ମୁସଲିମଙ୍କୁ ନାଗରିକତା ନଦେବା ପାଇଁ ୨୦୧୪ରୁ ଆରମ୍ଭ ହୋଇଛି କଟକଣା

ବେଙ୍ଗାଲୁରୁ: ଅଣ ମୁସଲିମ ଶରଣାର୍ଥୀଙ୍କୁ ଭାରତର ନାଗରିକତା ଦେବା ପାଇଁ ମୋଦି ସରକାର ବିବାଦୀୟ ସିଏଏ ଆଣିଛନ୍ତି। ଏହାକୁ ନେଇ ସାରା ଦେଶରେ ବିକ୍ଷୋଭ ଜାରି ରହିଛି। ତେବେ ଡିସେମ୍ବର ୨୦୧୪ ପରଠାରୁ ସରକାର ଧୀରେ ଧୀରେ ମୁସଲିମ ଶରଣାର୍ଥୀଙ୍କୁ ଭାରତର ନାଗରିକତା ନ ଦେବା ପାଇଁ ଯୋଜନା ଚଳାଇ ଆସିଛନ୍ତି। ଏବେ ଉକ୍ତ ସରକାରୀ ନିର୍ଦ୍ଦେଶର ସମୀକ୍ଷା କରାଯିବା ବେଳେ ଏଭଳି ସାଂଘାତିକ ତଥ୍ୟ ସାମ୍ନାକୁ ଆସଛି। ୨୦୧୮ ଅକ୍ଟୋବର ୨୨ରେ ସରକାର ପାସପୋର୍ଟ ନିୟମ […]

e

Hemant Lenka
  • Published: Wednesday, 22 January 2020
  • , Updated: 22 January 2020, 04:13 PM IST

ବେଙ୍ଗାଲୁରୁ: ଅଣ ମୁସଲିମ ଶରଣାର୍ଥୀଙ୍କୁ ଭାରତର ନାଗରିକତା ଦେବା ପାଇଁ ମୋଦି ସରକାର ବିବାଦୀୟ ସିଏଏ ଆଣିଛନ୍ତି। ଏହାକୁ ନେଇ ସାରା ଦେଶରେ ବିକ୍ଷୋଭ ଜାରି ରହିଛି। ତେବେ ଡିସେମ୍ବର ୨୦୧୪ ପରଠାରୁ ସରକାର ଧୀରେ ଧୀରେ ମୁସଲିମ ଶରଣାର୍ଥୀଙ୍କୁ ଭାରତର ନାଗରିକତା ନ ଦେବା ପାଇଁ ଯୋଜନା ଚଳାଇ ଆସିଛନ୍ତି। ଏବେ ଉକ୍ତ ସରକାରୀ ନିର୍ଦ୍ଦେଶର ସମୀକ୍ଷା କରାଯିବା ବେଳେ ଏଭଳି ସାଂଘାତିକ ତଥ୍ୟ ସାମ୍ନାକୁ ଆସଛି।

୨୦୧୮ ଅକ୍ଟୋବର ୨୨ରେ ସରକାର ପାସପୋର୍ଟ ନିୟମ ୧୯୫୦ରେ ସଂଶୋଧନ ଓ ଫରେନର ଆକ୍ଟ ୧୯୪୬ରେ ସଂଶୋଧନ କରିଥିଲେ। ଏହି ସଂଶୋଧନ ଜରିଆରେ ସରକାର ମୁସଲିମ ଓ ନାସ୍ତିକମାନଙ୍କୁ ଭାରତରେ ଦୀର୍ଘକାଳୀନ ଭିସା ଦେବା କ୍ଷେତ୍ରରେ କଟକଣା ଲଗାଇଥିଲେ। ସମସ୍ତ ନାଗରିକଙ୍କ ପାଇଁ ଗୋଟିଏ ବ୍ୟବସ୍ଥା ଥିବା ବେଳେ ମୁସଲିମ ଶରଣାର୍ଥୀଙ୍କ ପାଇଁ ଆଉ ଗୋଟିଏ ବ୍ୟବସ୍ଥା ହୋଇଥିଲା।

ସଂଶୋଧିତ ଦୀର୍ଘ କାଳୀନ ଭିସା ନିୟମରେ କୁହାଯାଇଥିଲା ଯେ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରେ ରହୁଥିବା ସଂଖ୍ୟାଲଘୁ ଯଥା ହିନ୍ଦୁ, ଶିଖ, ପାର୍ସୀ, ବୌଦ୍ଧ, ଜୈନ ଓ ଖ୍ରୀଷ୍ଟିଆନ ସଂପ୍ରଦାୟର ଲୋକମାନେ ହିଁ ଦୀର୍ଘକାଳୀନ ଭିସା ପାଇଁ ଆବେଦନ କରିପାରିବେ।

ଏହା ପୂର୍ବରୁ ୨୦୧୪ ଡିସେମ୍ବର ୧୫ରେ ସରକାର ପାକିସ୍ତାନରେ ରହୁଥିବା ସଂଖ୍ୟାଲଘୁ ଯଥା ହିନ୍ଦୁ, ଶିଖ, ପାର୍ସୀ, ବୌଦ୍ଧ, ଜୈନ ଓ ଖ୍ରୀଷ୍ଟିଆନ ସଂପ୍ରଦାୟର ଲୋକମାନେ ହିଁ ଦୀର୍ଘକାଳୀନ ଭିସା ପାଇଁ ଆବେଦନ କରିପାରିବେ ବୋଲି ନିୟମ ଜାରି କରିଥିଲେ। ଏଥିରେ ମୁସଲିମଙ୍କ ନାଁ ନଥିଲା।

୨୦୧୫ ସେପ୍ଟମ୍ବର ୭ରେ ପାକିସ୍ତାନ ଓ ବାଂଲାଦେଶର ଅଣ ମୁସଲିମ ନାଗରିକଙ୍କୁ ଭାରତରେ ବିନା କାଗଜପତ୍ରରେ ରହିବାକୁ ଅନୁମତି ମିଳିଥିଲା। ହେଲେ ଏଥିରେ ମଧ୍ୟ ମୁସଲିମ କିମ୍ବା ଆଫଗାନିସ୍ତାନ ନାଗରିକ ନଥିଲେ। ୨୦୧୬ ଜୁଲାଇ ୧୮ରେ ଆଫଗାନିସ୍ତାନର ସଂଖ୍ୟାଲଘୁଙ୍କ ପାଇଁ ମଧ୍ୟ ସମାନ ନିୟମ ପ୍ରଣୟନ ହୋଇଥିଲା।

ଏଥିରେ ମଧ୍ୟ ମୁସଲିମ ବାଦ ପଡ଼ିଥିଲେ। ୨୦୧୬ ଡିସେମ୍ବର ୨୩ରେ ସରକାର ନାଗରିକତା ସଂଶୋଧନ ନିୟମ ୨୦୧୬ ଅନୁଯାୟୀ, ବାଂଲାଦେଶ, ପାକିସ୍ତାନ ଓ ଆଫଗାନିସ୍ତାନର ଅଣ ମୁସଲିମମାନେ ବିନା କୌଣସି ଦସ୍ତାବିଜ ଜରିଆରେ ନାଗରିକତା ପାଇଁ ଆବେଦନ କରିପାରିବେ ବୋଲି କହିଥିଲେ। ୨୦୧୮ ଅକ୍ଟୋବର ୨୨ରେ ସରକାର ଅଣ ମୁସଲିମମାନେ ହିଁ ଭାରତରେ ରହିବାକୁ ଦୀର୍ଘକାଳୀନ ଭିସା ଆବେଦନ କରିପାରିବେ ବୋଲି କହିଥିଲେ।

ଭିସା ଅବଧି ପରେ ଭାରତରେ ରହୁଥିବା ଅଣମୁସଲିମଙ୍କୁ ପ୍ରଥମ ୯୦ ଦିନ ପାଇଁ ୧୦୦ ଟଙ୍କା ଜୋରିମାନା ଲାଗୁଥିବା ବେଳେ ମୁସଲିମମାନଙ୍କ ପାଇଁ ୨୧, ୩୦୦ ଟଙ୍କା ରହିଛି। ସେହିପରି ୯୦ରୁ ୨ ବର୍ଷ ଯାଏ ରହିଲେ ଅଣମୁସଲିମମାନଙ୍କ ପାଇଁ ୨୦୦ ଟଙ୍କା ଓ ମୁସଲିମମାନଙ୍କ ପାଇଁ ୨୮,୫୦୦ ଟଙ୍କା ଜୋରିମାନାର ବ୍ୟବସ୍ଥା ରହିଛି। ୨ ବର୍ଷରୁ ଅଧିକ ସମୟ ରହିଲେ ଅଣମୁସଲିମମାନଙ୍କୁ ୩୦୦ ଟଙ୍କା ଓ ମୁସଲିମମାନଙ୍କ ପାଇଁ ୩୫,୬୦୦ ଟଙ୍କାର ଜୋରିମାନାର ପ୍ରାବଧାନ ରହିଛି।

ମୁସଲିମମାନଙ୍କୁ ଭାରତର ନାଗରିକତା ନ ଦେବାକୁ ଆରମ୍ଭରୁ ଚେଷ୍ଟା କରୁଥିବା ମୋଦି ସରକାର ଏବେ ସିଏଏ ଆଣିଛନ୍ତି।

Related story