ବ୍ୟାଙ୍କକ୍: ଥାଇଲ୍ୟାଣ୍ଡ ରାଜଧାନୀ ବ୍ୟାଙ୍କକ ଶକ୍ତିଶାଳୀ ବୋମା ବିସ୍ଫୋରଣ ଘଟି ୨୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଆହତ ହୋଇଛନ୍ତି। ଏରାୱାନ ମନ୍ଦିର ବାହାରେ ଗତକାଲି ସନ୍ଧ୍ୟାରେ ଏହି ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ମୃତ ବ୍ୟକ୍ତିଙ୍କ ଅଙ୍ଗପ୍ରତ୍ୟଙ୍ଗ ବିଛାଡି ହୋଇପଡ଼ିଥିଲା। ଏକ ମୋଟର ସାଇକେଲରେ ଏହି ଉଚ୍ଚ ଶକ୍ତି ସମ୍ପନ୍ନ ବିସ୍ଫୋରକ ରଖାଯାଇ ଜନଗହଳିପୂର୍ଣ୍ଣ ସ୍ଥାନରେ ବିସ୍ଫୋରଣ କରାଯାଇଥିବା ସନ୍ଦେହ କରାଯାଉଛି। ତଦନ୍ତକାରୀ ଦଳ ଅନୁସନ୍ଧାନ କରି ଧର୍ମପୀଠ ପରିସରରୁ ଓ ବାହାରୁ ୨ଟି ବୋମା ଜବତ କରିଛନ୍ତି। ବିସ୍ଫୋରଣ ଘଟିଥିବା ସ୍ଥଳରେ ଭଗବାନ ବ୍ରହ୍ମାଙ୍କ ମନ୍ଦିର ରହିଛି ଯେଉଁଠାକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସିଥାନ୍ତି। ଏହାକୁ ଲାଗି ମଧ୍ୟ ୩ଟି ବଡ ଶପିଂ ମଲ ରହିଛି। ମୃତକଙ୍କ ମଧ୍ୟରେ ୪ ଜଣ ବିଦେଶୀ ନାଗରିକ ଥିବା ଜଣାପଡ଼ିଛି। ତେବେ କୌଣସି ଭାରତୀୟଙ୍କ ମୃତାହତ ନେଇ ସୂଚନା ମିଳିନାହିଁ। କୌଣସି ଆତଙ୍କବାଦୀ ସଙ୍ଗଠନ ମଧ୍ୟ ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିନାହାନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଇସ୍ତଫା ଦେଲେ ହେମନ୍ତ ସୋରେନ, ନଭେମ୍ବର ୨୮ରେ ନେବେ ଶପଥ
ରାଜ୍ୟପାଳ ସନ୍ତୋଷ ଗଙ୍ଗୱାରଙ୍କୁ ଭେଟି ଇସ୍ରଫା ଦେଲେ ହେମନ୍ତ ସୋରେନ।
Politics
ଆସନ୍ତାକାଲି ଶପଥ ନେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ!
ବିଜେପି ନେତୃତ୍ୱାଧୀନ ମହୁୟୁତି ମିଳିତ ମଞ୍ଚ ସରକାର ଗଠନ କରିବାକୁ ଦାବି କରିଛି।
Crime
ଜାମା ମସଜିଦ ସର୍ଭେ ବେଳେ ଉତ୍ତେଜନା; ୩ ମୃତ, ୩୦ ପୁଲିସ ଆହତ
ଶାହି ଜାମା ମସଜିଦ ସର୍ଭେ ସମୟରେ ସର୍ଭେ ଟିମ୍ ଉପରକୁ କିଛି ଲୋକ ପଥର ମାଡ଼ କରିଥିଲେ।
Viral
ଅଟୋକୁ ଧକ୍କା ଦେଲା କାର୍, ପୁଲିସ୍ କର୍ମଚାରୀଙ୍କୁ ନିର୍ଦ୍ଧୁମ ଛେଚିଲେ ସ୍ଥାନୀୟ ଲୋକ
ପୁଲିସ କର୍ମଚାରୀଙ୍କୁ ସ୍ଥାନୀୟ ଲୋକେ ମାଡ଼ ମାରିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି।
National
୨୬ରେ ଶପଥ ନେବେ ହେମନ୍ତ ସୋରେନ୍
ଆଜି ଅପରାହ୍ନ ୪ଟାରେ ହେମନ୍ତ ସୋରେନ୍ ରାଜଭବନ ଯାଇ ରାଜ୍ୟପାଳଙ୍କୁ ନିଜ ଇସ୍ତଫାପତ୍ର ଦେବେ। ଏହା ପରେ ପୁନର୍ବାର ସରକାର ଗଠନ ପାଇଁ ଦାବି କରିବେ।