ଲକ୍ଷ୍ନୌ: ଗତକାଲି ଅଯୋଧ୍ୟାରେ ଯୋଗୀ ସରକାର ମନାଇଥିଲେ ଇତିହାସର ସବୁଠାରୁ ବଡ଼ ଦିପାବଳୀ। ହେଲେ ଏହାକୁ ନେଇ ଏବେ ଆପତ୍ତି ଉଠିବାରେ ଲାଗିଛି। ବାବରୀ ମସଜିଦ କମିଟି ସରକାରୀ ଖର୍ଚ୍ଚରେ ଭବ୍ୟ ଦୀପାବଳି ଉତ୍ସବର ଆୟୋଜନ ଓ ଭଗବାନ ରାମଙ୍କ ୧୦୮ ଫୁଟ ଉଚ୍ଚା ପ୍ରତିମା ସ୍ଥାପନ ପାଇଁ ଘୋଷଣାକୁ ନେଇ ଆପତ୍ତି ଉଠାଇଛନ୍ତି। ୟୁପି ସରକାର ସବୁ ଧର୍ମର ନ ହୋଇ ଏକ ବିଶେଷ ଧର୍ମକୁ ମାନୁଥିବା ଲୋକଙ୍କ ସରକାର ଭାବି କାମ କରୁଛନ୍ତି ବୋଲି କମିଟି ପକ୍ଷରୁ କୁହାଯାଇଛି।
ବୁଧବାର ବାବରୀ ମସଜିଦ ଆକ୍ସନ କମିଟି ବୈଠକ ବସିଥିଲା। ଏଥିରେ ମୌଲାନା ମହମ୍ମଦ ଇଦରିସ ବସ୍ତୱି ଅଧ୍ୟକ୍ଷତା କରିଥିଲେ। ବୈଠକରେ ଅଯୋଧ୍ୟାରେ ଦୀପାବଳି ପାଳନ ଓ ରାମଚନ୍ଦ୍ରଙ୍କ ପ୍ରତୀମା ନିର୍ମାଣ କାର୍ଯ୍ୟକ୍ରମ ଅଧିକ ଆଲୋଚନା ହୋଇଥିଲା। ବୈଠକ ପରେ କମିଟି ପକ୍ଷରୁ କୁହାଯାଇଛି- “ଭାରତର ସମ୍ବିଧାନ ଅନୁସାରେ ସରକାରଙ୍କ ସମ୍ପର୍କ କୌଣସି ବିଶେଷ ଧର୍ମ ସହ ନଥାଏ। ସବୁ ଧର୍ମକୁ ଆଦର କରିବା ଓ ସବୁ ଧର୍ମର ଲୋକଙ୍କୁ ସମାନ ଦୃଷ୍ଟିରେ ଦେଖିବା ସରକାରଙ୍କ କର୍ତ୍ତବ୍ୟ। ହେଲେ ଯୋଗୀ ସରକାର ଏକ ବିଶେଷ ଧର୍ମକୁ ମାନୁଥିବା ଲୋକଙ୍କ ସରକାର ଭାବି କାମ କରୁଛି।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।