ମା’ କୋଳକୁ ଆସିଲା ଅଦ୍ଭୁତ ଶିଶୁ : ଶରୀର ବାହାରେ ହୃଦୟ, ଏବେ କ’ଣ ହେବ ?

ନୂଆଦିଲ୍ଲୀ:ହୃଦୟ ହେଉଛି ଶରୀରର ମହତ୍ୱପୂର୍ଣ୍ଣ ଅଙ୍ଗ। ଏହା ଯେତେବେଳେ ଅଟକି ଯାଏ ଜୀବନର ଯାନଟା ବି ହଠାତ୍‌ ବନ୍ଦ ହୋଇଯାଏ। ଶରୀର ଭିତରେ ରହି ଏହା ଶରୀରକୁ  ତରଙ୍ଗାୟିତ କରିଥାଏ। ହେଲେ ଯଦି ଏହି ହୃଦୟଟି ଶରୀର ବାହାରେ ରହିବ ଏବଂ କମ୍ପନ ସୃଷ୍ଟି କରିବ ତେବେ କ’ଣ ହେବ ? ଏମିତି ପ୍ରଶ୍ନ ଶୁଣି ଆପଣ ଚମକି ପଡ଼ୁଥିବେ । କିନ୍ତୁ ବାସ୍ତବରେ ଏମିତି ଘଟଣା ଘଟିଛି। ଘଟଣାଟି ହେଉଛି ଇଂଲଣ୍ଡରେ ଜନ୍ମ ହୋଇଥିବା ଶିଶୁଟିର […]

baby copy

baby copy

Rakesh Mallick
  • Published: Thursday, 14 December 2017
  • Updated: 14 December 2017, 05:30 PM IST

Sports

Latest News

ନୂଆଦିଲ୍ଲୀ:ହୃଦୟ ହେଉଛି ଶରୀରର ମହତ୍ୱପୂର୍ଣ୍ଣ ଅଙ୍ଗ। ଏହା ଯେତେବେଳେ ଅଟକି ଯାଏ ଜୀବନର ଯାନଟା ବି ହଠାତ୍‌ ବନ୍ଦ ହୋଇଯାଏ। ଶରୀର ଭିତରେ ରହି ଏହା ଶରୀରକୁ  ତରଙ୍ଗାୟିତ କରିଥାଏ। ହେଲେ ଯଦି ଏହି ହୃଦୟଟି ଶରୀର ବାହାରେ ରହିବ ଏବଂ କମ୍ପନ ସୃଷ୍ଟି କରିବ ତେବେ କ’ଣ ହେବ ? ଏମିତି ପ୍ରଶ୍ନ ଶୁଣି ଆପଣ ଚମକି ପଡ଼ୁଥିବେ । କିନ୍ତୁ ବାସ୍ତବରେ ଏମିତି ଘଟଣା ଘଟିଛି। ଘଟଣାଟି ହେଉଛି ଇଂଲଣ୍ଡରେ ଜନ୍ମ ହୋଇଥିବା ଶିଶୁଟିର ହୃଦୟ ଶରୀର ବାହାରେ ରହିଛି। ଏହି ଅଦ୍ଭୁତ ଶିଶୁକୁ ଦେଖି ଡାକ୍ତରମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ପିଲାଟି ଜନ୍ମ ହେବାକ୍ଷଣି ତାର ଶରୀର ଉପରେ ହୃଦୟ(ହାର୍ଟ)ଟି କାର୍ଯ୍ୟକ୍ଷମ ଥାଇ ଥରୁଥିବା ଡାକ୍ତରମାନେ ଦେଖିଥିଲେ। ଶିଶୁଟିକୁ କେମିତି ବଞ୍ଚାଇବେ ଏବେ ଡାକ୍ତରମାନେ ଚିନ୍ତାରେ ପଡ଼ିଯାଇଛନ୍ତି। ଇଂଲଣ୍ଡର ଲିସେଷ୍ଟର ଗ୍ଲେନ୍‌ ଫିଲଡ୍‌ ହସପିଟାଲରେ ଗତ ନଭେମ୍ବର ୨୨ତାରିଖରେ ଶିଶୁଟି ଜନ୍ମଗ୍ରହଣ କରିଥିଲା । ସ୍ୱଭାବିକ୍‌ ଭାବେ ହୋଇ ନ ପାରିବାରୁ ସିଜରିଆନ କରି ପିଲାଟିକୁ ଜନ୍ମ କରାଯାଇଥିଲା

ଶିଶୁଟିର ବିରଳ ଶରୀର ଗଠନକୁ ଦେଖି ଡାକ୍ତରମାନେ ଆଚମ୍ବିତ ହୋଇଯାଇଛନ୍ତି । ମାନବ ସୃଷ୍ଟିର ଏମିତି ଲକ୍ଷଣକୁ ectopia cordis ବୋଲି କୁହାଯାଉଛି।  ଏମିତି ଶିଶୁ ବିପଦମୁକ୍ତ ନୁହଁନ୍ତି ବୋଲି ଡାକ୍ତରମାନେ ଅନୁଭବ କରୁଛନ୍ତି। ତଥାପି ଶିଶୁଟିକୁ ବଞ୍ଚାଇବା ପାଇଁ ଡାକ୍ତରମାନେ ପ୍ରାଣପଣେ ଉଦମ୍ୟ ଜାରି ରଖିଛନ୍ତି । ଅସ୍ତ୍ରୋପଚାର ପାଇଁ ୧୦ରୁ ୧୨ ଜଣ ଡାକ୍ତର ଲାଗିପଡ଼ିଛନ୍ତି।  ଏହି ଟିମ୍‌ରେ ବରିଷ୍ଠ ହୃଦବିଷେଶଜ୍ଞ ଏବଂ ଶିଶୁ ବିଶେଷଜ୍ଞ ଅଛନ୍ତି। ଇଂଲଣ୍ଡରେ ପ୍ରଥମ ଥର ପାଇଁ ଏମିତି ବିରଳ ଶିଶୁ ଜନ୍ମ ହୋଇଥିବା କୁହାଯାଉଛି। ଅବଶ୍ୟ ପ୍ରାରମ୍ଭରୁ ସ୍କାନିଂ ରିପୋର୍ଟରେ ଏମିତି ସଙ୍କେତ ଆସିଥିଲା। ଭ୍ରୁଣଟି ବଢିବା ପରେ ଶରୀରଠାରୁ ଭିନ୍ନ ହୋଇ ପାକସ୍ତଳୀ ଏବଂ ହୃଦୟର ଶରୀର ବାହାରେ ଅଭିବୃଦ୍ଧି ହେଉଥିବା ରିପୋର୍ଟରୁ ଜଣାପଡ଼ିଥିଲା।

ପିଲାଟି ଜନ୍ମ ହେଲେ ବିପଦ ବୋଲି ଡାକ୍ତରମାନେ କହିଥିଲେ। କିନ୍ତୁ ବାପା ମା’ ପିଲାଟି ଜନ୍ମ ହେଉ ବୋଲି ଜିଦ୍‌ ଧରିଥିଲେ। ଫଳରେ  ବହୁ ରିସ୍କ ନେଇ ଡାକ୍ତରମାନେ ପିଲାଟିକୁ ଜନ୍ମ କରିବାରେ ସଫଳ ହୋଇଥିଲେ। ଏବେ ପିଲାଟି ସୁସ୍ଥ ହୋଇ ନ ଥିଲେ ମଧ୍ୟ ସୌଭାଗ୍ୟବସତଃ ବଞ୍ଚିଛି। ବେଳେ ବେଳେ ନିୟତିର ଅଦ୍ଭୁତ ବିଚାର ଖୁବ୍‌ ଅଜବ ଲାଗେ। ଜଣେ ନିଷ୍ପାପ ଶିଶୁ ସହ ସେ କେତେ ନିର୍ଦ୍ଦୟ ଓ  ନିଷ୍ଠୁର ହୋଇ ପାରନ୍ତି ତାହା ଉପରୋକ୍ତ ଘଟଣାରୁହିଁ ଅନୁମାନ କରିହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos