ପୁଣି ଚାଷୀ-କେନ୍ଦ୍ର ଆଲୋଚନା ଫେଲ୍‌: ୮ରେ ଭାରତ ବନ୍ଦ, ୯ରେ ବୈଠକ

ନୂଆଦିଲ୍ଲୀ: ପୁଣିଥରେ ଫେଲ ମାରିଛି କେନ୍ଦ୍ର ଓ ଚାଷୀଙ୍କ ମଧ୍ୟରେ ଆଲୋଚନା। କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ କରୁଥିବା ଚାଷୀଙ୍କୁ ଆଜି କେନ୍ଦ୍ର ସରକାର ଦୀର୍ଘ ୫ ଘଣ୍ଟା ଧରି ବୁଝାଇଥିଲେ ହେଁ କୌଣସି ସୁଫଳ ମିଳିନାହିଁ। ଆଜିର ବୈଠକରେ ଚାଷୀମାନେ ୩ଟି ଯାକ କୃଷି ଆଇନ ଉଚ୍ଛେଦ ଦାବିରେ ଅଟଳ ରହିଥିଲେ। କେନ୍ଦ୍ର ସରକାର ଯେତେ ଯାହା କହିଥିଲେ ହେଁ ଚାଷୀମାନେ ରାଜି ହୋଇନାହାନ୍ତି। ତେଣୁ ପୁଣିଥରେ ୯ ତାରିଖ ଦିନ ୧୧ରେ ଦିଲ୍ଲୀର […]

gt

Hemant Lenka
  • Published: Saturday, 05 December 2020
  • , Updated: 05 December 2020, 07:29 PM IST

ନୂଆଦିଲ୍ଲୀ: ପୁଣିଥରେ ଫେଲ ମାରିଛି କେନ୍ଦ୍ର ଓ ଚାଷୀଙ୍କ ମଧ୍ୟରେ ଆଲୋଚନା। କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ କରୁଥିବା ଚାଷୀଙ୍କୁ ଆଜି କେନ୍ଦ୍ର ସରକାର ଦୀର୍ଘ ୫ ଘଣ୍ଟା ଧରି ବୁଝାଇଥିଲେ ହେଁ କୌଣସି ସୁଫଳ ମିଳିନାହିଁ। ଆଜିର ବୈଠକରେ ଚାଷୀମାନେ ୩ଟି ଯାକ କୃଷି ଆଇନ ଉଚ୍ଛେଦ ଦାବିରେ ଅଟଳ ରହିଥିଲେ।

କେନ୍ଦ୍ର ସରକାର ଯେତେ ଯାହା କହିଥିଲେ ହେଁ ଚାଷୀମାନେ ରାଜି ହୋଇନାହାନ୍ତି। ତେଣୁ ପୁଣିଥରେ ୯ ତାରିଖ ଦିନ ୧୧ରେ ଦିଲ୍ଲୀର ବିଜ୍ଞାନ ଭବନରେ କେନ୍ଦ୍ର ଓ ଚାଷୀ ପ୍ରତିନିଧିଙ୍କ ମଧ୍ୟରେ ବୈଠକ ବସିବ। ଏହାର ଅର୍ଥ ଚାଷୀମାନେ ପୂର୍ବଭଳି ଦିଲ୍ଲୀର ରାଜରାସ୍ତାରେ ଆନ୍ଦୋଳନ କରିବେ ଓ ୮ ତାରିଖରେ ଭାରତ ବନ୍ଦ ପାଳନ କରିବେ ବୋଲି ବୈଠକ ପରେ ଘୋଷଣା କରିଛନ୍ତି।

ଆଜି ଦିନ ୨ଟାରୁ ସନ୍ଧ୍ୟା ୭ଟା ଯାଏ ୪୧ ଚାଷୀ ପ୍ରତିନିଧିଙ୍କ ସହ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋଏଲ ଓ ବରିଷ୍ଠ ଅଧିକାରୀମାନେ ଆଲୋଚନା କରିଥିଲେ। ଆଲୋଚନା ବେଳେ ଚାଷୀମାନେ ଦାବି କରିଥିବା ଏମଏସପି ଓ ମଣ୍ଡି ବାବଦରେ ସରକାର ଲିଖିତ ଭାବେ ପ୍ରତିଶ୍ରୁତି ଦେବାକୁ ରାଜି ହୋଇଥିଲେ।

ତଥାପି ଚାଷୀମାନେ ୩ଟି ଯାକ ଆଇନ ଉଚ୍ଛେଦ ଜିଦ୍‌ରେ ଅଟଳ ରହିଥିଲେ। ଏ ବିଷୟରେ ଆଲୋଚନା କରିବା ପାଇଁ କେନ୍ଦ୍ର ସରକାର ଚାଷୀଙ୍କ ଠାରୁ କିଛି ସମୟ ମାଗିଥିଲେ। ପ୍ରଥମେ ସୋମବାର ଆଉ ଗୋଟିଏ ରାଉଣ୍ଡ ବୈଠକ ବସିବା ଉଚିତ ବୋଲି କୃଷିମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ।

ପରବର୍ତ୍ତୀ ଅବସ୍ଥାରେ ଏହା ୯ ତାରିଖରେ ବସିବ ବୋଲି ନିଷ୍ପତ୍ତି ହୋଇଛି। ୯ ତାରିଖ ସୁଦ୍ଧା କେନ୍ଦ୍ର ସରକାର ଗୋଟିଏ ଡ୍ରାଫ୍ଟ ପ୍ରସ୍ତୁତ କରି ଚାଷୀ ପ୍ରତିନିଧିଙ୍କୁ ଦେବେ। ଏହା ପୂର୍ବରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବୈଠକ ହେବ। ଚାଷୀମାନେ ଉକ୍ତ ଡ୍ରାଫ୍ଟକୁ ପଢ଼ିବା ପରେ ବିଜ୍ଞାନ ଭବନକୁ ବୈଠକ ପାଇଁ ଆସିବେ ବୋଲି ଜଣାପଡ଼ିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ବୈଠକ ବେଳେ ଚାଷୀ ପ୍ରତିନିଧିମାନେ ସେମାନଙ୍କ ଦାବି ଉପସ୍ଥାପନ କରି କହିଥିଲେ ଯେ କାନାଡା ସରକାର ଚାଷୀ ଆନ୍ଦୋଳନ କଥା କହୁଛନ୍ତି। ହେଲେ ଭାରତ ସରକାର ଆମ ଦାବିକୁ ଗୁରୁତ୍ୱ ଦେଉନାହାନ୍ତି। ସରକାର ଚାହୁଁଛନ୍ତି ଆମେ ଏମିତି ରାଜରାସ୍ତାରେ ପଡ଼ି ରହୁ ବୋଲି। ଯଦି ସରକାର ଏମିତି ଚାହୁଁଛନ୍ତି, ତା’ହେଲେ ଆମେ ବର୍ଷ ତମାମ ଆନ୍ଦୋଳନ କରିବୁ। ଆମେ ନିଜ ସହ ବର୍ଷେ ଯାଏ ରାସନ ଧରି ଆସିଛୁ। ସରକାର ଯାହା କରିବାର ଅଛି କରନ୍ତୁ ଓ ଆମେ ଯାହା କରିବାରୁ ଅଛୁ କରିବୁ।

ଏହା ଶୁଣି ସରକାର ସାମାନ୍ୟ ନରମ ଆଭିମୁଖ୍ୟ ପୋଷଣ କରିଥିଲେ। ଚାଷୀଙ୍କ ଦାବି ସମ୍ପର୍କରେ ଆଉ ଥରେ ବରିଷ୍ଠ ମନ୍ତ୍ରୀଙ୍କ ସହ ଆଲୋଚନା ପାଇଁ ସମୟ ମାଗିବାରୁ ଚାଷୀ ପ୍ରତିନିଧିମାନେ ଏଥିରେ ରାଜି ହୋଇଥିଲେ। ବୈଠକ ବେଳେ ଚାଷୀମାନେ ୟେସ ଆଣ୍ଡ ନୋର ଦୁଇ ପ୍ଲାକାର୍ଡ ଧରିଥିଲେ।

ସେମାନେ ବିଜ୍ଞାନ ଭବନରେ ନିରବ ଧାରଣ ଦେବା ସହ ଆଇନ ଉଚ୍ଛେଦ ହେବ କି ନାହିଁ ପ୍ରଶ୍ନ କରିଥିଲେ। ଏଥିସହ ଆଇନ ଉଚ୍ଛେଦ ନ କରି ଏଭଳି କେବଳ ଆଲୋଚନା କରିବାର ମୂଲ୍ୟ କିଛି ନାହିଁ ବୋଲି ସେମାନେ କହିଥିଲେ।

ବୈଠକରେ ପରେ ଚାଷୀ ନେତା ବୁଟା ସିଂହ କହିଛନ୍ତି, ସରକାର ଯେଉଁ ପର୍ଯ୍ୟନ୍ତ ଆଇନ ପ୍ରତ୍ୟାହାର କରିନାହାନ୍ତି, ସେ ଯାଏ ଆନ୍ଦୋଳନ ବନ୍ଦ ହେବାର ପ୍ରଶ୍ନ ଉଠୁନାହିଁ। ପୂର୍ବ ଯୋଜନା ମୁତାବକ ଆମେ ରାସ୍ତା ରୋକ କରିବକୁ ଓ ୮ରେ ଭାରତ ବନ୍ଦ ମଧ୍ୟ ପାଳନ କରିବୁ।

Related story