ଏବେ କେମିତି ଅଛନ୍ତି ବାଜପେୟୀ, ପଢନ୍ତୁ କ’ଣ କହିଲେ ଏମ୍‌ସ ଡାକ୍ତର

ନୂଆଦିଲ୍ଲୀ : ଶାରୀରିକ ଅସୁସ୍ଥତା ଯୋଗୁ ଦିଲ୍ଲୀ ଏମ୍ସରେ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଭର୍ତ୍ତି କରାଯାଇଛି। ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଆଜି ବହୁ ବରିଷ୍ଠ ନେତା ଦିଲ୍ଲୀ ଏମ୍ସ ଯାଇ ତାଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ଜେ.ପି.ନଡ୍ଡା ପ୍ରମୁଖ ମେଡିକାଲ ଯାଇ ତାଙ୍କ ସ୍ୱାସ୍ଥ୍ୟଅବସ୍ଥା ସମ୍ପର୍କରେ ଭେଟିଛନ୍ତି।  ତେବେ ବାଜପେୟୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା […]

bajpayee

bajpayee

Rakesh Mallick
  • Published: Monday, 11 June 2018
  • Updated: 11 June 2018, 10:04 PM IST

Sports

Latest News

ନୂଆଦିଲ୍ଲୀ : ଶାରୀରିକ ଅସୁସ୍ଥତା ଯୋଗୁ ଦିଲ୍ଲୀ ଏମ୍ସରେ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଭର୍ତ୍ତି କରାଯାଇଛି। ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଆଜି ବହୁ ବରିଷ୍ଠ ନେତା ଦିଲ୍ଲୀ ଏମ୍ସ ଯାଇ ତାଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ଜେ.ପି.ନଡ୍ଡା ପ୍ରମୁଖ ମେଡିକାଲ ଯାଇ ତାଙ୍କ ସ୍ୱାସ୍ଥ୍ୟଅବସ୍ଥା ସମ୍ପର୍କରେ ଭେଟିଛନ୍ତି।  ତେବେ ବାଜପେୟୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଏମ୍‌ସ ମେଡିକାଲ ପକ୍ଷରୁ କୁହାଯାଇଛି। ଏମ୍‌ସର ସ୍ୱାସ୍ଥ୍ୟ ପରୀକ୍ଷାଗାର ଏବଂ ପରିଚାଳନା ବିଭାଗ ପକ୍ଷରୁ ଏହି ରିପୋର୍ଟ ଦିଆଯାଇଛି।

ଏନେଇ ଏକ୍‌ ପ୍ରେସ୍‌ ରିଲିଜ୍‌ ମଧ୍ୟ ଜାରି କରାଯାଇଛି। ସେଥିରେ ଉଲ୍ଲେଖ ଅଛି ଯେ, ଏମସ ବିଶେଷଜ୍ଞ ରଣଦୀପ୍‌ ଗୁଲେରିଆଙ୍କ ତତ୍ୱାବଧାନରେ ଏକ୍ ଡାକ୍ତରୀ ଟିମ୍‌ ବାଜପେୟଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି। ତାଙ୍କ ସ୍ୱାସ୍ଥ୍ୟକୁ ନେଇ ବିଭିନ୍ନ ଟେଷ୍ଟ କରାଯାଇଛି ଏବଂ ସେ ବିପଦମୁକ୍ତ ଥିବା କୁହାଯାଇଛି। ସେହିପରି ଆଜି ରାତିରେ ତାଙ୍କୁ ଏମ୍ସରେ ରଖାଯିବ ବୋଲି କୁହାଯାଇଛି। ସୂଚନା ଅନୁଯାୟୀ, ବାଜପେୟୀ ରୁଟିନ ଚେକ ଅପ୍ ପାଇଁ ଆସିଥିବାବେଳେ ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ ଏମ୍‌ସରେ ରଖାଯାଇଥିଲା । ସେ ଦୀର୍ଘଦିନରୁ ଅସୁସ୍ଥ ହୋଇ ଏମ୍‌ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆଙ୍କ ଦ୍ୱାରା ଚିକିତ୍ସିତ ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos