ଆତଙ୍କବାଦ ବିରୋଧ ପାଇଁ ପାକିସ୍ତାନକୁ ୮୦ କୋଟି ଡଲାର ଦେବ ଆମେରିକା

ୱାସିଂଟନ୍‌ ଡିସି: ଆମେରିକା ପୁଣି ଥରେ ଭାରତ ପିଠିରେ ଛୁରୀ ଭୁଷିଛି। ଆମେରିକା ସଂସଦ ପାକିସ୍ତାନକୁ ୮୦ କୋଟି ଡଲାର (୫,୩୦୦ କୋଟି ଟଙ୍କା) ଦେବା ପାଇଁ ନ୍ୟାସ୍‌ନାଲ ଡିଫେନ୍ସ ଅଥରାଜେସନ ଚିଠାବିଲ୍‌କୁ ମଞ୍ଜୁରୀ ଦେଇଛି। ଏହି ଅର୍ଥ ପାକିସ୍ତାନକୁ ଆତଙ୍କବାଦ ବିରୋଧରେ ଲଢେଇ କରିବା ନାଁରେ ଦିଆଯାଇଛି। ସେଥିରୁ ୩୦ କୋଟି ଡଲାର  ଡଲାର କେବଳ ହକ୍କାନ୍‌ ନେଟୱାର୍କକୁ ସମାପ୍ତ କରିବା ପାଇଁ ଜାରି ଜାରି କରାଯାଇଛି। ପାକିସ୍ତାନର ଖବରକାଗଜ ‘ଦି ଡନ୍‌’ରେ ଏହି ଖବରକୁ […]

pak-usa-flag

Rakesh Mallick
  • Published: Thursday, 16 June 2016
  • , Updated: 04 May 2017, 03:44 PM IST

ୱାସିଂଟନ୍‌ ଡିସି: ଆମେରିକା ପୁଣି ଥରେ ଭାରତ ପିଠିରେ ଛୁରୀ ଭୁଷିଛି। ଆମେରିକା ସଂସଦ ପାକିସ୍ତାନକୁ ୮୦ କୋଟି ଡଲାର (୫,୩୦୦ କୋଟି ଟଙ୍କା) ଦେବା ପାଇଁ ନ୍ୟାସ୍‌ନାଲ ଡିଫେନ୍ସ ଅଥରାଜେସନ ଚିଠାବିଲ୍‌କୁ ମଞ୍ଜୁରୀ ଦେଇଛି। ଏହି ଅର୍ଥ ପାକିସ୍ତାନକୁ ଆତଙ୍କବାଦ ବିରୋଧରେ ଲଢେଇ କରିବା ନାଁରେ ଦିଆଯାଇଛି। ସେଥିରୁ ୩୦ କୋଟି ଡଲାର  ଡଲାର କେବଳ ହକ୍କାନ୍‌ ନେଟୱାର୍କକୁ ସମାପ୍ତ କରିବା ପାଇଁ ଜାରି ଜାରି କରାଯାଇଛି। ପାକିସ୍ତାନର ଖବରକାଗଜ ‘ଦି ଡନ୍‌’ରେ ଏହି ଖବରକୁ ସଠିକ୍‌ ବୋଲି ଦର୍ଶାଯାଇଛି।

ଆମେରିକା ସଂସଦର ଏହି ନିଷ୍ପତ୍ତି ଭାରତକୁ ବିଶେଷ ଦର୍ଜା ଦେବା ବିଲ୍‌ ପାସ ନ କରିବାର ଠିକ୍‌ ଗୋଟିଏ ଦିନ ପରେ ଏହି ବିଲ୍‌ ଆସିଛି। ଆମେରିକା ଏ ପର୍ଯ୍ୟନ୍ତ ପାକିସ୍ତାନ ଓ ଆଫଗାନିସ୍ତାନକୁ ‘କୋଲେସନ୍‌ ସପୋର୍ଟ ଫଣ୍ଡ(ସିଏସ୍‌ଏଫ୍‌) ଅନୁଯାୟୀ ଆତଙ୍କବାଦ ସହିତ ଲଢେଇ ପାଇଁ ଅର୍ଥ ଦେଇ ଆସୁଥିଲେ। ଏବେ ନୂଆ ବ୍ୟବସ୍ଥା ଏହାର ସ୍ଥାନ ଦେବେ।

୨୦୧୩ରୁ ଏପର୍ଯ୍ୟନ୍ତ ସିଏସ୍‌ଏଫ୍‌ ଆନୁକୁଲ୍ୟରେ ଆମେରିକା ପାକିସ୍ତାନକୁ ୩.୧ ନିୟୁତ ଡଲାର ସହାୟତା ଦେଇଛି। କିନ୍ତୁ ଏହି ଫଣ୍ଡର ଅବଧୀ ଏହି ବର୍ଷ ଅକ୍ଟୋବରରେ ଶେଷ ହୋଇଯିବ। ନୂଆଁ ବିଲ୍‌ରେ ଆଫଗାନିସ୍ତାନକୁ ଅଲଗା କରିଦିଆଯାଇଛି। ଏହା ଆଗରୁ ବୁଧବାର ଦିନ ଆମେରିକା ସଂସଦରେ ଭାରତ ଓ ଆମେରିକାକୁ ଆନ୍ତର୍ଜାତିକ ରଣନୀତିକାରୀ ଏବଂ  ସୁରକ୍ଷା ସାଥୀ କରିବା ପାଇଁ ଆସିଥିବା ସଂଶୋଧନ ବିଲକକ ପାସ ହୋଇପାରି ନ ଥିଲା। ଏଥିପାଇଁ ଭାରତ ଆମେରିକା ପାଇଁ ‘ବିଶେଷ ଦେଶ’ ହୋଇପାରି ନ ଥିଲା। ଓବାମାଙ୍କ ବିରୋଧୀ ରିପବ୍ଲିକାନ୍‌ ପାର୍ଟିର ସିନେଟ୍‌ର ଜନ୍‌ ମ୍ୟାକ୍ଲେନ୍‌ ନ୍ୟାସନାଲ ଡିଫେନ୍ସ ଅଥରାଇଜେସନ ଆକ୍ଟରେ ଏହି ସଂଶୋଧନ ପ୍ରସ୍ତାବ ଦେଇଥିଲେ। ଯଦି ଏହି ସଂଶୋଧନ ଗୃହୀତ ହୋଇ ଥାଆନ୍ତା ତାହେଲେ ଭାରତକୁ ଆମେରିକାର ଆନ୍ତର୍ଜାତିକ ଏବଂ ସୁରକ୍ଷା ସାଥୀ ମାନ୍ୟତା ମିଳିଥାଆନ୍ତା।

Related story