ଭାରତକୁ ­ବଂଶାନୁକ୍ରମ ଶାସନ ପଦ୍ଧତ୍ତିରେ ପରିଣତ କରିବାକୁ ଚାହୁଁଥିଲେ ଇନ୍ଦିରା ଗାନ୍ଧୀ: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: “­­ଭାରତକୁ ­ବଂଶାନୁକ୍ରମ ଶାସନ ପଦ୍ଧତ୍ତିରେ ପରିଣତ କରିବାକୁ କଂଗ୍ରେସ ଚାହୁଁଥିଲା। ଏଥିପାଇଁ ଦେଶକୁ ଖଣ୍ଡବିଖଣ୍ଡିତ କରିବାକୁ ଚାହୁଁଥିଲା।” ଦେଶରେ ଜରୁରୀକାଳୀନ ପରିସ୍ଥିତି ୪୧ ବର୍ଷ ପୂର୍ତ୍ତି ଅବସରରେ ଆଜି କଂଗ୍ରେସର ବରିଷ୍ଠ ନେତୃବୃନ୍ଦଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ। କଂଗ୍ରେସ ଓ ନେତୃବୃନ୍ଦଙ୍କୁ କଡ଼ା ସମାଲୋଚନା କରି କହିଛନ୍ତି,“ସ୍ୱାଧୀନତା ପରେ ଯଦି ଦେଖାଯାଏ ଦେଶରେ ବଂଶାନୁକ୍ରମ ଶାସନ ପଦ୍ଧତ୍ତି ଲାଗୁ କରିବାକୁ ସ୍ୱର୍ଗତ ଇନ୍ଦିରା ଗାନ୍ଧୀ ଚାହୁଁଥିଲେ। ଯେତେବେଳେ ଦେଶରେ ଅର୍ଥନୈତିକ ବିକାଶ ଆରମ୍ଭ […]

arunjaitely

Rakesh Mallick
  • Published: Sunday, 26 June 2016
  • , Updated: 26 June 2016, 07:13 PM IST

ନୂଆଦିଲ୍ଲୀ: “­­ଭାରତକୁ ­ବଂଶାନୁକ୍ରମ ଶାସନ ପଦ୍ଧତ୍ତିରେ ପରିଣତ କରିବାକୁ କଂଗ୍ରେସ ଚାହୁଁଥିଲା। ଏଥିପାଇଁ ଦେଶକୁ ଖଣ୍ଡବିଖଣ୍ଡିତ କରିବାକୁ ଚାହୁଁଥିଲା।” ଦେଶରେ ଜରୁରୀକାଳୀନ ପରିସ୍ଥିତି ୪୧ ବର୍ଷ ପୂର୍ତ୍ତି ଅବସରରେ ଆଜି କଂଗ୍ରେସର ବରିଷ୍ଠ ନେତୃବୃନ୍ଦଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ।

କଂଗ୍ରେସ ଓ ନେତୃବୃନ୍ଦଙ୍କୁ କଡ଼ା ସମାଲୋଚନା କରି କହିଛନ୍ତି,“ସ୍ୱାଧୀନତା ପରେ ଯଦି ଦେଖାଯାଏ ଦେଶରେ ବଂଶାନୁକ୍ରମ ଶାସନ ପଦ୍ଧତ୍ତି ଲାଗୁ କରିବାକୁ ସ୍ୱର୍ଗତ ଇନ୍ଦିରା ଗାନ୍ଧୀ ଚାହୁଁଥିଲେ। ଯେତେବେଳେ ଦେଶରେ ଅର୍ଥନୈତିକ ବିକାଶ ଆରମ୍ଭ ହେବା କଥା ତାହା ହୋଇପାରିଲା ନାହିଁ। ଏହା ୨ ଦଶନ୍ଧି ଧରି ଚାଲିଲା। ଏହାପରେ ସେ ୧୯୭୫ରେ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଲାଗୁ କରି ଗଣତନ୍ତ୍ରକୁ ମାରି ଦେଇଥିଲେ। ସେହିଦିନଠାରୁ ଦେଶର ବିକାଶରେ ବାଧା ଘଟିଥିଲା। ତାହା ଫଳ ଏବେ ଆମେ ଭୋଗୁଛୁ।”

Related story