ଆମ୍ବୁଲାନ୍ସକୁ ଅପେକ୍ଷା କରି ରାସ୍ତାରେ ଚେୟାର ଉପରେ ବସିଥିଲେ, ଚାଲିଗଲା ଜୀବନ

ପୁଣେ: ମହାରାଷ୍ଟ୍ରରୁ ଆଶ୍ଚର୍ଯ୍ୟଚକିତ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ଜଣେ ୫୪ ବର୍ଷୀୟ ବ୍ୟକ୍ତି ଆମ୍ବୁଲାନ୍ସ ପାଇଁ ରାସ୍ତାରେ ଚେୟାର ଉପରେ ବସିଥିବା ବେଳେ ସମସ୍ତଙ୍କ ଅଜାଣତରେ ତାଙ୍କ ଜୀବନ ଚାଲି ଯାଇଛି। କରୋନା ସଂକ୍ରମଣ ଯୋଗୁ ବ୍ୟକ୍ତିଙ୍କ ଘର ଲୋକ ମଧ୍ୟ ତାଙ୍କ ଠାରୁ ୪ ଫୁଟ ଲେଖାଏ ବସି ରହିଥିଲେ। ହେଲେ ହସ୍ପିଟାଲ ବଦଳରେ ବ୍ୟକ୍ତି ଜଣଙ୍କ ଶେଷରେ ଆଖି ବୁଜି ଦେଇଛନ୍ତି। ଆଜି ଭୋର ୪ଟା ବେଳେ ଏହି ଘଟଣା ଘଟିଛି। […]

bd

Hemant Lenka
  • Published: Saturday, 16 May 2020
  • , Updated: 16 May 2020, 02:47 PM IST

ପୁଣେ: ମହାରାଷ୍ଟ୍ରରୁ ଆଶ୍ଚର୍ଯ୍ୟଚକିତ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ଜଣେ ୫୪ ବର୍ଷୀୟ ବ୍ୟକ୍ତି ଆମ୍ବୁଲାନ୍ସ ପାଇଁ ରାସ୍ତାରେ ଚେୟାର ଉପରେ ବସିଥିବା ବେଳେ ସମସ୍ତଙ୍କ ଅଜାଣତରେ ତାଙ୍କ ଜୀବନ ଚାଲି ଯାଇଛି। କରୋନା ସଂକ୍ରମଣ ଯୋଗୁ ବ୍ୟକ୍ତିଙ୍କ ଘର ଲୋକ ମଧ୍ୟ ତାଙ୍କ ଠାରୁ ୪ ଫୁଟ ଲେଖାଏ ବସି ରହିଥିଲେ। ହେଲେ ହସ୍ପିଟାଲ ବଦଳରେ ବ୍ୟକ୍ତି ଜଣଙ୍କ ଶେଷରେ ଆଖି ବୁଜି ଦେଇଛନ୍ତି।

ଆଜି ଭୋର ୪ଟା ବେଳେ ଏହି ଘଟଣା ଘଟିଛି। ପୁଣେରେ ରହୁଥିବା ୫୪ ବର୍ଷୀୟ ୟେସୁଦାସ ଏମ ଫ୍ରାନ୍ସିସ ରାତି ପ୍ରାୟ ୧ଟା ବେଳେ ଅସୁସ୍ଥତା ଅନୁଭବ କରିଥିଲେ। ଏହା ଦେଖି ତାଙ୍କ ପରିବାର ଲୋକଙ୍କ ପକ୍ଷରୁ ଆମ୍ବୁଲାନ୍ସ ଓ ପୁଲିସ୍‌କୁ ଖବର ଦିଆଯାଇଥିଲା।

https://dai.ly/x7ty4hq
ବିଳମ୍ବ ହେବାରୁ ପରିବାର ଲୋକେ ତାଙ୍କୁ ଚେୟାରରେ ନାନା ପେଇ ଅଞ୍ଚଳରେ ଥିବା ମନୁଶା ମସଜିଦ ନିକଟକୁ ଆଣିଥିଲେ। କରୋନା ଦ୍ୱାରା ଏହି ଅଞ୍ଚଳ ଦ୍ୱିତୀୟ ସର୍ବାଧିକ କ୍ଷତିଗ୍ରସ୍ତ। ଏହି ସ୍ଥାନରେ ଚେୟାରରେ ୟେସୁଦାସ ପ୍ରାୟ ୪ ଘଣ୍ଟା କାଳ ବସି ରହିଥିଲେ। ଏହି ସମୟରେ ପରିବାର ଲୋକ ଆମ୍ବୁଲାନ୍ସକୁ ଫୋନ କରିଥିଲେ ମଧ୍ୟ କୌଣସି ଉତ୍ତର ମିଳି ନଥିଲା।

ପରିକାର ଲୋକ ଉକ୍ତ ସ୍ଥାନରେ ଥିଲେ ମଧ୍ୟ କରୋନା ସଂକ୍ରମଣ ପାଇଁ ସମସ୍ତେ ସାମାଜିକ ଦୂରତା ଅବଲମ୍ବନ କରି ପ୍ରାୟ ୪ ଫୁଟ ଦୂରରେ ବସି ରହିଥିଲେ। କେତେବେଳେ ୟେସୁଦାସ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି, ସେକଥା ବି ପରିବାର ଲୋକ ଜାଣି ପରି ନଥିଲେ।

ଦୀର୍ଘ ୪ ଘଣ୍ଟା ପରେ ଉକ୍ତ ସ୍ଥାନ ଦେଇ ଏକ ଟେମ୍ପୋ ଅତିକ୍ରିମ କରିଥିଲା। ଏହି ଗାଡ଼ିରେ ପରିବାର ଲୋକ ୟେସୁଦାସଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।

ଏହି ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି।

Related story