ଆତଙ୍କବାଦୀ ସବୁ ଦେଶ ପାଇଁ ବିପଦ: ରାଜନାଥ

ନୂଆଦିଲ୍ଲୀ:ପାକିସ୍ତାନର ଇସଲାମବାଦରେ ହୋଇଥିବା ସାର୍କ ସମ୍ମିଳନୀ ବିଷୟରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଆଜି  ସଂସଦରେ ବୟାନ ଦେଇଛନ୍ତି। ସେ କହିଛନ୍ତି, “ସାର୍କ ସମ୍ମିଳନୀରେ  ସମସ୍ତ ଦେଶ ଆତଙ୍କବାଦୀଙ୍କୁ  ନିନ୍ଦା କରିଛନ୍ତି। ଆତଙ୍କବାଦୀ  ସମସ୍ତ ଦେଶ ପାଇଁ ବିପଦ । ଆତଙ୍କବାଦୀ ମରିଗଲେ ଶହୀଦ ହୁଏ ନାହିଁ। ଗୋଟିଏ ଦେଶର ଆତଙ୍କବାଦୀ ଅନ୍ୟ ଦେଶରେ ଶହୀଦ ହୁଏ ନାହିଁ।” ରାଜନାଥ ଆହୁରି କହିଛନ୍ତି, “ଜଣେ ଆତଙ୍କବାଦୀ ଭଲ  ହୋଇଥିଲେ ମଧ୍ୟ ତାଙ୍କୁ ଆତଙ୍କବାଦୀ କୁହାଯିବ। ଖରାପ  ହୋଇଥିଲେ […]

rajnathsingh

Rakesh Mallick
  • Published: Friday, 05 August 2016
  • , Updated: 05 August 2016, 05:09 PM IST

ନୂଆଦିଲ୍ଲୀ:ପାକିସ୍ତାନର ଇସଲାମବାଦରେ ହୋଇଥିବା ସାର୍କ ସମ୍ମିଳନୀ ବିଷୟରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଆଜି  ସଂସଦରେ ବୟାନ ଦେଇଛନ୍ତି। ସେ କହିଛନ୍ତି, “ସାର୍କ ସମ୍ମିଳନୀରେ  ସମସ୍ତ ଦେଶ ଆତଙ୍କବାଦୀଙ୍କୁ  ନିନ୍ଦା କରିଛନ୍ତି। ଆତଙ୍କବାଦୀ  ସମସ୍ତ ଦେଶ ପାଇଁ ବିପଦ । ଆତଙ୍କବାଦୀ ମରିଗଲେ ଶହୀଦ ହୁଏ ନାହିଁ। ଗୋଟିଏ ଦେଶର ଆତଙ୍କବାଦୀ ଅନ୍ୟ ଦେଶରେ ଶହୀଦ ହୁଏ ନାହିଁ।”

ରାଜନାଥ ଆହୁରି କହିଛନ୍ତି, “ଜଣେ ଆତଙ୍କବାଦୀ ଭଲ  ହୋଇଥିଲେ ମଧ୍ୟ ତାଙ୍କୁ ଆତଙ୍କବାଦୀ କୁହାଯିବ। ଖରାପ  ହୋଇଥିଲେ ମଧ୍ୟ  ତାଙ୍କୁ ଆତଙ୍କବାଦୀ କୁହାଯିବ। ଆତଙ୍କବାଦୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର।”

 ସେ ଆହୁରି କହିଛନ୍ତି, “ପାକିସ୍ତାନ ମୋ ସହିତ ଯେଉଁ ବ୍ୟବହାର କରିଛି ସେଥିପାଇଁ ମୁଁ ଅଭିଯୋଗ କରିବି ନାହିଁ। ଭାରତର ସମ୍ମାନ  ଅନୁଯାୟୀ ଯାହା କରିବା ଦରକାର ତାହା ମୁଁ କରିଛି।”

Related story