ଐତିହାସିକ ଟେଷ୍ଟ ମ୍ୟାଚ ପାଇଁ କୋଲକାତାରେ ବାଂଲାଦେଶ ପ୍ରଧାନମନ୍ତ୍ରୀ

କୋଲକାତା: ଆଜି କୋଲକାତାର ଇଡେନ ଗାର୍ଡେନରେ ଖେଳାଯିବ ପ୍ରଥମ ଦିବାରାତ୍ର ଟେଷ୍ଟ। ଏହି ମ୍ୟାଚକୁ ଦେଖିବା ପାଇଁ ଭାରତ ଗସ୍ତରେ ଆସିଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା। ବିମାନ ବନ୍ଦରରେ ଶେଖ ହସିନା ପହଞ୍ଚିବା ପରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ତାଙ୍କୁ ସ୍ୱାଗତ କରିଛନ୍ତି। ଏହି ମ୍ୟାଚକୁ ଶେଖ ହସିନା ପାରମ୍ପରିକ ବେଲ୍ ବଜାଇ ଉଦଘାଟନ କରିବେ। ଭାରତ ତା’ର ପ୍ରଥମ ଟେଷ୍ଟ ମ୍ୟାଚ ଖେଳୁଥିବାରୁ ଦର୍ଶକଙ୍କ ମଧ୍ୟରେ ଅନେକ ଉତ୍କଣ୍ଠା ଦେଖିବାକୁ ମିଳିଛି। ଶେଖ […]

SEKH HASINA KOLKATTA AIRPORT

Subhransu Sekhar
  • Published: Friday, 22 November 2019
  • , Updated: 22 November 2019, 12:10 PM IST

କୋଲକାତା: ଆଜି କୋଲକାତାର ଇଡେନ ଗାର୍ଡେନରେ ଖେଳାଯିବ ପ୍ରଥମ ଦିବାରାତ୍ର ଟେଷ୍ଟ। ଏହି ମ୍ୟାଚକୁ ଦେଖିବା ପାଇଁ ଭାରତ ଗସ୍ତରେ ଆସିଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା। ବିମାନ ବନ୍ଦରରେ ଶେଖ ହସିନା ପହଞ୍ଚିବା ପରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ତାଙ୍କୁ ସ୍ୱାଗତ କରିଛନ୍ତି। ଏହି ମ୍ୟାଚକୁ ଶେଖ ହସିନା ପାରମ୍ପରିକ ବେଲ୍ ବଜାଇ ଉଦଘାଟନ କରିବେ। ଭାରତ ତା'ର ପ୍ରଥମ ଟେଷ୍ଟ ମ୍ୟାଚ ଖେଳୁଥିବାରୁ ଦର୍ଶକଙ୍କ ମଧ୍ୟରେ ଅନେକ ଉତ୍କଣ୍ଠା ଦେଖିବାକୁ ମିଳିଛି। ଶେଖ ହାସିନାଙ୍କ ସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଷ୍ଟାଡ଼ିୟମରେ ମ୍ୟାଚ ଦେଖିବେ ବୋଲି ଜଣାପଡ଼ିଛି। ଦିବାରାତ୍ର ଟେଷ୍ଟ ମ୍ୟାଚର ପ୍ରସ୍ତାବକ ନିଜେ ଗାଙ୍ଗୁଲି ମଧ୍ୟ ଷ୍ଟାଡିୟମରେ ଉପସ୍ଥିତ ରହି ମ୍ୟାଚକୁ ଭଲ ଭାବରେ ନିରୀକ୍ଷଣ କରିବେ।

https://twitter.com/ANI/status/1197746772640010244

ଆଜି ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ ରହିଛି। ଏହି ମ୍ୟାଚରେ ବଲର ରଙ୍ଗ ମଧ୍ୟ ଗୋଲାପୀ ରହିଛି। ତେଣୁ ଏହାକୁ ଐତିହାସିକ ମ୍ୟାଚ ବୋଲି କୁହାଯାଉଛି। ମ୍ୟାଚ ଆରମ୍ଭରୁ ପ୍ରଥମ ଘଣ୍ଟାଏ ବୋଲରଙ୍କୁ ସୁହାଇବ ବୋଲି ଜଣାପଡ଼ିଛି। ଭାରତର ଅଧିନାୟକ ବିରାଟ କୋହଲି ମଧ୍ୟ ନିଜେ ଏହାକୁ ସ୍ୱୀକାର କରିଛନ୍ତି। ତେଣୁ ଏହି ଟେଷ୍ଟ ମ୍ୟାଚରେ ଟସ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ଜଣାପଡ଼ିଛି।

Related story