ଗ୍ରହାଣୁ 2012 TC4କୁ ନେଇ ଆଶଙ୍କା: ୨୦୭୯ରେ ପୃଥିବୀ ସହ ଧକ୍କା ହେବା ନେଇ ପୂର୍ବାନୁମାନ
ନୂଆଦିଲ୍ଲୀ: ଆଉ ୬୨ ବର୍ଷ ପରେ ପୃଥିବୀରେ ମାଡ଼ ହୋଇପାରେ ଗ୍ରହାଣୁ ୨୦୧୨ TC4। ଗତ ଗୁରୁବାର ପୃଥିବୀର ଅତି ନିକଟ ଦେଇ ଯାଇଥିଲା ଏହି ଗ୍ରହାଣୁ । ପ୍ରତିଥର ପୃଥିବୀ ନିକଟ ଦେଇ ଗଲାବେଳେ ଏହାର କକ୍ଷ ପଥ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଯୋଗୁଁ ପରିବର୍ତ୍ତନ ହେବ। ତେଣୁ ୨୦୧୯ ଓ ୨୦୫୦ରେ ଏହା ସୁରକ୍ଷିତ ଭାବେ ପୃଥିବୀ ନିକଟ ଦେଇ ଯିବାକୁ ଥିବା ବେଳେ ୨୦୭୯ ମସିହାରେ ପୃଥିବୀ ସହ ଧକ୍କା ହୋଇପାରେ ବୋଲି ଅନୁମାନ କରିଛି ୟୁରୋପୀୟ ମହାକାଶ ଗବେଷଣା ସଂସ୍ଥା।
ଗତ ଗୁରୁବାର ପୃଥିବୀର ଅତି ନିକଟ ଦେଇ ଯାଇଥିବା ଏହି ଗ୍ରହାଣୁ ପୁଣି ପୃଥିବୀ ଆଡ଼କୁ ମୁହାଁବ ବୋଲି କୁହାଯାଉଛି। ୟୁରୋପୀୟ ମହାକାଶ ଗବେଷଣା ସଂସ୍ଥା ଅନୁମାନ କରିଛି ଯେ, ୨୦୧୯, ୨୦୫୦ ଓ ୨୦୭୯ ମସିହାରେ ପୁଣି ଏହା ପୃଥିବୀ ଆଡ଼କୁ ମୁହାଁଇବ। ପ୍ରତିଥର ପୃଥିବୀର ଅଧିକରୁ ଅଧିକ ନିକଟତର ହେବ। ୨୦୧୯ ଓ ୨୦୫୦ ମସିହାରେ ଏହି ଗ୍ରହାଣୁ ପୃଥିବୀ ପ୍ରତି କୌଣସି ବିପଦ ସୃଷ୍ଟି କରିବାର ସମ୍ଭାବନା ନାହିଁ । କିନ୍ତୁ ୨୦୭୯ ମସିହାରେ ଏହି ଘର ଆକାରର ଗ୍ରହାଣୁ ପୃଥିବୀ ସହ ଧକ୍କା ହୋଇପାରେ ବୋଲି ମହାକାଶ ବିଜ୍ଞାନୀମାନେ ଆଶଙ୍କା ପ୍ରକାଶ କରିଛନ୍ତି ।
୨୦୭୯ ମସିହାରେ ଗ୍ରହାଣୁ 2012 TC4 ପୃଥିବୀରେ ମାଡ଼ ହେବାର ସମ୍ଭାବନା ରହିଛି। ଗତ ଗୁରୁବାର ଆଣ୍ଟାର୍କଟିକା ନିକଟ ଦେଇ ପୃଥିବୀକୁ ଅତିକ୍ରମ କରିଥିବା ଗ୍ରହାଣୁ 2012 TC4 ପ୍ରଥମେ ୨୦୧୨ ମସିହାରେ ହାଓ୍ୱାଇ ସ୍ଥିତ ପାନ୍ ଷ୍ଟାର୍ସ ଅବଜର୍ଭେଟରି ଦ୍ୱାରା ଠାବ କରାଯାଇଥିଲା । ଏହାର ଆକାର ୩୦ରୁ ୧୦୦ ମିଟର ହେବ। ଗତ ଗୁରୁବାର ଏହା ପୃଥିବୀ ଠାରୁ ୪୨ ହଜାର କିଲୋମିଟର ଦୂରତାରେ ଅତିକ୍ରମ କରିଛି। ୪୨ ହଜାର କିଲୋମିଟର ପୃଥିବୀ ଠାରୁ ବହୁ ଦୂର ଲାଗୁଥିଲେ ମଧ୍ୟ ମହାକାଶରେ ବୁଲୁଥିବା କୃତ୍ରିମ ସାଟେଲାଇଟ୍ ଗୁଡ଼ିକ ପ୍ରତି ଏହା ବିପଦ ସୃଷ୍ଟି କରିବାର ସମ୍ଭାବନା ଥିଲ॥
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।