ଭୀମ ଆପରେ ହେଉଛି ରେଳ ଟିକେଟ୍ ବୁକିଂ

ଏବେ ଭୀମ ଆପ୍‌ରେ ରେଳ ରିଜର୍ଭେସନ୍ ଟିକେଟ୍ ବୁକିଂ କରିପାରିବେ। ଡିସେମ୍ବର ୧ ତାରିଖରୁ ଏହି ସୁବିଧା ଆରମ୍ଭ ହୋଇଯ।ଇଛି। ଏହି ସୁବିଧା ଦେଶର ସବୁ ରିଜର୍ଭେସନ୍‌ କେନ୍ଦ୍ରରେ ଲାଗୁ ହୋଇଛି। କ୍ୟାସ୍‌ଲେସ୍‌ କାରବାରକୁ ପ୍ରୋତ୍ସାହନ ଦେବାକୁ ରେଳ ମନ୍ତ୍ରାଳୟ ତରଫରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। ରେଳବାଇ ବୋର୍ଡର ସଦସ୍ୟ ଟ୍ରାଫିକ୍ ମହମ୍ମଦ ଜାମ୍‌ଶେଦ୍ ଏନେଇ ପୂର୍ବରୁ ସୂଚନା ଦେଇଥିଲେ। ସେ କହିଥିଲେ-  “ଦେଶର ୩୦୦୦ରୁ ଊର୍ଦ୍ଧ୍ୱ ରେଳବାଇ ରିଜର୍ଭେସନ୍ ସେଣ୍ଟର ବା ପିଆର୍‌ଏସ୍‌ କାଉଣ୍ଟରରେ […]

bhim-irctc

bhim-irctc

Rakesh Mallick
  • Published: Monday, 04 December 2017
  • Updated: 04 December 2017, 06:15 PM IST

Sports

Latest News

ଏବେ ଭୀମ ଆପ୍‌ରେ ରେଳ ରିଜର୍ଭେସନ୍ ଟିକେଟ୍ ବୁକିଂ କରିପାରିବେ। ଡିସେମ୍ବର ୧ ତାରିଖରୁ ଏହି ସୁବିଧା ଆରମ୍ଭ ହୋଇଯ।ଇଛି। ଏହି ସୁବିଧା ଦେଶର ସବୁ ରିଜର୍ଭେସନ୍‌ କେନ୍ଦ୍ରରେ ଲାଗୁ ହୋଇଛି। କ୍ୟାସ୍‌ଲେସ୍‌ କାରବାରକୁ ପ୍ରୋତ୍ସାହନ ଦେବାକୁ ରେଳ ମନ୍ତ୍ରାଳୟ ତରଫରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। ରେଳବାଇ ବୋର୍ଡର ସଦସ୍ୟ ଟ୍ରାଫିକ୍ ମହମ୍ମଦ ଜାମ୍‌ଶେଦ୍ ଏନେଇ ପୂର୍ବରୁ ସୂଚନା ଦେଇଥିଲେ। ସେ କହିଥିଲେ-  “ଦେଶର ୩୦୦୦ରୁ ଊର୍ଦ୍ଧ୍ୱ ରେଳବାଇ ରିଜର୍ଭେସନ୍ ସେଣ୍ଟର ବା ପିଆର୍‌ଏସ୍‌ କାଉଣ୍ଟରରେ ଏହି ଆପ୍ ମାଧ୍ୟମରେ ଟିକେଟ୍ ବୁକିଂ ବ୍ୟାବସ୍ତା ଆରମ୍ବ କରାଯିବ।”

ରେଳମନ୍ତ୍ରାଳୟ ଅନୁଯାୟୀ ବିମୁଦ୍ରିକରଣ ପୂର୍ବରୁ ପାଖାପାଖି ୫୮ ପ୍ରତିଶତ ରିଜର୍ଭେସନ୍‌ ଟିକେଟ୍ ଅନଲାଇନ୍‌ରେ ବୁକିଂ ହେଉଥିଲା। ୨୦୧୬ ଅକ୍ଟୋବର ମାସ ପରେ ଏହା ୭୦ ପ୍ରତିଶତକୁ ବୃଦ୍ଧି ପାଇଛି।

ଜମଶେଦ୍‌ଙ୍କ କହିବା ଅନୁସାରେ ଦେଶରେ ପ୍ରତ୍ୟେକ ଦିନ ପାଖାପାଖି ୧୫ ଲକ୍ଷ ଟିକେଟ୍ ବୁକ କରାଯାଇଥାଏ। ଏଥିମଧ୍ୟରୁ ୬ ଲକ୍ଷ ଟିକେଟ ରିଜର୍ଭେସନ୍‌ ସେଣ୍ଟରରେ କରାଯାଇଥାଏ। ସେଣ୍ଟର ଗୁଡ଼ିକରେ କ୍ରେଡିଟ୍ କିମ୍ବା ଡେବିଟ୍ କାର୍ଡ ମାଧ୍ୟମରେ ଟିକେଟ୍ ବୁକିଂ କରିବାର ବ୍ୟବସ୍ଥା  ଥିବା ବେଳେ ଲୋକମନେ କ୍ୟାସ୍ ଦେଇ ମଧ୍ୟ ଟିକେଟ ବୁକିଂ କରୁଛନ୍ତି। ଭୀମ ଆପ୍‌ ଜରିଆରେ ଟିକେଟ୍ ବୁକିଂ କଲେ ଖୁବ କମ୍ ସମୟରେ ପ୍ରେମେଣ୍ଟ ସହିତ ଟିକେଟ୍ ବୁକିଂ ସହଜ ହେବ। ସେଥିପାଇଁ  ରେଳବାଇ ଏଭଳି ନିଷ୍ପତ୍ତି ନେଇଛି ବୋଲି ଜାମ୍‌ଶେଦ୍ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos