Advertisment

କେମିତି ଗିରଫ ହେଲେ ନିରବ ମୋଦି

ଲଣ୍ଡନ: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଋଣ ଜାଲିଆତି ଘଟଣାର ମୁଖ୍ୟ ଖଳନାୟକ ନିରବ ମୋଦି ଆଜି ଲଣ୍ଡନରୁ ଗିରଫ ହୋଇଛନ୍ତି। ତେବେ ଦୀର୍ଘ ୧୭ ମାସ ହେଲା ଫେରାର ଥିବା ନିରବ ମୋଦି କେମିତି ହଠାତ୍‌ ଗିରଫ ହେଲେ, ସେକଥା ଜାଣିବାକୁ ସମସ୍ତେ ଚାହିଁ ରହିଛନ୍ତି। ଗିରଫ ପରେ କୋର୍ଟରେ ନିରବଙ୍କୁ ହାଜର କରାଯାଇଥିଲା। ଏହି ସମୟରେ ସେ କେମିତି ଗିରଫ ହୋଇଛନ୍ତି, ତା’ର ତଥ୍ୟ ସାମ୍ନାକୁ ଆସିଛି। ଜଣେ ବ୍ୟାଙ୍କ କ୍ଲର୍କଙ୍କ ଚତୁରତା ଯୋଗୁ ସେ […]

କେମିତି ଗିରଫ ହେଲେ ନିରବ ମୋଦି

sew

Advertisment

ଲଣ୍ଡନ: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଋଣ ଜାଲିଆତି ଘଟଣାର ମୁଖ୍ୟ ଖଳନାୟକ ନିରବ ମୋଦି ଆଜି ଲଣ୍ଡନରୁ ଗିରଫ ହୋଇଛନ୍ତି। ତେବେ ଦୀର୍ଘ ୧୭ ମାସ ହେଲା ଫେରାର ଥିବା ନିରବ ମୋଦି କେମିତି ହଠାତ୍‌ ଗିରଫ ହେଲେ, ସେକଥା ଜାଣିବାକୁ ସମସ୍ତେ ଚାହିଁ ରହିଛନ୍ତି।

Advertisment

ଗିରଫ ପରେ କୋର୍ଟରେ ନିରବଙ୍କୁ ହାଜର କରାଯାଇଥିଲା। ଏହି ସମୟରେ ସେ କେମିତି ଗିରଫ ହୋଇଛନ୍ତି, ତା’ର ତଥ୍ୟ ସାମ୍ନାକୁ ଆସିଛି। ଜଣେ ବ୍ୟାଙ୍କ କ୍ଲର୍କଙ୍କ ଚତୁରତା ଯୋଗୁ ସେ ଗିରଫ ହୋଇଥିବା ଜଣାପଡ଼ିଛି।

ନିରବ ମୋଦି ଆଜି ଲଣ୍ଡନର ମେଟ୍ରୋ ବ୍ୟାଙ୍କ ବ୍ରାଞ୍ଚକୁ ନୂଆ ଆକାଉଣ୍ଟ ଖୋଲିବାକୁ ଯାଇଥିଲେ। ତେବେ ଏହି ସମୟରେ ନିରବ ମୋଦିଙ୍କୁ ସେଠାରେ ଥିବା କ୍ଲର୍କ ଚିହ୍ନି ପାରିବା ସହ ତାଙ୍କ ଉପସ୍ଥିତି ସମ୍ପର୍କରେ ସ୍କଟଲ୍ୟାଣ୍ଡ ୟାର୍ଡ ପୁଲିସ୍‌କୁ ସୂଚନା ଦେଇଥିଲେ।

Advertisment

ପୁଲିସ୍‌ ସଙ୍ଗେସଙ୍ଗେ ସେଠାରେ ପହଞ୍ଚି ତାଙ୍କୁ ଗିରଫ କରିଥିଲା। ସେ ଯେଉଁ ଅଞ୍ଚଳରୁ ଗିରଫ ହୋଇଛନ୍ତି, ସମ୍ଭବତଃ ସେହି ଆଖପାଖ ଅଞ୍ଚଳରେ ଥିବା ଆପାର୍ଟମେଣ୍ଟରେ ନିରବ ରହୁଥିଲେ। ଏହାପରେ ପୁଲିସ୍‌ ତାଙ୍କ ଓକିଲଙ୍କ ସହ ଯୋଗାଯୋଗ କରିଥିଲା। ନିରବ ଓକିଲ କୋର୍ଟରେ ଜାମିନ୍‌ ପାଇଁ ଜୋରଦାର ଉଦ୍ୟମ କରିଥିଲେ। କିନ୍ତୁ ବିଚାରପତି ଏହି ଯୁକ୍ତିକୁ ଗ୍ରହଣ କରି ନଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe