ଲାଡ଼େନକୁ ଧରାଇଥିବା କୁକୁର ଏବେ ମଧ୍ୟପ୍ରଦେଶ ପୁଲିସ ଫୋର୍ସରେ ...

ମୁମ୍ୱାଇ: ଓସାମା ବିନ୍‌ ଲାଡେନ ପରି ଆତଙ୍କବାଦୀକୁ ଧରିବାକୁ ଆମେରିକା ସମେତ ବିଶ୍ୱର ବହୁ ଦେଶକୁ ନାକେଦମ ହେବାକୁ ପଡ଼ିଥିଲା। ପରିଶେଷରେ ଆମେରିକୀୟ ସେନା ପାକିସ୍ତାନରେ ଲାଡେନଙ୍କୁ ଠାବ କରି ହତ୍ୟା କରିଥିଲେ। ଏଥିରେ  ଆମେରିକୀୟ ସେନାକୁ ସହାୟତା କରିଥିଲା ବେଲଜିୟନ ମାଲିନୋଇଜ ପ୍ରଜାତିର କୁକୁର। ଲାଡ଼େନକୁ ଧରିବା ଏବଂ ହତ୍ୟା ଲାଗି ହୋଇଥିବା ଟିମ୍‌ରେ ସାମିଲ ଏହି ପ୍ରଜାତିର କୁକୁର ଏବେ ମଧ୍ୟପ୍ରଦେଶ ପୁଲିସ ଡଗ୍‌ ସ୍କ୍ୱାର୍ଡରେ ସାମିଲ ହୋଇଛି। ଅଭିଯୁକ୍ତଙ୍କୁ ଧରିବା ତଥା ଚିହ୍ନଟ […]

dog-1...

dog-1...

Niharika Rout
  • Published: Tuesday, 16 April 2019
  • Updated: 16 April 2019, 01:44 PM IST

Sports

Latest News

ମୁମ୍ୱାଇ: ଓସାମା ବିନ୍‌ ଲାଡେନ ପରି ଆତଙ୍କବାଦୀକୁ ଧରିବାକୁ ଆମେରିକା ସମେତ ବିଶ୍ୱର ବହୁ ଦେଶକୁ ନାକେଦମ ହେବାକୁ ପଡ଼ିଥିଲା। ପରିଶେଷରେ ଆମେରିକୀୟ ସେନା ପାକିସ୍ତାନରେ ଲାଡେନଙ୍କୁ ଠାବ କରି ହତ୍ୟା କରିଥିଲେ। ଏଥିରେ  ଆମେରିକୀୟ ସେନାକୁ ସହାୟତା କରିଥିଲା ବେଲଜିୟନ ମାଲିନୋଇଜ ପ୍ରଜାତିର କୁକୁର। ଲାଡ଼େନକୁ ଧରିବା ଏବଂ ହତ୍ୟା ଲାଗି ହୋଇଥିବା ଟିମ୍‌ରେ ସାମିଲ ଏହି ପ୍ରଜାତିର କୁକୁର ଏବେ ମଧ୍ୟପ୍ରଦେଶ ପୁଲିସ ଡଗ୍‌ ସ୍କ୍ୱାର୍ଡରେ ସାମିଲ ହୋଇଛି।

ଅଭିଯୁକ୍ତଙ୍କୁ ଧରିବା ତଥା ଚିହ୍ନଟ କରିବା କ୍ଷେତ୍ରରେ ପୁଲିସ ଟିମ୍‌ରେ ସାମିଲ କୁକୁରଙ୍କର ମଧ୍ୟ ବଡ଼ ଭୂମିକା ଥାଏ। ଏହାକୁ ଆଖି ଆଗରେ ରଖି ମଧ୍ୟପ୍ରଦେଶ ପୁଲିସ ଟିମ୍‌ରେ ସାମିଲ ନିମନ୍ତେ  ୧୨ ଜର୍ମାନ ସେଫଡ଼୍‌, ୧୨ ଡୋବରମ୍ୟାନ୍‌ ଆଉ ୨ ଟି ବେଲଜିୟମ ମାଲିନୋଇଜ୍‌ କୁକୁରକୁ ହାଇଦ୍ରାବାଦରୁ ଅଣାଯାଇଛି । ଏମାନଙ୍କର ଆଘ୍ରାଣ ଶକ୍ତି ବହୁତ ପ୍ରଖର ଥିବା ବେଳେ କାମ କରିବାର ପଦ୍ଧତି ମଧ୍ୟ ଖୁବ୍‌ ଶାଣିତ। ତେଣୁ ପୁଲିସ୍‌ ବିଭାଗକୁ ମିଳୁଥିବା ସଫଳତାର ଶ୍ରେୟ ବହୁ ଭାଗରେ ଏମାନଙ୍କ ଖାତାକୁ ଯାଇଥାଏ ।

ବରିଷ୍ଠ ପୁଲିସ ଅଧିକାରୀଜଣକ କହିଛନ୍ତି, ଅନ୍ୟ ଦେଶର ପୁଲିସ ଡିପାର୍ଟମେଣ୍ଟରେ ମଧ୍ୟ ଡଗ୍‌ ସ୍କ୍ୱାର୍ଡକୁ ଗୁରୁତ୍ୱ ଦିଆଯାଉଛି। ବାହ୍ୟ ଶତ୍ରୁ ଆକ୍ରମଣରୁ ଆମ ଦେଶକୁ ସୁରକ୍ଷା ଯୋଗାଇବା ନିମନ୍ତେ ସୀମାରେ ମୁତୟନ ଥିବା ବିଏସଏଫ ଓ ଅନ୍ୟ ସୁରକ୍ଷା ବଳରେ ମଧ୍ୟ ଏହି କୁକୁର ସାମିଲ ଲାଗି ଯୋଜନା ହୋଇଛି।

ସେମାନଙ୍କ ନିମନ୍ତେ ୯ ମାସର  ଟ୍ରେନିଂ କୋର୍ସ ଯୋଜନା ଖସଡ଼ା ପ୍ରସ୍ତୁତ ହୋଇଛି। ଏହି ୯ ମାସ ଟ୍ରେନିଂ ସମୟରେ ପ୍ରତି କୁକୁର ପିଛା ଲକ୍ଷେ ଟଙ୍କା ଲେଖାଏ ଖର୍ଚ୍ଚ ହେବ।  ଔପଚାରିକ ଭାବେ ସେମାନେ ପୁଲିସ ସେବା ଆରମ୍ଭ କଲେ ପ୍ରତି କୁକୁର ପିଛା ୮ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାଯାଇଛି।

ଜଣେ ଅଧିକାରୀଙ୍କ କହିବା ମୁତାବକ ମଧ୍ୟପ୍ରଦେଶର କାହ୍ନା ଓ ପେଞ୍ଚ ଟାଇଗର ରିଜର୍ଭରରେ ଅବାଧ ପଶୁ ଶିକାର ରୋକିବାକୁ ବେଲଜିୟନ ମାଲିନୋଇଜ କୁକୁରକୁ ଟିମ୍‌ରେ ସାମିଲ କରାଯାଇଛି। ସେମାନେ ଯେକୌଣସି ନୂଆ ଜିନିଷ ଖୁବ୍‌ ଶୀଘ୍ର ଶିଖୁଥିବା ବେଳେ ସେମାନଙ୍କ ଆଘ୍ରାଣ ଶକ୍ତି ମଧ୍ୟ ପ୍ରବଳ ରହିଛି । ତେଣୁ ତାଙ୍କୁ ଖୁବ୍‌ ସହଜରେ ତାଲିମ ଦିଆଯାଇ ଖୁବ୍‌ ସହଜରେ ଯେକୌଣସି ଟିମ୍‌ରେ ସାମିଲ କରାଯାଇପାରିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story