ଡବଲ୍‌ ଏନ୍‌କାଉଣ୍ଟର: ୫ ଆତଙ୍କବାଦୀ ମଲେ

ଜମ୍ମୁ: ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କୁ ନିସ୍ତାର ନାହିଁ। ସେନା ଚଳାଥିବା ‘ଅପରେସନ୍‌ ଅଲ୍‌ ଆଉଟ୍‌’ରେ ଜଣକ ପରେ ଜଣେ ଆତଙ୍କବାଦୀ ନିପାତ ହେଉଛନ୍ତି। ସେନା ପକ୍ଷରୁ ଆତଙ୍କବାଦୀଙ୍କ ଉପରେ ଡବଲ ଆଟାକ୍‌ କରାଯାଇଛି। ଏଥିରେ ୫ ଜଣ ଆତଙ୍କବାଦୀ ମରିଥିବା ବେଳେ ଜଣେ ଜୀବିତ ଧରାପଡ଼ିଛି। ବାରମୂଲାର ହିଂସୁ ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ହୋଇଥିବା ଏନ୍‌କାଉଣ୍ଟରରେ ୩ ଜଣ ଆତଙ୍କବାଦୀଙ୍କୁ ସେନା ମାରିବାକୁ ସକ୍ଷମ ହୋଇଛି। ଏଠାରୁ ଜଣେ ଆତଙ୍କବାଦୀକୁ ଜୀବିତ ଧରାଯାଇଛି। ଗୁଳିମାଡ ଶେଷ ହୋଇଯାଇଥିବା […]

kashmir

kashmir

Rakesh Mallick
  • Published: Monday, 11 December 2017
  • Updated: 11 December 2017, 09:10 AM IST

Sports

Latest News

ଜମ୍ମୁ: ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କୁ ନିସ୍ତାର ନାହିଁ। ସେନା ଚଳାଥିବା ‘ଅପରେସନ୍‌ ଅଲ୍‌ ଆଉଟ୍‌’ରେ ଜଣକ ପରେ ଜଣେ ଆତଙ୍କବାଦୀ ନିପାତ ହେଉଛନ୍ତି। ସେନା ପକ୍ଷରୁ ଆତଙ୍କବାଦୀଙ୍କ ଉପରେ ଡବଲ ଆଟାକ୍‌ କରାଯାଇଛି। ଏଥିରେ ୫ ଜଣ ଆତଙ୍କବାଦୀ ମରିଥିବା ବେଳେ ଜଣେ ଜୀବିତ ଧରାପଡ଼ିଛି।

ବାରମୂଲାର ହିଂସୁ ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ହୋଇଥିବା ଏନ୍‌କାଉଣ୍ଟରରେ ୩ ଜଣ ଆତଙ୍କବାଦୀଙ୍କୁ ସେନା ମାରିବାକୁ ସକ୍ଷମ ହୋଇଛି। ଏଠାରୁ ଜଣେ ଆତଙ୍କବାଦୀକୁ ଜୀବିତ ଧରାଯାଇଛି। ଗୁଳିମାଡ ଶେଷ ହୋଇଯାଇଥିବା ବେଳେ ସର୍ଚ୍ଚ ଅପରେସନ ଜାରି ରହିଛି।

ସେହିପରି ହଣ୍ଡୱାଡା ଅଞ୍ଚଳରେ ଆତଙ୍କବାଦୀ ଓ ସେନା ମୁହାଁମୁହିଁ ହୋଇଥିଲେ। ଏଥିରେ ଦୁଇଜଣ ଆତଙ୍କବାଦୀଙ୍କୁ ସେନା ମରିବାକୁ ସକ୍ଷମ ହୋଇଛି। ଏଠାରେ ମଧ୍ୟ ସେନା ପକ୍ଷରୁ ସର୍ଚ୍ଚ ଅପରେସନ୍‌ ଜାରି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos