'ରାହୁଲ ଗାନ୍ଧିଙ୍କ ‘ବେସିକ୍‌ ଇନ୍‌କମ୍‌ ପ୍ଲାନ୍‌’ କାର୍ଯ୍ୟକାରୀ ହେବା ସମ୍ଭବ ନୁହେଁ'

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ‘ବେସିକ୍‌ ଇନ୍‌କମ୍‌ ପ୍ଲାନ୍‌’କୁ ନେଇ ତାଙ୍କ ଦଳ ୨୦୧୯ ସାଧାରଣ ନିର୍ବାଚନରେ ଓହ୍ଲାଇବାକୁ ସଜବାଜ ହେଉଥିବାବେଳେ ତା’କୁ ପ୍ରଥମ ଝଟ୍‌କା ଲାଗିଛି ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାରଙ୍କଠାରୁ। ରାଜୀବ କହିଛନ୍ତି ଏହି ଯୋଜନା ଇନ୍ଦିରା ଗାନ୍ଧିଙ୍କ ‘ଗରିବୀ ହଟାଓ’ ସ୍ଲୋଗାନ ପରି ଫମ୍ପା ମନେ ହେଉଛି। ସେ କହିଛନ୍ତି ନା ଭାରତର ଆର୍ଥିକ ବ୍ୟବସ୍ଥାର ଶକ୍ତି ସେତିକି ବ୍ୟାପ୍ତ ନା ଏହାର ସଫଳ ରୂପାୟନ ପାଇଁ ଆମ ପାଖରେ […]

rajiv-kumar

rajiv-kumar

Subrat Kumar Nayak
  • Published: Sunday, 10 February 2019
  • Updated: 10 February 2019, 07:14 PM IST

Sports

Latest News

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ‘ବେସିକ୍‌ ଇନ୍‌କମ୍‌ ପ୍ଲାନ୍‌’କୁ ନେଇ ତାଙ୍କ ଦଳ ୨୦୧୯ ସାଧାରଣ ନିର୍ବାଚନରେ ଓହ୍ଲାଇବାକୁ ସଜବାଜ ହେଉଥିବାବେଳେ ତା'କୁ ପ୍ରଥମ ଝଟ୍‌କା ଲାଗିଛି ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାରଙ୍କଠାରୁ। ରାଜୀବ କହିଛନ୍ତି ଏହି ଯୋଜନା ଇନ୍ଦିରା ଗାନ୍ଧିଙ୍କ ‘ଗରିବୀ ହଟାଓ’ ସ୍ଲୋଗାନ ପରି ଫମ୍ପା ମନେ ହେଉଛି।

ସେ କହିଛନ୍ତି ନା ଭାରତର ଆର୍ଥିକ ବ୍ୟବସ୍ଥାର ଶକ୍ତି ସେତିକି ବ୍ୟାପ୍ତ ନା ଏହାର ସଫଳ ରୂପାୟନ ପାଇଁ ଆମ ପାଖରେ ସେଭଳି ସମ୍ପୂର୍ଣ୍ଣ ତଥ୍ୟ ରହିଛି। ଅନ୍ୟପକ୍ଷରେ ୟୁନିଭର୍ସାଲ ବେସିକ୍‌ ଇନ୍‌କମ୍‌କୁ ମଧ୍ୟ ସେ ସମାଲୋଚନା କରିଛନ୍ତି, ଯାହାକୁ ପୂର୍ବତନ ଅର୍ଥନୀତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମନ୍ୟନ୍‌ ପ୍ରଶଂସା କରିଥିଲେ।

ଶ୍ରୀ କୁମାର କହିଛନ୍ତି, ଦେଶ ଏହାର ଖର୍ଚ୍ଚ କେମିତି ତୁଲାଇବ ସେକଥାର ଉତ୍ତର କଂଗ୍ରେସକୁ ପ୍ରଥମେ ରଖିବାକୁ ହେବ। ସେ କହିଛନ୍ତି, “ମୁଁ ଭାବୁନି ଏହା ପ୍ରାକ୍ଟିକାଲ ହେବ। ମୁଁ ଭାବୁଛି ଏହା କେବଳ ବୟାନବାଜି। ଗରିବୀ ହଟାଓ ପରି ଏହ କେବଳ ଏକ ସ୍ଲୋଗାନ। ମୁଁ ଭାବୁନି ଯେ ଏହାକୁ ଲାଗୁ କରିବା ସମ୍ଭବପର ବ୍ୟାପାର।”

ସଦ୍ୟ ଭାରତ ସରକାର ଘୋଷଣା କରିଥିବା ପିଏମ୍‌-କିଶାନ୍‌କୁ ସେ ସମର୍ଥନ କରିବା ସହିତ ଏହା ବିରୋଧରେ ଆସୁଥିବା ସମାଲୋଚନାକୁ ଖଣ୍ଡନ କରି କହିଛନ୍ତି, “ଏହା ଖୁବ୍‌ କମ୍‌ ବୋଲି କୁହାଯାଉଛି, କିନ୍ତୁ ମନେ ରଖିବାକୁ ହେବ କ୍ଷୁଦ୍ର ଚାଷୀଙ୍କର ମାସିକ ହାରାହାରି ଆୟ ୩ ହଜାରରୁ ୪ ହଜାର ଟଙ୍କା। ଏଥିରେ ଆଉ ୫୦୦ ଟଙ୍କା ଯଦି ଯୋଡ଼ି ହୋଇଯାଏ, ତାହା କିଛି କମ୍‌ ହେବନାହିଁ। ଏହା ଦ୍ୱାରା ସେମାନଙ୍କ ପିଲାଏ ସ୍କୁଲ ଯାଇପାରିବେ, ଲୋକେ ରାସନ୍‌ କିଣିପାରିବେ ଏବଂ ବଡ଼ ଚାଷୀଙ୍କଠାରୁ ପାଣି କିଣିପାରିବେ। ଏହା ମଧ୍ୟ ସୀମିତ ସମୟ ପାଇଁ ନୁହେଁ, ଏହା ଏକ ଦୀର୍ଘ ମିଆଦୀ ଯୋଜନା। ଏଥିରେ ଚାଷୀମାନେ ୧୦ ବର୍ଷରେ ୬୦ ହଜାର ଟଙ୍କା ଲେଖାଏ ପାଇବେ। ଏହି ଯୋଜନା ବାବଦକୁ ବାର୍ଷିକ ଆର୍ଥିକ ବୋଝ ୭୫ ହଜାର କୋଟି ଏବଂ ୧୦ ବର୍ଷରେ ଏହା ୭.୫ ଲକ୍ଷ କୋଟିରେ ପହଞ୍ଚିବ। ତେଣୁ ଏହା କିଛି କମ ନୁହେଁ ଏବଂ ଏହି ଆର୍ଥିକ ବୋଝ ସରକାର ସମ୍ଭାଳି ପାରିବେ।"

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos