କରୋନା ପ୍ରସଙ୍ଗରେ ଜାତିସଂଘ ସୁରକ୍ଷା ପରିଷଦର ବୈଠକ ପାଇଁ ରାଜି ହେଲାନି ଚାଇନା

ନ୍ୟୁୟର୍କ: କରୋନା ଭାଇରସ ଏବେ ସାରା ବିଶ୍ୱ ପାଇଁ ଚିନ୍ତାର ବିଷୟ ପାଲଟିଛି। ଏଯାବତ ୧୪ ହଜାରରୁ ଅଧିକ ଲୋକଙ୍କର ଏହି ଭାଇରସରେ ମୃତ୍ୟୁ ଘଟିଛି। ଏହା ଏବେ ସମଗ୍ରମାନବ ଜାତି ପାଇଁ ବିପଦ ପାଲଟିଛି। ଏହାର ସୁରକ୍ଷା ପାଇଁ ଇଷ୍ଟୋନିଆ ଜାତିସଂଘ ସୁରକ୍ଷା ପରିଷଦରେ ପ୍ରସ୍ତାବ ଆଣିଛି। ମାର୍ଚ୍ଚ ୩୧ରେ ଏ ବାବଦରେ ବୈଠକ ପାଇଁ ଦାବି କରିଥିଲା। ତେବେ ଜାତିସଂଘରେ ଚାଇନାର ଭିଟୋ ପାଓ୍ୱାର ବା କ୍ଷମତା ରହିଥିବାରୁ ଏହି ପ୍ରସ୍ତାବିତ ବୈଠକକୁ ନେଇ […]

UNSC

UNSC

Subhransu Sekhar
  • Published: Friday, 27 March 2020
  • Updated: 27 March 2020, 03:05 PM IST

Sports

Latest News

ନ୍ୟୁୟର୍କ: କରୋନା ଭାଇରସ ଏବେ ସାରା ବିଶ୍ୱ ପାଇଁ ଚିନ୍ତାର ବିଷୟ ପାଲଟିଛି। ଏଯାବତ ୧୪ ହଜାରରୁ ଅଧିକ ଲୋକଙ୍କର ଏହି ଭାଇରସରେ ମୃତ୍ୟୁ ଘଟିଛି। ଏହା ଏବେ ସମଗ୍ରମାନବ ଜାତି ପାଇଁ ବିପଦ ପାଲଟିଛି। ଏହାର ସୁରକ୍ଷା ପାଇଁ ଇଷ୍ଟୋନିଆ ଜାତିସଂଘ ସୁରକ୍ଷା ପରିଷଦରେ ପ୍ରସ୍ତାବ ଆଣିଛି। ମାର୍ଚ୍ଚ ୩୧ରେ ଏ ବାବଦରେ ବୈଠକ ପାଇଁ ଦାବି କରିଥିଲା। ତେବେ ଜାତିସଂଘରେ ଚାଇନାର ଭିଟୋ ପାଓ୍ୱାର ବା କ୍ଷମତା ରହିଥିବାରୁ ଏହି ପ୍ରସ୍ତାବିତ ବୈଠକକୁ ନେଇ ରାଜି ହୋଇନାହିଁ। ତେଣୁ ଏହି ବୈଠକ ଆଉ ହୋଇପାରିବ ନାହିଁ। ଏଥିପାଇଁ ଋଷିଆ ଏବଂ ଦକ୍ଷିଣ ଆଫ୍ରିକାର ସମର୍ଥନ ନେଇଛି ଚାଇନା।

ତେବେ କୂଟନୀତିଜ୍ଞଙ୍କ ସୂଚନା ଅନୁଯାୟୀ, ଋଷିଆ ଏବଂ ଦକ୍ଷିଣ ଆଫ୍ରିକା କହିଛନ୍ତି ଯେ ଭାଇରସ ବ୍ୟାପିବା ପରେ ବିଶ୍ୱର ଶାନ୍ତି ଏବଂ ସୁରକ୍ଷାକୁ ପ୍ରଭାବିତ କରିବାରେ ଏହାର ସିଧାସଳଖ ଲିଙ୍କ୍ ନାହିଁ। ତେଣୁ ଚାଇନା ଏହି ପ୍ରସ୍ତାବକୁ ଖାରଜ କରିଛି। ଚାଇନା ପାଖରେ ଭିଟୋ ପାଓ୍ୱାର ଥିବାରୁ ଆଲୋଚନା ପାଇଁ ତା’ର ସମର୍ଥନ ଆବଶ୍ୟକ ରହିଛି। ସୂଚନାଯୋଗ୍ୟ, ଦକ୍ଷିଣ ଆଫ୍ରିକା ଏବଂ ଋଷିଆ ହେଉଛନ୍ତି ଚାଇନାର ବ୍ୟବସାୟିକ ସହଯୋଗୀ।

ଇଷ୍ଟୋନିଆ ଯେଉଁ ପ୍ରସ୍ତାବ ଆଣିଥିଲା ସେଥିରେ ମୁଖ୍ୟ ପ୍ରସଙ୍ଗ ଥିଲା କୋଭିଡ-୧୯କୁ ନେଇ ସମସ୍ତ ଦେଶ ସ୍ୱଚ୍ଛତା ରଖିପାରିବେ। ଏହାର ଅର୍ଥ ସମସ୍ତ ଦେଶ ଭାଇରସ ବାବଦରେ ନିଜ ନିଜର ମତ ରଖିବେ। ଯାହାକି ସତ୍ୟ ହୋଇଥିବ। ଯାହାକୁ ଚାଇନା ନାପସନ୍ଦ କରୁଥିବା ଜଣାପଡ଼ିଛି।

ଅନ୍ୟପଟେ ଆମେରିକା ମଧ୍ୟ ଏ ବାବଦରେ ନିରବତା ଅବଲମ୍ୱନ କରିଛି। ବୋଧହୁଏ ଆମେରିକା ଏବଂ ଚାଇନା ପରସ୍ପର ବିରୋଧରେ ଯେଇଁ ବିଷେଦଗାର କରୁଥିଲେ ସେ ପ୍ରସଙ୍ଗକୁ ଭୁଲି ଏବେ ଭିତରେ ଭିତରେ ସଲାସୁତରା ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି। ହେଲେ ନିକଟରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନାକୁ ଚାଇନା ଭାଇରସ ବୋଲି କହିଥିବା ବେଳେ ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିୟୋ ଉହାନ ଭାଇରସ ବୋଲି କହିଥିଲେ। ପୂର୍ବରୁ ଏବୋଲା ଭାଇରସ ମଧ୍ୟ ସାରା ବିଶ୍ୱରେ ତାଣ୍ଡବ ରଚିଥିଲା। ସେତେବେଳେ ମଧ୍ୟ ଜାତିସଂଘ ସୁରକ୍ଷା ପରିଷଦରେ ଏବୋଲାକୁ ନେଇ ବୈଠକ ହୋଇଥିଲା।

ସୂଚନାଯୋଗ୍ୟ, ଏହି ଭାଇରସ ଚୀନର ହୁବେଇ ରାଜ୍ୟର ଉହାନ ସହରରୁ ଏହି ଭାଇରସ ବ୍ୟାପିଛି ବୋଲି କୁହାଯାଉଛି। ଭାଇରସର ସୃଷ୍ଟି ନେଇ ଚାଇନା ନିରବ ରହିଛି। ଭାଇରସ ବାବଦରେ ଅଧିକ ଗବେଷଣା କରିବାକୁ ଆମେରିକା ସରକାର ପ୍ରସ୍ତାବ ଦେଇଥିଲେ। ହେଲେ ଚାଇନା ସରକାର ପ୍ରତ୍ୟାଖ୍ୟାନ କରିଥିଲେ ବୋଲି ନିକଟରେ ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ୍ ପୋମ୍ପିୟୋ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos