ଆକ୍ରମଣକାରୀଙ୍କ ମା’ଙ୍କୁ ସାନ୍ତ୍ୱନା ଜଣାଇଲେ ବାବୁଲ

କୋଲକାତା:ଯାଦବପୁର ବିଶ୍ୱବିଦ୍ୟାଳୟରେ କିଛି ଛାତ୍ର ଓ ଅଣଛାତ୍ରଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇଥିବା କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ଆଜି ଏହି ଘଟଣାକୁ ନେଇ ଏକ ଭାବବିହ୍ୱଳ ଟ୍ୱିଟ୍‌ କରିଛନ୍ତି। ବାବୁଲଙ୍କୁ ହଟହଟା କରିଥିବା ଜଣେ ଛାତ୍ରଙ୍କ ମା’ ତାଙ୍କ ପୁଅର କିଛି କ୍ଷତି ନକରିବାକୁ ଏକ ଭିଡିଓରେ ଅନୁରୋଧ କରିଥିଲେ। ଆଉ ଆଜି ନିଜେ ବାବୁଲ ଏକ ଟ୍ୱିଟ୍‌ କରି ଏକ କ୍ୟାନ୍‌ସର ପୀଡ଼ିତା ମାହିଳାଙ୍କୁ ସ୍ପଷ୍ଟ କହିଛନ୍ତି ସେ ଏପରି କିଛି ମଧ୍ୟ କରିବେନି। ବାବୁଲ […]

babul

Subrat Kumar Nayak
  • Published: Saturday, 21 September 2019
  • , Updated: 21 September 2019, 04:35 PM IST

କୋଲକାତା:ଯାଦବପୁର ବିଶ୍ୱବିଦ୍ୟାଳୟରେ କିଛି ଛାତ୍ର ଓ ଅଣଛାତ୍ରଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇଥିବା କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ଆଜି ଏହି ଘଟଣାକୁ ନେଇ ଏକ ଭାବବିହ୍ୱଳ ଟ୍ୱିଟ୍‌ କରିଛନ୍ତି। ବାବୁଲଙ୍କୁ ହଟହଟା କରିଥିବା ଜଣେ ଛାତ୍ରଙ୍କ ମା’ ତାଙ୍କ ପୁଅର କିଛି କ୍ଷତି ନକରିବାକୁ ଏକ ଭିଡିଓରେ ଅନୁରୋଧ କରିଥିଲେ। ଆଉ ଆଜି ନିଜେ ବାବୁଲ ଏକ ଟ୍ୱିଟ୍‌ କରି ଏକ କ୍ୟାନ୍‌ସର ପୀଡ଼ିତା ମାହିଳାଙ୍କୁ ସ୍ପଷ୍ଟ କହିଛନ୍ତି ସେ ଏପରି କିଛି ମଧ୍ୟ କରିବେନି।

ବାବୁଲ ଏହି ଟ୍ୱିଟ୍‌ରେ କହିଛନ୍ତି, “ମୁଁ ଆପଣଙ୍କ ପୁର କିଛି ମଧ୍ୟ କ୍ଷତି କରିବି ନାହିଁ। ମୁଁ ଚାହେଁ ସେ ନିଜ ଭୁଲରୁ କିଛି ଶିଖନ୍ତୁ। ମୁଁ ଏଫ୍‌ଆଇଆର ଦେଇନି ଏବଂ ଏପରି କରିବାକୁ କାହାରିକୁ ଦେବିନାହିଁ ମଧ୍ୟ। ଆପଣ ଚିନ୍ତା କରନ୍ତୁନି।” ଏହି ଅବସରରେ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ଯାଦବପୁର ବିଶ୍ୱବିଦ୍ୟାଳୟରେ ବାବୁଲଙ୍କୁ ଆକ୍ରମଣ ପରେ ସେ ଗଣମାଧ୍ୟମ ଏବଂ ଟ୍ୱିଟରରେ କ୍ରୋଧ ପ୍ରକାଶ କରିଥିଲେ। ସେ ଏହି ଆକ୍ରମଣକାରୀମାନଙ୍କୁ କାପୁରୁଷ କହିବା ସହ ଖୁବ୍‌ ଶୀଘ୍ର ପଦକ୍ଷେପ ନେବେ କହିଥିଲେ। ତେବେ ଏହା କେଉଁ ପ୍ରକାରର ପଦକ୍ଷେପ ହେବ ତାହା କହି ନଥିଲେ।

Related story