ଭାଇଚାରା ଏବଂ ସୌହାର୍ଦ୍ଦ୍ୟର ସହର ଅଯୋଧ୍ୟା

ଅଯୋଧ୍ୟା: ‘ପ୍ରାର୍ଥନାସ୍ଥଳରେ ବିବାଦ ରହିଲେ ପ୍ରାର୍ଥନା ଗ୍ରହଣୀୟ ହେବନାହିଁ।’ ଏଭଳି ବିଚାର ରଖି ଅଯୋଧ୍ୟାରେ ଭାଇଚାରାର ବାର୍ତ୍ତା ବାଣ୍ଟୁଛନ୍ତି ବବ୍‌ଲୁ ଖାନ୍‌। ଗତ ୫ ବର୍ଷ ହେଲା ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଦିଗରେ କାମ କରୁଥିବା ବବ୍‌ଲୁଙ୍କ ସମେତ ଏମିତି ଅନେକ ବ୍ୟକ୍ତିଙ୍କ ସୌହାର୍ଦ୍ଦ୍ୟପୂର୍ଣ୍ଣ ଚିନ୍ତାଧାରା ଅଯୋଧ୍ୟାରେ ଭାଇଚାରାର ପରିବେଶ ସୃଷ୍ଟି କରିଛି। ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ପୂର୍ବରୁ ଅଯୋଧ୍ୟାରେ ମନ୍ଦିର ନା ମସଜିଦ୍, ଏ ପ୍ରଶ୍ନକୁ ନେଇ ବର୍ଷ ବର୍ଷ ଧରି ସମଗ୍ର ଦେଶବାସୀଙ୍କ […]

Hanuman-Garhi

Hanuman-Garhi

Subrat Kumar Nayak
  • Published: Saturday, 30 November 2019
  • Updated: 30 November 2019, 09:48 PM IST

Sports

Latest News

ଅଯୋଧ୍ୟା: ‘ପ୍ରାର୍ଥନାସ୍ଥଳରେ ବିବାଦ ରହିଲେ ପ୍ରାର୍ଥନା ଗ୍ରହଣୀୟ ହେବନାହିଁ।’ ଏଭଳି ବିଚାର ରଖି ଅଯୋଧ୍ୟାରେ ଭାଇଚାରାର ବାର୍ତ୍ତା ବାଣ୍ଟୁଛନ୍ତି ବବ୍‌ଲୁ ଖାନ୍‌। ଗତ ୫ ବର୍ଷ ହେଲା ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଦିଗରେ କାମ କରୁଥିବା ବବ୍‌ଲୁଙ୍କ ସମେତ ଏମିତି ଅନେକ ବ୍ୟକ୍ତିଙ୍କ ସୌହାର୍ଦ୍ଦ୍ୟପୂର୍ଣ୍ଣ ଚିନ୍ତାଧାରା ଅଯୋଧ୍ୟାରେ ଭାଇଚାରାର ପରିବେଶ ସୃଷ୍ଟି କରିଛି।

ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ପୂର୍ବରୁ ଅଯୋଧ୍ୟାରେ ମନ୍ଦିର ନା ମସଜିଦ୍, ଏ ପ୍ରଶ୍ନକୁ ନେଇ ବର୍ଷ ବର୍ଷ ଧରି ସମଗ୍ର ଦେଶବାସୀଙ୍କ ଭିତରେ ନାହିଁ ନଥିବା ଉତ୍କଣ୍ଠା ରହିଥିଲା। ମାତ୍ର ୨.୭୭ ଏକର ଜମି ପାଇଁ ବର୍ଷ ବର୍ଷ ଧରି ଲାଗି ରହିଥିଲା କେତେ ବାଦ ବିବାଦ। ହେଲେ ପ୍ରକୃତ ଅଯୋଧ୍ୟାବାସୀ ଯେ ଏ ବିବାଦଠାରୁ ବହୁ ଉର୍ଦ୍ଧ୍ୱରେ ତାହା ଅଯୋଧ୍ୟାରେ ବସବାସ କରୁଥିବା ଲୋକଙ୍କୁ ନ ଭେଟିଲେ ଜାଣିହେବନାହିଁ। ଅଯୋଧ୍ୟାରେ ରହୁଥିବା ପ୍ରତ୍ୟକ ହିନ୍ଦୁ ଓ ମୁସଲମାନ ପରସ୍ପର ଭିତରେ ଭାଇଚାରା ବାଣ୍ଟୁଥିବା ବେଳେ ହିନ୍ଦୁମାନଙ୍କ ପାଇଁ ମସଜିଦ୍ ଓ ମୁସଲମାନମାନଙ୍କର ମନ୍ଦିର ପାଇଁ ରହିଥିବା ଶ୍ରଦ୍ଧା ଓ ବଦାନ୍ୟତା ଅତୁଳନୀୟ।

ସମ୍ପ୍ରଦାୟ ଦୃଷ୍ଟଠିରୁ ଖାଣ୍ଟି ମୁସଲମାନ। କିନ୍ତୁ ଅଯୋଧ୍ୟାବାସୀ ହିସାବରେ ହିନ୍ଦୁଙ୍କ ପ୍ରତି ତାଙ୍କ ମନରେ ଅଜଶ୍ର ଶ୍ରଦ୍ଧା ଓ ରାମଲାଲଙ୍କ ପ୍ରତି ଅନ୍ୟନ୍ୟ ଭକ୍ତି। ବବଲୁ ଖାନ୍ ଏଭଳି ଜଣେ ମୁସଲମାନ ଧର୍ମାବଲମ୍ବୀ ଯେକି ଦୈନିକ ନମାଜ ପଢ଼ନ୍ତି, ତା ସହ ଅଯୋଧ୍ୟାର ହନୁମାନ ଗଡ଼ି ମନ୍ଦିରକୁ ଯିବାକୁ ଦିନଟିଏ ବି ଭୁଲନ୍ତି ନାହିଁ। ଅଯୋଧ୍ୟାର ରାମ ଜନ୍ମଭୂମିସ୍ଥଳଠୁ ମାତ୍ର ଦେଢ଼ କିଲୋମିଟର ଦୂରରେ ଥିବା ହନୁମାନ ଗଡ଼ି ମନ୍ଦିର ମନ୍ଦିର ବର୍ଷ ବର୍ଷ ଧରି ମହାନ ଭାଇଚାରାର ମନ୍ତ୍ର ବାଣ୍ଟି ଆସୁଛି। ହିନ୍ଦୁ ମନ୍ଦିର ହେଲେ ଏଠି ମୁସଲମାନଙ୍କର ରହିଛି ଅବାଧ ପ୍ରବେଶ ଅଧିକାରଆଉ ସବୁଠାରୁ ବଡ଼ କଥା ହେଲା ଏହି ମନ୍ଦିର ପାଇଁ ତତ୍କାଳୀନ ନବାବ ସମ୍ପତ୍ତି ମଧ୍ୟ ଦାନ କରିଛନ୍ତି।

ଅଯୋଧ୍ୟାରେ ହିନ୍ଦୁ ଧର୍ମାନୁଷ୍ଠାନ ପ୍ରତି ମୁସଲମାନଙ୍କ ସମର୍ପଣ ଭାବର ପଟାନ୍ତର ନାହିଁ। ଏପଟେ ମୁସଲମାନଙ୍କ ପ୍ରତି ବି ହିନ୍ଦୁ ଓ ହିନ୍ଦୁ ଧାର୍ମିକ ନେତାଙ୍କ ଶ୍ରଦ୍ଧାର ନିଦର୍ଶନ ବି କିଛି କମ୍ ନୁହେଁ। କେତେବେଳେ ମସଜିଦ୍ ଭିତରେ ଶହ ଶହ ସଂଖ୍ୟାରେ ହିନ୍ଦୁଙ୍କ ଉପସନା ତ ଆଉ କେତେବେଳେ ମନ୍ଦିର ଭିତରେ ଶହ ଶହ ସଂଖ୍ୟାରେ ମୁସଲମାନଙ୍କ ହନୁମାନ ଚାଳିଶା ପାଠର ଦୃଶ୍ୟ ବି ସମଗ୍ର ବିଶ୍ୱରେ ନିଆରା । ଏଠାରେ ଶହ ଶହ ବର୍ଷ ଧରି ଦୁଇ ସମ୍ପ୍ରଦାୟ ମଧ୍ୟରେ ଚାଲି ଆସିଥିବା ଏକତା ଓ ନିବିଡ଼ତାର ଭାବକୁ ଆଖିରେ ନଦେଖିଲେ ବିଶ୍ୱାସ କରି ହେବନି ଏଠି ସମ୍ପର୍କର ଏ ବିଶାଳ ସେତୁକୁ ସବୁବେଳେ ମଜବୁତ କରିଆସିଛି ମନ୍ଦିର ଏବଂ ମସଜିଦ୍‌।

ହନୁମାନ ଗଡ଼ିର ମନ୍ଦିରର ମହନ୍ତ ରାଜୁ ଦାସ କହିବା ଅନୁଯାୟୀ, “ଆପଣ ଏଠାରେ ନିଶ୍ଚୟ ଦେଖିବାକୁ ପାଇବେ ମନ୍ଦିର ନିକଟରେ ମୁସଲମାନ୍‌ଙ୍କ ଦୋକାନ ମଧ୍ୟ ରହିଛି। କିଏ ମାଳ, କିଏ ଫୁଲ ତ କିଏ ପ୍ରସାଦ ପୁଣି କିଏ ଭଗବାନଙ୍କ ବସ୍ତ୍ର ମଧ୍ୟ ବିକ୍ରି କରୁଛନ୍ତି। ରାମ ଏବଂ ହନୁମାନଙ୍କ ଶରଣରେ ମୁସଲମାନ୍‌ଙ୍କ ରୋଜଗାର ମଧ୍ୟ ରହିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos