ଦେଶର ସବୁଠାରୁ ବଡ଼ ସାଇକଲ କାରଖାନା 'ଆଟଲାସ'ରେ ପଡ଼ିଲା ତାଲା

ନୂଆଦିଲ୍ଲୀ: କରୋନା ମହାମାରୀ ଭାରତରେ ଏବେ ଆଉ ଏକ ବଡ଼ ସଙ୍କଟକୁ ଜନ୍ମ ଦେଇଛି। ଏହି ମହାମାରୀରେ ସଂକ୍ରମିତ ହୋଇଥିବା ରୋଗୀ ଏବେ ହସ୍ପିଟାଲରେ ମୃତ୍ୟୁ ସହ ଲଢ଼େଇ କରୁଛନ୍ତି। ଏପରିକି ଏହା ମହାମାରୀ ଯୋଗୁ ଅନେକେଙ୍କ ରୋଜଗାରର ବାଟ ମଧ୍ୟ ବନ୍ଦ ହୋଇଯାଇଛି। ଏହା ମଧ୍ୟରେ ଦେଶର ସବୁଠାରୁ ବଡ଼ ସାଇକଲ୍ କମ୍ପାନୀ ଆଟଲାସ୍ ତା’ର ମୁଖ୍ୟ କାରାଖାନାରେ ତାଲା ପକାଇ ଦେଇଛି। ଏହି କାରଣରୁ ହଜାରରୁ ଅଧିକ ଶ୍ରମିକଙ୍କର ଭବିଷ୍ୟତ ଏବେ ଅନ୍ଧକାର ଭିତରକୁ […]

cycle

Ranjit Kumar Jena
  • Published: Friday, 05 June 2020
  • , Updated: 05 June 2020, 07:45 PM IST

ନୂଆଦିଲ୍ଲୀ: କରୋନା ମହାମାରୀ ଭାରତରେ ଏବେ ଆଉ ଏକ ବଡ଼ ସଙ୍କଟକୁ ଜନ୍ମ ଦେଇଛି। ଏହି ମହାମାରୀରେ ସଂକ୍ରମିତ ହୋଇଥିବା ରୋଗୀ ଏବେ ହସ୍ପିଟାଲରେ ମୃତ୍ୟୁ ସହ ଲଢ଼େଇ କରୁଛନ୍ତି। ଏପରିକି ଏହା ମହାମାରୀ ଯୋଗୁ ଅନେକେଙ୍କ ରୋଜଗାରର ବାଟ ମଧ୍ୟ ବନ୍ଦ ହୋଇଯାଇଛି। ଏହା ମଧ୍ୟରେ ଦେଶର ସବୁଠାରୁ ବଡ଼ ସାଇକଲ୍ କମ୍ପାନୀ ଆଟଲାସ୍ ତା'ର ମୁଖ୍ୟ କାରାଖାନାରେ ତାଲା ପକାଇ ଦେଇଛି। ଏହି କାରଣରୁ ହଜାରରୁ ଅଧିକ ଶ୍ରମିକଙ୍କର ଭବିଷ୍ୟତ ଏବେ ଅନ୍ଧକାର ଭିତରକୁ ଠେଲି ହୋଇଯାଇଛି। ଆର୍ଥିକ କ୍ଷତି କାରଣରୁ କମ୍ପାନୀ କାରଖାନାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି।

ବୁଧବାର ବିଶ୍ୱ ସାଇକେଲ୍ ଦିବସ ଅବସରରେ ଯେତେବେଳେ ସବୁ ଶ୍ରମିକ କାମ କରିବା ପାଇଁ କାରଖାନାକୁ ଗଲେ, ବାହାରେ ଏକ ନୋଟିସ୍ ଲଗାଯାଇଥିଲା, ଯେଉଁଥିରେ ସ୍ପଷ୍ଟ ଭାବେ ଲେଖା ହୋଇଥିଲା ଯେ ଏବେ କମ୍ପାନୀ ପାଖରେ କାରଖାନା ଚଳାଇବାକୁ ଅର୍ଥ ନାହିଁ। ତେଣୁ ବାଧ୍ୟ ହୋଇ କମ୍ପାନୀକୁ ଅନିଶ୍ଚିତ କାଳ ପାଇଁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ସୂଚନାଯୋଗ୍ୟ, ସାହିବାବାଦରେ ଆଟଲାସ କମ୍ପାନୀର କାରଖାନା ୧୯୮୯ରୁ କାର୍ଯ୍ୟକାରୀ ହୋଇ ଆସୁଛି। ଅର୍ଥାତ୍ ୩୧ ବର୍ଷ ପରେ ଏହି ବଡ଼ କାରଖାନାରେ ଏବେ ତାଲା ଝୁଲିଛି।

ଆଟଲାସ ସାଇକଲର ସାହିବାବାଦରେ ଥିବା କାରଖାନାରେ ଲକଡାଉନ୍ ପୂର୍ବରୁ ପ୍ରତି ମାସରେ ପ୍ରାୟ ୨ଲକ୍ଷ ସାଇକଲ୍ ପ୍ରସ୍ତୁତ କରୁଥିଲା। ଅର୍ଥାତ୍ ଏହି କାରଖାନାରୁ ପ୍ରତିବର୍ଷ ୫୦ଲକ୍ଷ ସାଇକଲ୍ ପ୍ରସ୍ତୁତ ହୋଇ ରପ୍ତାନୀ ହେଉଥିଲା। କିନ୍ତୁ ଲକଡାଉନରେ କାରଖାନାରେ କାମ କରୁଥିବା ଏହି ଶ୍ରମିକ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ, କମ୍ପାନୀ ତା'ର କର୍ମଚାରୀଙ୍କୁ ମେ' ମାସରେ ବେତନ ମଧ୍ୟ ଦେଇନାହିଁ। କାରଖାନା ବନ୍ଦ ହେବା ନେଇ କମ୍ପାନୀ ପକ୍ଷରୁ କୁହାଯାଇଛି, ଆମ ପାଖରେ କାରଖାନାକୁ ଚଳାଇବା ପାଇଁ ଆବଶ୍ୟକ ଅର୍ଥ ନାହିଁ।

Related story