ମୃତ ବାପାଙ୍କ କରଜ ଶୁଝିବାକୁ ୧୨ ବର୍ଷର ପୁଅକୁ ବ୍ୟାଙ୍କ ନୋଟିସ୍

ଲକ୍ଷ୍ନୌ: ବାପା ମରିଯିବା ପରେ ନିଜେ କିଭଳି ପାଠ ପଢ଼ି ମଣିଷ ହେବେ ଆଉ ବଡ଼ଭଉଣୀର ବାହାଘର କରିବେ ସେ ନେଇ ଚିନ୍ତାରେ ଥିବା ଜଣେ ୧୨ ବର୍ଷୀୟ ବାଳକ ମୁଣ୍ଡରେ ଏବେ କରଜର ବୋଝ । ରକମ ବି ଛୋଟ ନୁହେଁ । ଏକା ଥରକେ ୨ ଲକ୍ଷ ୬ ହଜାର ଟଙ୍କା ଜମା କରିବାକୁ ବ୍ୟାଙ୍କ ନୋଟିସ୍ ଦେଇଛି ଏହି ଛୋଟ ଶିଶୁକୁ । ଘଟଣାଟି ହେଉଛି ଉତ୍ତର ପ୍ରଦେଶର ସୀତାପୁର ଅଞ୍ଚଳର । […]

boy

boy

Rakesh Mallick
  • Published: Tuesday, 31 October 2017
  • Updated: 31 October 2017, 08:34 AM IST

Sports

Latest News

ଲକ୍ଷ୍ନୌ: ବାପା ମରିଯିବା ପରେ ନିଜେ କିଭଳି ପାଠ ପଢ଼ି ମଣିଷ ହେବେ ଆଉ ବଡ଼ଭଉଣୀର ବାହାଘର କରିବେ ସେ ନେଇ ଚିନ୍ତାରେ ଥିବା ଜଣେ ୧୨ ବର୍ଷୀୟ ବାଳକ ମୁଣ୍ଡରେ ଏବେ କରଜର ବୋଝ । ରକମ ବି ଛୋଟ ନୁହେଁ । ଏକା ଥରକେ ୨ ଲକ୍ଷ ୬ ହଜାର ଟଙ୍କା ଜମା କରିବାକୁ ବ୍ୟାଙ୍କ ନୋଟିସ୍ ଦେଇଛି ଏହି ଛୋଟ ଶିଶୁକୁ । ଘଟଣାଟି ହେଉଛି ଉତ୍ତର ପ୍ରଦେଶର ସୀତାପୁର ଅଞ୍ଚଳର । ଏଠାରେ ଥିବା ଥାନଗାୱ ଅଞ୍ଚଳରେ ଏହି ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି।

ଗ୍ରାମର ଲାଲତା ପ୍ରକାଶ ନାମକ ଜଣେ କୃଷକ ୨୦୦୫ ନଭେମ୍ବରରେ ଉତ୍ତର ପ୍ରଦେଶ ସହକାରୀ ଗ୍ରାମ୍ୟ ବିକାଶ ବ୍ୟାଙ୍କରୁ ୫୨ ହଜାର ଟଙ୍କା ଋଣ ନେଇଥିଲେ। ଗରବୀ ଓ ଫସଲହାନି ଯୋଗୁଁ ଲାଲତା ଏହି ଋଣ ଟଙ୍କା ଶୁଝିପାରି ନ ଥିଲେ। ପରବର୍ତ୍ତୀ ସମୟରେ ଏହି ଅର୍ଥ ସୁଧମୂଳ ମିଶି ୨ ଲକ୍ଷ ଟଙ୍କା ପାର କରିଗଲା । କରଜ ବଢ଼ୁଥିବା ଓ ଏହାକୁ ଶୁଝିବାକୁ କୌଣସି ଉପାୟ ନ ପାଇ ମାନସିକ ବିସାଦରେ ରହୁଥିବା ଲାଲତାଙ୍କର ଗତବର୍ଷ ପରଲୋକ ହୋଇଥିଲା। ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତିଙ୍କୁ ହରାଇବା ପରେ ତାଙ୍କ ଗୋଟିଏ ବୋଲି ପୁଅ, ଝିଅ ଓ ପତ୍ନୀ ବେସାହାରା ହୋଇପଡ଼ିଛନ୍ତି । ଏଭଳି ସ୍ଥିତିରେ ୨ ଦିନ ତଳେ ଘରକୁ ପହଞ୍ଚିଛି ବ୍ୟାଙ୍କ ନୋଟିସ୍  । ୧୨ ବର୍ଷୀୟ ପୁଅ ହର୍ଷିତଙ୍କ ନାମରେ ଆସିଥିବା ଏହି ନୋଟିସ୍‌ରେ ତାଙ୍କ ବାପା ନେଇଥିବା କରଜ ବାବଦକୁ ଋଣ ଅର୍ଥ ପଇଠ କରିବାକୁ କୁହାଯାଇଛି । ଚିଠି ଖଣ୍ଡକ ପାଇ ଏବେ ପରିବାର ଲୋକେ ଚିନ୍ତାରେ। କେମିତି ଏହି ଅର୍ଥ ସୁଝିବେ ସେ  ନେଇ କାହାକୁ କିଛି ବୁଦ୍ଧିବାଟ ଦିଶୁନି।

ଗୋଟିଏ ପଟେ ରାଜ୍ୟରେ ଭାଜପା ନେତୃତ୍ୱାଧିନ ଯୋଗୀ ସରକାର କୃଷି ଋଣ ଛାଡ କରିବାକୁ ବିବୃତି ଦେଉଥିବା ବେଳେ ଜଣେ କୃଷକଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ଓ ପରିବାର ଯେ, କିଭଳି ପରିସ୍ଥତିରେ ପଡୁଛନ୍ତି ତାହାର ବାସ୍ତବ ଚିତ୍ର ଏହି ଘଟଣାରୁ ଦେଖିବକୁ ମିଳିଛି। ତେବେ ଏହି ଚର୍ଚ୍ଚିତ ଘଟଣାରେ ସରକାର କି ପଦକ୍ଷେପ ନେଉଛନ୍ତି ତାହା ଆଗକୁ ଜଣାପଡ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story