଶସା କରିଛନ୍ତି। ଗାଁର ଜଣେ ଗରିବ ଲୋକର ମୃତ୍ୟୁ ହେବା ପରେ ବିଧାୟକ ଜଣକ ତାଙ୍କର ଅନ୍ତିମ ସତ୍କାର ପାଇଁ ଶବକୁ ନିଜ କାନ୍ଧରେ ବୋହି ନେବା ପରେ ଆରମ୍ଭ ହୋଇଛି ଚର୍ଚ୍ଚା।

ଏହି ବିଧାୟକ ଜଣଙ୍କ ହେଉଛନ୍ତି ରୂପଜ୍ୟୋତି କୁର୍ମି। ଗୁରୁବାର ଗାଁରେ ଦିଲ୍ଲିପ ଦେ ନାମକ ଜଣେ ଗରିବ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ପରିବାରରେ କେବଳ ତାଙ୍କ ଦିବ୍ୟାଙ୍ଗ ଭାଇ ଥିଲେ। ଦିଲ୍ଲିପଙ୍କ ମୃତ୍ୟୁ ପରେ ତାଙ୍କ ଶରୀରକୁ ଗାଁ ଲୋକେ କେହି ଛୁଇଁଲେ ନାହିଁ। ଶବକୁ ଶ୍ମସାନ ପର୍ଯ୍ୟନ୍ତ ନେବାକୁ ମଧ୍ୟ କେହି ବାହାରିଲେ ନାହିଁ।

ସେ ସମୟରେ ସେଠାରେ ବିଧାୟକ ରୂପଜ୍ୟୋତି ପହଞ୍ଚି ଦିଲ୍ଲିପଙ୍କ ପାଇଁ ପ୍ରଥମେ କୋକେଇ ବାନ୍ଧିଲେ ଏବଂ ଗାଁରେ କିଛି ଲୋକଙ୍କୁ ଅନୁରୋଧ କରି ଶବକୁ ଶ୍ମସାନ ପର୍ଯ୍ୟନ୍ତ ନେବାକୁ କହିଲେ। ଲୋକ ଅଭାବ ପଡିବାରୁ କୋକେଇର ଗୋଟେ ପାଖକୁ ରୂପଜ୍ୟୋତି ନିଜ କାନ୍ଧରେ ରଖି ଶ୍ମସାନ ଆଡକୁ ପାଦ ବଢାଇଲେ। ଯାହାର ଫଟୋ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି।

କେବଳ ଏତିକି ନୁହେଁ। ପୂର୍ବରୁ ବନ୍ୟା, ବାତ୍ୟା ଏବଂ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରୂପଜ୍ୟୋତି ଗରିବ ଲୋକଙ୍କୁ ସହାୟତା କରିଆସିଛନ୍ତି। ସୂଚନା ଅନୁଯାୟୀ ୨୦୧୭ରେ ଆସାମରେ ବନ୍ୟା ସମୟରେ ରୂପଜ୍ୟୋତି କାନ୍ଧରେ ୫୦କିଲୋ ଚାଉଳ ବୋହି କ୍ୟାମ୍ପ ନିକଟରେ ପହଞ୍ଚାଇଥିଲେ।

ରୂପଜ୍ୟୋତି ମାରିଆନି ବିଧାନସଭା ନିର୍ବାଚନରେ ୩ ଥର ଜିତିଛନ୍ତି। ୨୦୦୬ରେ ସେ ବିଧାୟକ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos