ରନ୍‌ୱେରେ ବିମାନକୁ ଅଟକାଇଲେ ମହୁମାଛି

<p>ହାଇଦ୍ରାବାଦ: ୨୬ ଜୁଲାଇ ୨୦୧୭। ଯାତ୍ରୀ ପସ୍ତୁତ। ପାଇଲଟ ପ୍ରସ୍ତୁତ। ବିମାନ ଉଡିବାକୁ ଆଉ କିଛି ସମୟ ବାକି ଥାଏ।କିନ୍ତୁ ହଠାତ୍ ରନୱେ ଆଡୁ ମାଡି ଆସିଲେ ମହୁମାଛି ପଲ। ପୂରା ଆକ୍ରମଣ କରିବା ମୁଡରେ ସିଧା ଯାଇ ବିମାନର ୱିଣ୍ଡୋ ସ୍କ୍ରିନ୍ ଉପରେ ବସା ବାନ୍ଧିବା ପରି ବସିଲେ। ୱିଣ୍ଡୋ ସ୍କ୍ରିନ ଉପରେ ମହୁମାଛି ପଲ ବସିବା ପରେ ପାଇଲଟକୁ ରନୱେରେ କିଛି ଦେଖା ଯାଇନଥିଲା। ଫଳରେ ବାଧ୍ୟ ହୋଇ ବିମାନକୁ ଅଟକାଇବାକୁ ପଡିଲା। ଏଭଳି ଦୃଶ୍ୟ ହାଇଦ୍ରାବାଦ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା।</p> <p>ଆଲାଏନ୍ସ ଏୟାରର ୯ଆଇ-୮୬୭ ବିମାନ ୨୬ ଜୁଲାଇରେ ୬୫ ଜଣ ଯାତ୍ରୀଙ୍କୁ ନେଇ ହାଇଦ୍ରାବାଦରୁ ପୁନେ ଯିବାକୁ ପ୍ରସ୍ତୁତ ହେଉଥିଲା। କିନ୍ତୁ ଏହି ସମୟରେ ମହୁମାଛି ପଲ ହଠାତ୍ ବିମାନର ସମ୍ମୁଖ ଭାଗ କାଚରେ ପୂରା ଲାଗି ଯାଇଥିଲେ। ସତେ ଯେପରି ଏମାନେ ମଧ୍ୟ ବିମାନରେ ଯିବାକୁ ଚାହୁଁଥିଲେ। ମହୁମାଛି ଉଡିଯିବା ପରେ ବିମାନଟି ୧ ଘଣ୍ଟା ବିଳମ୍ୱରେ ଉଡାଣ ଭରିଥିଲା। କିଛି ଯାତ୍ରୀ ଏହାର ଭିଡିଓ ରେକଡିଂ କରିଥିଲେ। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।</p>

Ordigital Desk
  • Published: Thursday, 03 August 2017
  • Updated: 03 August 2017, 03:57 PM IST

Sports

Latest News

<p>ହାଇଦ୍ରାବାଦ: ୨୬ ଜୁଲାଇ ୨୦୧୭। ଯାତ୍ରୀ ପସ୍ତୁତ। ପାଇଲଟ ପ୍ରସ୍ତୁତ। ବିମାନ ଉଡିବାକୁ ଆଉ କିଛି ସମୟ ବାକି ଥାଏ।କିନ୍ତୁ ହଠାତ୍ ରନୱେ ଆଡୁ ମାଡି ଆସିଲେ ମହୁମାଛି ପଲ। ପୂରା ଆକ୍ରମଣ କରିବା ମୁଡରେ ସିଧା ଯାଇ ବିମାନର ୱିଣ୍ଡୋ ସ୍କ୍ରିନ୍ ଉପରେ ବସା ବାନ୍ଧିବା ପରି ବସିଲେ। ୱିଣ୍ଡୋ ସ୍କ୍ରିନ ଉପରେ ମହୁମାଛି ପଲ ବସିବା ପରେ ପାଇଲଟକୁ ରନୱେରେ କିଛି ଦେଖା ଯାଇନଥିଲା। ଫଳରେ ବାଧ୍ୟ ହୋଇ ବିମାନକୁ ଅଟକାଇବାକୁ ପଡିଲା। ଏଭଳି ଦୃଶ୍ୟ ହାଇଦ୍ରାବାଦ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା।</p><p>ଆଲାଏନ୍ସ ଏୟାରର ୯ଆଇ-୮୬୭ ବିମାନ ୨୬ ଜୁଲାଇରେ ୬୫ ଜଣ ଯାତ୍ରୀଙ୍କୁ ନେଇ ହାଇଦ୍ରାବାଦରୁ ପୁନେ ଯିବାକୁ ପ୍ରସ୍ତୁତ ହେଉଥିଲା। କିନ୍ତୁ ଏହି ସମୟରେ ମହୁମାଛି ପଲ ହଠାତ୍ ବିମାନର ସମ୍ମୁଖ ଭାଗ କାଚରେ ପୂରା ଲାଗି ଯାଇଥିଲେ। ସତେ ଯେପରି ଏମାନେ ମଧ୍ୟ ବିମାନରେ ଯିବାକୁ ଚାହୁଁଥିଲେ। ମହୁମାଛି ଉଡିଯିବା ପରେ ବିମାନଟି ୧ ଘଣ୍ଟା ବିଳମ୍ୱରେ ଉଡାଣ ଭରିଥିଲା। କିଛି ଯାତ୍ରୀ ଏହାର ଭିଡିଓ ରେକଡିଂ କରିଥିଲେ। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos