ଆନ୍ଧ୍ରପ୍ରଦେଶ: ନାନ୍ଦେଡ଼ ଏକ୍ସପ୍ରେସକୁ ଧକ୍କା ଦେଲା ଟ୍ରକ୍,କର୍ଣ୍ଣାଟକର ଜଣେ ବିଧାୟକଙ୍କ ସହ ୬ ମୃତ

ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲା ମଦକାଶିରାର ପେନୁକୋଣ୍ଡାରେ ବେଙ୍ଗଲୁରୁ-ନାନ୍ଦେଦ ଏକ୍ସପ୍ରେସ ସହ ଟ୍ରକ ଧକ୍କା ହେବା ଫଳରେ କର୍ଣ୍ଣାଟକର ଜଣେ ବିଧାୟକଙ୍କ ସମେତ ୬ ଜଣ ପ୍ରାଣ ହରାଇଛନ୍ତି। ସୋମବାର ଭୋରରୁ ଘଟିଥିବା ଏହି ଘଟଣାରେ ୨୫ ଜଣ ଆହତ ହୋଇଛନ୍ତି । ମୃତ ବିଧାୟକ ଜଣକ ହେଉଛନ୍ତି ଭେଙ୍କଟେଶ ନାଏକ । ଗ୍ରାନାଇଟ ବୋଝଇ ଟ୍ରକଟି ଭାରସାମ୍ୟ ହରାଇ ଲେବଲ କ୍ରସିଂରେ ନାନ୍ଦେଦ୍ ଏକ୍ସପ୍ରେସକୁ  ଧକ୍କା ଦେଇଥିଲା। ଏହା ଫଳରେ ନାନ୍ଦେଡ଼ ଏକ୍ସପ୍ରେସର ଏଚ-୧ କୋଚରେ ଯାତ୍ରା […]

accident

accident

Rakesh Mallick
  • Published: Monday, 24 August 2015
  • Updated: 24 August 2015, 02:28 PM IST

Sports

Latest News

ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲା ମଦକାଶିରାର ପେନୁକୋଣ୍ଡାରେ ବେଙ୍ଗଲୁରୁ-ନାନ୍ଦେଦ ଏକ୍ସପ୍ରେସ ସହ ଟ୍ରକ ଧକ୍କା ହେବା ଫଳରେ କର୍ଣ୍ଣାଟକର ଜଣେ ବିଧାୟକଙ୍କ ସମେତ ୬ ଜଣ ପ୍ରାଣ ହରାଇଛନ୍ତି। ସୋମବାର ଭୋରରୁ ଘଟିଥିବା ଏହି ଘଟଣାରେ ୨୫ ଜଣ ଆହତ ହୋଇଛନ୍ତି । ମୃତ ବିଧାୟକ ଜଣକ ହେଉଛନ୍ତି ଭେଙ୍କଟେଶ ନାଏକ । ଗ୍ରାନାଇଟ ବୋଝଇ ଟ୍ରକଟି ଭାରସାମ୍ୟ ହରାଇ ଲେବଲ କ୍ରସିଂରେ ନାନ୍ଦେଦ୍ ଏକ୍ସପ୍ରେସକୁ  ଧକ୍କା ଦେଇଥିଲା। ଏହା ଫଳରେ ନାନ୍ଦେଡ଼ ଏକ୍ସପ୍ରେସର ଏଚ-୧ କୋଚରେ ଯାତ୍ରା କରୁଥିବା ୫ ଜଣ ଯାତ୍ରୀଙ୍କ ସହ ଟ୍ରକ ଡ୍ରାଇଭର ପ୍ରାଣ ହରାଇଛନ୍ତି। ଦୁର୍ଘଟଣାରେ ଟ୍ରେନର ୩ଟି କୋଚ୍ ଲାଇନଚ୍ୟୁତ ହୋଇଯାଇଛି।

ଏହି ଦୂର୍ଘଟଣା ପରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos