ଢାକା: ବାଂଲାଦେଶରେ ଶୁକ୍ରବାର ପୁଣି ଏକ ବ୍ଲଗରଙ୍କୁ ହତ୍ୟା କରାଯାଇଛି। ମୃତ ବ୍ଲଗରଙ୍କ ନାମ ନିଲୟ ନୀଲ। ନିଲୟ ଆଜି ସକାଳେ ଘରେ ଥିବା ବେଳେ ତାଙ୍କୁ ହତ୍ୟା କରାଯାଇଛି।ବାଂଲାଦେଶ ବ୍ଲଗ ଏଣ୍ଡ୍ ଆକ୍ଟିଭିସ୍ ନେଟୱାର୍କର ମୁଖପାତ୍ରଙ୍କ କହିବାନୁସାରେ, ନିଲୟଙ୍କ ତାଙ୍କ ପାଞ୍ଚ ତାଲା ବିଶିଷ୍ଟ ଘର ଉପରେ ଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କୁ ଠେଲି ଦେଇଥିଲା। ନିଲୟ ଇସଲାମିକ୍ ଆତଙ୍କବାଦୀଙ୍କ ଟାର୍ଗେଟରେ ଥିଲେ।
ଢାକାର ଏକ ଖବରକାଗଜ ଟ୍ରିବ୍ୟୁନ୍ ଅନୁସାରେ, ନୀଲର ପ୍ରକୃତ ନାମ ନିଲୟ ଚୌଧୁରୀ। ହେଲେ ବ୍ଲଗିଂ ଦୁନିଆରେ ନିଲୟ ନୀଲ ନାମରେ ପରିଚିତ ଥିଲେ। ୧୯୭୧ ଯୁଦ୍ଧ ଅପରାଧୀଙ୍କୁ ଫାଶି ଦେବା ସଂପର୍କରେ ନୀଲ ତାଙ୍କ ବ୍ଲଗରେ ଲେଖୁଥିଲେ। ସୂଚନାଯୋଗ୍ୟ, ଚଳିତ ବର୍ଷ ନୀଲଙ୍କୁ ମିଶାଇ ବାଂଲାଦେଶରେ ୪ ଜଣ ବ୍ଲଗରଙ୍କୁ ହତ୍ୟା କରାଯାଇ ସାରିଲାଣି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଜାମା ମସଜିଦ ସର୍ଭେ ବେଳେ ଉତ୍ତେଜନା, ୨ ମୃତ
ଶାହି ଜାମା ମସଜିଦ ସର୍ଭେ ସମୟରେ ସର୍ଭେ ଟିମ୍ ଉପରକୁ କିଛି ଲୋକ ପଥର ମାଡ଼ କରିଥିଲେ।
Viral
ଅଟୋକୁ ଧକ୍କା ଦେଲା କାର୍, ପୁଲିସ୍ କର୍ମଚାରୀଙ୍କୁ ନିର୍ଦ୍ଧୁମ ଛେଚିଲେ ସ୍ଥାନୀୟ ଲୋକ
ପୁଲିସ କର୍ମଚାରୀଙ୍କୁ ସ୍ଥାନୀୟ ଲୋକେ ମାଡ଼ ମାରିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି।
National
୨୬ରେ ଶପଥ ନେବେ ହେମନ୍ତ ସୋରେନ୍
ଆଜି ଅପରାହ୍ନ ୪ଟାରେ ହେମନ୍ତ ସୋରେନ୍ ରାଜଭବନ ଯାଇ ରାଜ୍ୟପାଳଙ୍କୁ ନିଜ ଇସ୍ତଫାପତ୍ର ଦେବେ। ଏହା ପରେ ପୁନର୍ବାର ସରକାର ଗଠନ ପାଇଁ ଦାବି କରିବେ।
National
ମାୟାବତୀଙ୍କ ବଡ଼ ଘୋଷଣା: ଆଉ କୌଣସି ଉପନିର୍ବାଚନ ଲଢ଼ିବନି ବିଏସ୍ପି
ଉତ୍ତରପ୍ରେଦଶର ୯ଟି ବିଧାନସଭା ଆସନରୁ ଗୋଟିଏରେ ବି ଜିତି ପାରି ନାହିଁ ବିଏସ୍ପି। ବିଜେପି ୬ଟି ଆସନ ଜିତିଛି। ଏହା ବ୍ୟତୀତ ସମାଜବାଦୀ ପାର୍ଟି ଦୁଇଟି ଆସନରେ ଏବଂ ଗୋଟିଏ ଆସନରେ ଆରଏଲଡି ବିଜୟୀ ହୋଇଛି।
Crime
ମଦ ପିଇ ତିନି ସାଙ୍ଗଙ୍କ ବେପରୁଆ ଗାଡ଼ି ଚାଳନା; ଅଟକାଇବାରୁ ପୁଲିସକୁ ମାରିଦେଲେ
ପୁଲିସ ଏନକାଉଣ୍ଟରରେ ଜଣେ ଅଭିଯୁକ୍ତ ମୃତ।