‘ଆର୍ଟିଷ୍ଟ’ଙ୍କ ‘ଆଷ୍ଟ୍ରୋନଟ୍’ ଅବତାର ସୁଧାରୁଛି ସଡ଼କର ସ୍ଥିତି
ବେଙ୍ଗାଲୁରୁ:ଦେହରେ ମହାକାଶ ଯାତ୍ରୀଙ୍କ ପରି ପୋଷାକ। ଧୀରେ ଧୀରେ ପାହୁଣ୍ଡ ପକାଇ ପକାଇ ଚାଲି ବି ସେହିଭଳି। ଆଉ ପ୍ରଚ୍ଛଦପଟରେ ଆବଡ଼ା ଖାବଡ଼ା ଗାତ ସବୁ ଥିବା ଚନ୍ଦ୍ରପୃଷ୍ଠ। ଏଭଳି ଏକ ଭିଡିଓ ଏବେ ସୋଶାଲ ମିଡଆରେ ବେଶ୍ ଭାଇରାଲ ହେଉଛି। ଶେଷରେ ଜଣାପଡ଼ୁଛି ବାଦଲ ନଞ୍ଜୁଦସ୍ୱାମୀ ନାମକ ଜଣେ କଳାକାର ଏହି ଅଭିନବ ଉପାୟରେ ବେଙ୍ଗାଲୁରୁର ଖାଲଖମାରେ ଭର୍ତ୍ତି ସଡ଼କର ସ୍ଥିତି ବାବଦରେ ପ୍ରଶାସନକୁ ଜଣାଉଛନ୍ତି। ବିଶେଷ କରି ‘ପାଥ୍ହୋଲ୍’ ବିରୋଧରେ ଏହି ନୀରବ ପ୍ରତିବାଦ […]
ବେଙ୍ଗାଲୁରୁ:ଦେହରେ ମହାକାଶ ଯାତ୍ରୀଙ୍କ ପରି ପୋଷାକ। ଧୀରେ ଧୀରେ ପାହୁଣ୍ଡ ପକାଇ ପକାଇ ଚାଲି ବି ସେହିଭଳି। ଆଉ ପ୍ରଚ୍ଛଦପଟରେ ଆବଡ଼ା ଖାବଡ଼ା ଗାତ ସବୁ ଥିବା ଚନ୍ଦ୍ରପୃଷ୍ଠ। ଏଭଳି ଏକ ଭିଡିଓ ଏବେ ସୋଶାଲ ମିଡଆରେ ବେଶ୍ ଭାଇରାଲ ହେଉଛି। ଶେଷରେ ଜଣାପଡ଼ୁଛି ବାଦଲ ନଞ୍ଜୁଦସ୍ୱାମୀ ନାମକ ଜଣେ କଳାକାର ଏହି ଅଭିନବ ଉପାୟରେ ବେଙ୍ଗାଲୁରୁର ଖାଲଖମାରେ ଭର୍ତ୍ତି ସଡ଼କର ସ୍ଥିତି ବାବଦରେ ପ୍ରଶାସନକୁ ଜଣାଉଛନ୍ତି। ବିଶେଷ କରି ‘ପାଥ୍ହୋଲ୍’ ବିରୋଧରେ ଏହି ନୀରବ ପ୍ରତିବାଦ ଏବେ ଦେଶରେ ସବୁଠାରୁ ଅଧିକ ଚର୍ଚ୍ଚିତ ରହିଛି।
https://twitter.com/baadalvirus/status/1168768799408967682
ସୂଚନାଯୋଗ୍ୟ ଯେ, ଭାରତରେ ପ୍ରତିବର୍ଷ ହଜାର ହଜାର ଲୋକଙ୍କର କେବଳ ସଡ଼କ ଦୁର୍ଘଟଣା କାରଣରୁ ମୃତ୍ୟୁ ହୋଇଥାଏ। ଆଉ ଏହାର ବଡ଼ କାରଣ ହେଉଛି କଦର୍ଯ୍ୟ ସଡ଼କ। ତେବେ ଏହାର ମୁକାବିଲା ପାଇଁ ବାଦଲ ଏଭଳି ପ୍ରତିବାଦ କରିବା ପରେ ଏହାକୁ ସଫଳତା ମିଳିବା ଆରମ୍ଭ ହୋଇଛି। ଯେଉଁ ସ୍ଥାନରେ ମଧ୍ୟ ବାଦଲ ଏହି ଅଭିନୟ କରୁଛନ୍ତି ପ୍ରଶାସନ ସେଠାକାର ସଡ଼କ ସୁଧାରି ଦେଉଛନ୍ତି।
https://twitter.com/baadalvirus/status/1168768787161571329?s=20
ସେ ଗଣମାଧ୍ୟମକୁ କହିଛନ୍ତି, କର୍ତ୍ତୃପକ୍ଷ ନା ମୋତେ ଯୋଗାଯୋଗ କରନ୍ତି ନା ମୁଁ ତାଙ୍କୁ। ମୁଁ ପ୍ରତିବାଦ କରେ ଆଉ କାମ ହୋଇଯାଏ। ମୁଁ ଏମିତି ୫୦ଟି ପାଥ୍ହୋଲ୍ ସମସ୍ୟାର ଏଭଳି ସମାଧାନ କରିସାରିଲିଣି। ଏନେଇ କର୍ତ୍ତୃପକ୍ଷଙ୍କୁ କେବେ ସାମ୍ନାରେ ଭେଟିନଥିଲେ ମଧ୍ୟ ସମସ୍ୟାର ସମାଧାନ ପରେ ବାଦଲ ଟ୍ୱିଟ୍ କରି ଧନ୍ୟବାଦ ଜଣାଇଥା’ନ୍ତି।