ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ୍‌ ଡିଲ୍ ନେଇ ସୁପ୍ରିମକୋର୍ଟରେ ମାମଲା ରୁଜୁ

ନୂଆଦିଲ୍ଲୀ:  ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ୍‌ ହେଲିକପ୍ଟର ଡିଲ୍ ମାମଲା ନେଇ ସଂସଦରେ ଚର୍ଚ୍ଚା ଜୋର ଧରିଥିବା ବେଳେ  ଆଜି ସୁପ୍ରିମକୋର୍ଟରେ ଏ ନେଇ ଏକ ମାମଲା ରୁଜୁ ହୋଇଛି। ଓକିଲ ଏମ୍‌ଏଲ୍‌ ଶର୍ମା ରୁଜୁ କରିଥିବା ଏହି ମାମଲା ଆସନ୍ତା ସପ୍ତାହରେ  ଶୁଣାଣି ହେବ। ଏହି ମାମଲାରେ ଏମ୍‌ଏଲ୍‌ ଶର୍ମା  ସୋନିଆ ଗାନ୍ଧୀଙ୍କ ସମେତ ଅନେକ ନେତାଙ୍କ ନାଁରେ ଏଫ୍‌ଆଇଆର୍ ରୁଜୁ କରିବା ପାଇଁ ଦାବି କରିଛନ୍ତି। ନିଜ ଆବେଦନରେ ଶର୍ମା ଦାବି କରିଛନ୍ତି ଯେ କଂଗ୍ରେସ ଅଧ୍ୟକ୍ଷା […]

supreme-court

Rakesh Mallick
  • Published: Thursday, 28 April 2016
  • , Updated: 28 April 2016, 09:37 AM IST

ନୂଆଦିଲ୍ଲୀ:  ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ୍‌ ହେଲିକପ୍ଟର ଡିଲ୍ ମାମଲା ନେଇ ସଂସଦରେ ଚର୍ଚ୍ଚା ଜୋର ଧରିଥିବା ବେଳେ  ଆଜି ସୁପ୍ରିମକୋର୍ଟରେ ଏ ନେଇ ଏକ ମାମଲା ରୁଜୁ ହୋଇଛି। ଓକିଲ ଏମ୍‌ଏଲ୍‌ ଶର୍ମା ରୁଜୁ କରିଥିବା ଏହି ମାମଲା ଆସନ୍ତା ସପ୍ତାହରେ  ଶୁଣାଣି ହେବ। ଏହି ମାମଲାରେ ଏମ୍‌ଏଲ୍‌ ଶର୍ମା  ସୋନିଆ ଗାନ୍ଧୀଙ୍କ ସମେତ ଅନେକ ନେତାଙ୍କ ନାଁରେ ଏଫ୍‌ଆଇଆର୍ ରୁଜୁ କରିବା ପାଇଁ ଦାବି କରିଛନ୍ତି।

ନିଜ ଆବେଦନରେ ଶର୍ମା ଦାବି କରିଛନ୍ତି ଯେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ମନମୋହନ ସିଂ ଓ  ଅହମ୍ମଦ ପଟେଲ ସମେତ ଏ ଘଟଣାରେ ସଂପୃକ୍ତ ଲୋକଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦିଆଯାଉ।

୨୦୧୩ ମସିହାରେ ଏ ନେଇ ଏମ୍‌ଏଲ୍‌ ଶର୍ମା ଏକ ଆବେଦନ କରିବା ସହ ଏହି ମାମଲାର ଯାଞ୍ଚ ପାଇଁ ଏସ୍‌ଆଇଟି ଗଠନ କରିବାକୁ ଦାବି କରିଥିଲେ। ତେବେ ସେହି ସମୟରେ ସବୋର୍ଚ୍ଚ ନ୍ୟାୟଳୟ ତାଙ୍କ ଆବେଦନକୁ ଖାରଜ କରି ଦେଇଥିଲେ।

ଏହାପୂର୍ବରୁ ସେ କୋଇଲା ଘୋଟାଲା ନେଇ ପିଟିସନ୍ ଦାୟର କରିଥିଲେ।  ଏମ୍ ଏଲ୍ ଶର୍ମା ଦିଲ୍ଲୀ ଗଣଦୁଷ୍କର୍ମ ଘଟଣାର ଅଭିଯୁକ୍ତଙ୍କ ଓକିଲ ରହିଛନ୍ତି।

Related story