ରୁଷ ପରେ ପ୍ରଥମ ଦେଶ ଭାବେ ସ୍ପୁଟନିକ-ଭିର ଟିକାକରଣ ଆରମ୍ଭ କଲା ଏହି ରାଷ୍ଟ୍ର

ମସ୍କୋ: ରୁଷ ପରେ ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ବେଲାରୁସ ନିଜ ଦେଶର ଲୋକଙ୍କୁ ସ୍ପୁଟନିକ-ଭି ଟିକା ଦେବା ଆରମ୍ଭ କରିଛି। ସ୍ପୁଟନିକ-ଭି ଟିକା ରୁଷ ପକ୍ଷରୁ ତିଆରି କରାଯାଇଛି। ଭାରତରେ ମଧ୍ୟ ଏହାର ପରୀକ୍ଷଣ ଚାଲିଛି। ହେଲେ ଏସବୁ ଭିତରେ ପ୍ରଥମେ ରୁଷ ଓ ଆଜିଠାରୁ ବେଲାରୁସ୍‌ରେ ଲୋକଙ୍କୁ ଏହି ଟିକା ଦିଆଯିବା ପ୍ରକ୍ରିୟା ଆରମ୍ଭ କରାଯାଇଛି। ରୁଷିଆନ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ(ଆରଡିଆଇଏଫ) ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ଆରଡିଆଇଏଫ କହିଛି ଯେ ବେଲାରୁସ […]

d

Hemant Lenka
  • Published: Tuesday, 29 December 2020
  • , Updated: 29 December 2020, 04:06 PM IST

ମସ୍କୋ: ରୁଷ ପରେ ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ବେଲାରୁସ ନିଜ ଦେଶର ଲୋକଙ୍କୁ ସ୍ପୁଟନିକ-ଭି ଟିକା ଦେବା ଆରମ୍ଭ କରିଛି। ସ୍ପୁଟନିକ-ଭି ଟିକା ରୁଷ ପକ୍ଷରୁ ତିଆରି କରାଯାଇଛି। ଭାରତରେ ମଧ୍ୟ ଏହାର ପରୀକ୍ଷଣ ଚାଲିଛି।

ହେଲେ ଏସବୁ ଭିତରେ ପ୍ରଥମେ ରୁଷ ଓ ଆଜିଠାରୁ ବେଲାରୁସ୍‌ରେ ଲୋକଙ୍କୁ ଏହି ଟିକା ଦିଆଯିବା ପ୍ରକ୍ରିୟା ଆରମ୍ଭ କରାଯାଇଛି। ରୁଷିଆନ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ(ଆରଡିଆଇଏଫ) ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି।

ଆରଡିଆଇଏଫ କହିଛି ଯେ ବେଲାରୁସ ସ୍ପୁଟନିକ ଭି ଟିକାକୁ ଭଲ ଭାବେ ଯାଞ୍ଚ କରିଥିଲା। ଏହା ସୁରକ୍ଷିତ ବୋଲି ପ୍ରମାଣିତ ହେବା ପରେ ବେଲାରୁସ ସ୍ପୁଟନିକ-ଭିର ଟିକାକରଣ ପାଇଁ ଅନୁମୋଦନ ଦେଇଛି। ରୁଷ ମଧ୍ୟ ପ୍ରଥମ ଦଫାରେ ଟିକାର ଡୋଜ ଗୁଡ଼ିକ ବେଲାରୁସକୁ ପଠାଇ ଦେଇଛି।

ବେଲାରୁସ ପ୍ରାୟ ୨୦୦,୦୦୦ ଲୋକଙ୍କୁ ପ୍ରଥମ ଦଫାରେ ସ୍ପୁଟନିକ-ଭି ଟିକା ଦେବାକୁ ଲକ୍ଷ୍ୟ ରଖିଛି। ଆରଡିଆଇଏଫ ହିଁ ରୁଷ ବାହାରେ ସ୍ପୁଟନିକ ଭିର ମାର୍କେଟିଂ କରୁଛି।

ହେଲେ ବେଲାରୁସକୁ କେତେ ଡୋଜ୍‌ ପଠାଯାଇଛି, ସେକଥା କହିନାହିଁ। ନଭେମ୍ବର ମାସରେ Belarusian pharmaceutical company Belpharmprom ସହ ଆରଡିଆଇଏଫ ସ୍ପୁଟନିକ ଭିର ଉତ୍ପାଦନ କରିବାକୁ ଚୁକ୍ତି କରିଥିଲା।

Related story