Karnataka: Bengaluru Mayor Gangambike Mallikarjun paid Rs 500 fine for presenting a gift wrapped in plastic to Chief Minister BS Yediyurappa. Plastic was banned by Bruhat Bengaluru Mahanagara Palike (BBMP) in 2016. pic.twitter.com/4To7o9BAGQ
— ANI (@ANI) August 4, 2019
ତେବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିବା ଯୋଗୁ ଏହି ଜୋରିମାନା ଗଣି ନାହାନ୍ତି ବେଙ୍ଗାଲୁରୁ ମେୟର। ବରଂ ମୁଖ୍ୟମନ୍ତ୍ରୀଙ୍କୁ ସେ ଯେଉଁ ଉପହାର ଦେଇଛନ୍ତି, ସେଥିପାଇଁ ତଣ୍ଡ ଗଣିଛନ୍ତି। ଯେଉଁ ଉପହାର ସେ ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପାଙ୍କୁ ଦେଇଛନ୍ତି ତାହା ପ୍ଲାଷ୍ଟିକରେ ଘୋଡ଼ା ଯାଇଥିଲା। ବେଙ୍ଗାଲୁରୁ ମହାନଗର ନିଗମରେ ପ୍ଲାଷ୍ଟିକ୍ ବ୍ୟାନ୍ ହୋଇଥିବାରୁ ଜୋରିମାନା ଗଣିଛନ୍ତି ମେୟର। ତେବେ ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପାଙ୍କୁ ମେୟର ଶ୍ରୀ ମଲ୍ଲିକାର୍ଜୁନ ନିକଟରେ ଭେଟିଥିଲେ ବୋଲି ଏଏନଆଇ ସ୍ପଷ୍ଟ କରିଛି।
ମହାନଗର ନିଗମ ମେୟରଙ୍କ ଉପରେ ଜୋରିମାନା ଲଗାଇବା ପରେ ସେ ବିନା କୌଣସି ପ୍ରତିବାଦରେ ଜୋରିମାନା ଦେଇଥିଲେ। ସୂଚନାଯୋଗ୍ୟ, ୨୦୧୬ରେ କର୍ଣ୍ନାଟକାରେ ପ୍ଲାଷ୍ଟିକ୍ ବ୍ୟାନ୍ ହୋଇଛି।