କରୋନାରେ ଆକ୍ରାନ୍ତ ହେଲେ ବୈଜୟନ୍ତ ପଣ୍ଡା
ନୂଆଦିଲ୍ଲୀ: କରୋନାରେ ଆକ୍ରାନ୍ତ ହୋଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ଟ୍ୱିଟ୍ କରି ସେ ଏହି ସୂଚନା ଦେଇଛନ୍ତି। କରୋନା ସଂପର୍କିତ କିଛି ଲକ୍ଷଣ ତାଙ୍କ ପାଖରେ ଦେଖାଦେଇଥିଲା। ଏହାପରେ ସେ କରୋନା ଟେଷ୍ଟ କରାଇଥିଲେ। ଏବେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ତେଣୁ ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ଏବେ ହୋମ୍ ଆଇସୋଲେସନରେ ଅଛନ୍ତି। ନିକଟରେ ତାଙ୍କ ସଂପର୍କରେ ଆସିଥିବା ବ୍ୟକ୍ତିଙ୍କୁ ପରୀକ୍ଷା କରାଇବାକୁ ବୈଜୟନ୍ତ ପରାମର୍ଶ ଦେଇଛନ୍ତି।
Because of certain symptoms, I got tested today & have been found Covid positive. I am now in isolation on doctor's advice. Request all those who came in contact with me in the last few days to take the necessary precautions & isolate or get tested.
— Baijayant Jay Panda (@PandaJay) November 27, 2020
ସୂଚନାଯୋଗ୍ୟ, ପୂର୍ବରୁ ଅନେକ ହେବିଓ୍ୱେଟ୍ ନେତା ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ, ଧର୍ମେନ୍ଦ୍ର ପ୍ରଧାନ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ ୟେଦ୍ୟୁରପ୍ପା, ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ, ରାଜ୍ୟସଭା ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ ପ୍ରମୁଖ କରୋନାରେ ଆକ୍ରାନ୍ତ ହୋଇ ଆରୋଗ୍ୟ ହୋଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।