ନୂଆଦିଲ୍ଲୀ: ଔରାଙ୍ଗଜେବ ରୋଡ୍ ହେବ ଅବଦୁଲ କଲାମ ରୋଡ୍

ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀରେ ଥିବା ଲୁଟୟେନର ପ୍ରସିଦ୍ଧ ଔରାଙ୍ଗଜେବ ରୋଡକୁ ଏପିଜେ ଅବଦୁଲ କଲାମ ରୋଡ ନାମରେ ନାମିତ କରାଯିବ। ଶୁକ୍ରବାର ବିଭିନ୍ନ ମହଲରୁ ଆସିଥିବା ଅନୁରୋଧକୁ ଗ୍ରହଣ କରି ଶନିବାର ଏହି ନିଷ୍ପତ୍ତି ନେଇଛି ନୂଆଦିଲ୍ଲୀ ମୁନସିପାଲ କାଉନସିଲ। ଏହି ରୋଡକୁ ସ୍ୱର୍ଗତ କଲାମଙ୍କ ନାମରେ କରି ଶ୍ରଦ୍ଧାଞ୍ଜଳି ଦିଆଯାଇଛି ବୋଲି ମତ ପ୍ରକାଶ ପାଇଛି। ଏହି ରୋଡର ନାଁକୁ ପରିବର୍ତ୍ତନ କରିବାକୁ ଦୀର୍ଘଦିନ ହେଲା ଦାବି କରିଆସୁଥିଲେ କିଛି ଧାର୍ମିକ ସଂଗଠନ। ନିକଟରେ ପୂର୍ବତନ […]

road and kalam

Rakesh Mallick
  • Published: Saturday, 29 August 2015
  • , Updated: 29 August 2015, 09:58 AM IST

ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀରେ ଥିବା ଲୁଟୟେନର ପ୍ରସିଦ୍ଧ ଔରାଙ୍ଗଜେବ ରୋଡକୁ ଏପିଜେ ଅବଦୁଲ କଲାମ ରୋଡ ନାମରେ ନାମିତ କରାଯିବ। ଶୁକ୍ରବାର ବିଭିନ୍ନ ମହଲରୁ ଆସିଥିବା ଅନୁରୋଧକୁ ଗ୍ରହଣ କରି ଶନିବାର ଏହି ନିଷ୍ପତ୍ତି ନେଇଛି ନୂଆଦିଲ୍ଲୀ ମୁନସିପାଲ କାଉନସିଲ। ଏହି ରୋଡକୁ ସ୍ୱର୍ଗତ କଲାମଙ୍କ ନାମରେ କରି ଶ୍ରଦ୍ଧାଞ୍ଜଳି ଦିଆଯାଇଛି ବୋଲି ମତ ପ୍ରକାଶ ପାଇଛି।

[embed]https://twitter.com/ArvindKejriwal/status/637223328726446080[/embed]

ଏହି ରୋଡର ନାଁକୁ ପରିବର୍ତ୍ତନ କରିବାକୁ ଦୀର୍ଘଦିନ ହେଲା ଦାବି କରିଆସୁଥିଲେ କିଛି ଧାର୍ମିକ ସଂଗଠନ। ନିକଟରେ ପୂର୍ବତନ ରାଷ୍ଟ୍ରପତି ତଥା ଭାରତରତ୍ନ ଏପିଜେ ଅବଦୁଲ କଲାମଙ୍କ ନିଧନ ପରେ ତାଙ୍କ ନାଁରେ ଏହି ମୁଖ୍ୟ ରାସ୍ତାକୁ କରିବାକୁ ଦାବି ଜୋର ଧରିଥିଲା। ଏହାକୁ ବିଚାରକୁ ନେଇ ନୂଆଦିଲ୍ଲୀ ମୁନସିପାଲ କାଉନସିଲ(ଏନଡିଏମସି)ର ଏକ ବୈଠକ ବସିଥିଲା। ଏଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କ ସମେତ ବହୁ ରାଜନୈତିକ ଦଳର ପ୍ରମୁଖ ନେତା ଉପସ୍ଥିତ ରହି ଏହି ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଏହି ନାମକୁ ପରିବର୍ତ୍ତନ କରିବେ ନେଇ ଏକ ନିଦ୍ଧିଷ୍ଟ ସମ୍ପ୍ରଦାୟର ଧାର୍ମିକ ବ୍ୟକ୍ତି ବିଶେଷ ଏହାକୁ ବିରୋଧ କରୁଛନ୍ତି।

[embed]https://twitter.com/asadowaisi/status/637343974953324544[/embed]

ଅଲ ଇଣ୍ଡିଆ ମଜଲିସ-ଇ-ଲଟାହାଦୁଲ ମୁସଲିମିନ୍ (ଏଆଇଏମଆଇଏମ)ର ମୁଖ୍ୟ ଅସାଉଦ୍ଧିନ ଓୱାଇସି ଟ୍ୱିଟରରେ ଏନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ ଟ୍ୱିଟ କରି କହିଛନ୍ତ ଯେ, ଔରାଙ୍ଗଜେବ ରୋଡର ନାମକୁ ପରିବର୍ତ୍ତନ ନ କରି ସ୍ୱର୍ଗତ କଲାମଙ୍କ ନାମରେ ଏକ ଦେଶବ୍ୟାପୀ ବିଜ୍ଞାନ ବୃତ୍ତି ପ୍ରଚଳନ କରାଯାଉ ‍ବୋଲି ସେ କହିଛନ୍ତି।ଏନେଇ ଏନଡିଏମସି କତ୍ତୃପକ୍ଷ କହିଛନ୍ତି ଯେ, ଏହାକୁ ନେଇ କେଉଁ ବିଭାଗର ଅନୁମତି କି କୌଣସି ରାଜନୈତିକ ଦଳର ଅନୁମତି ଆବଶ୍ୟକ ନାହିଁ।

Related story