ଭୋପାଲ୍: ଭିଡିଓ କଲିଂରେ ସାଙ୍ଗ ସହିତ କଥା ହେଉଥିଲେ। ହଠାତ୍ ନିଜ ମୁଣ୍ଡକୁ ଗୁଳି କରି ଦେଲେ। ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି।
ଘଟଣାଟି ମଧ୍ୟପ୍ରଦେଶରର ଗ୍ୱାଲିଅରରେ ଘଟିଛି। ମୃତ ଯୁବତୀଙ୍କ ନାଁ କରିସ୍ମା ଯାଦବ। ତାଙ୍କୁ ୨୧ ବର୍ଷ ହୋଇଥିଲା।
ଏ ଘଟଣା ବେଳେ ଯୁବତୀଙ୍କ ଘରେ ଆଉ କେହି ନଥିଲେ। ତାଙ୍କ ଭାଇ ବଜାର ଯାଇଥିଲେ। ଫେରିଲା ପରେ ଦେଖିଲେ ଭଉଣୀ ରକ୍ତ ଜୁଡୁବୁଡ଼ୁ ହୋଇ ପଡ଼ିଛନ୍ତି। ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।
ମିଳିଥିବା ସୂଚନା ମୁତାବକ ବାପାଙ୍କ ରିଭଲ୍ଭର୍ରେ ଖେଳୁ ଖେଳୁ ସେ ନିଜକୁ ଗୁଳି କରି ଦେଇଥିଲେ।
କରିସ୍ମାଙ୍କ ବାପା ସେନାରେ ସୁବେଦାର ଥିଲେ। ଏ ଘଟଣା ଘଟିବା ବେଳେ ସେ ସହର ବାହାରେ ଥିଲେ।
କରିସ୍ମାଙ୍କ ସହିତ ଭିଡିଓ କଲିଂରେ ଯେଉଁ ସାଙ୍ଗ ଥିଲେ, ସେ କହିଛନ୍ତି,“କରିସ୍ମା କଥା ହେଉଥିବା ବେଳେ ମୁଣ୍ଡ ଉପରେ ରିଭଲ୍ଭର ରଖି କହିଥିଲେ ଯେ ସେ ତାଙ୍କ ଭାଗ୍ୟ ପରୀକ୍ଷା କରିବା ପାଇଁ ଯାଉଛନ୍ତି। ତା’ପରେ ଇଣ୍ଟରନେଟ୍ ସଂଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ତା’ପରେ କ’ଣ ହେଲା ମୁଁ ଜାଣିପାରିଲିନି।”
ପୁଲିସ୍ ଘଟଣାର ତଦନ୍ତ କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଭଡ଼ା ଘରୁ ମିଳିଲା ସିମ୍ରନଙ୍କ ମୃତଦେହ
ସିମ୍ରନଙ୍କ ମୃତ୍ୟୁ ଘଟିଥିବା ନେଇ ପ୍ରଥମେ ତାଙ୍କର ଜଣେ ସାଙ୍ଗ ଜାଣିବାକୁ ପାଇଥିଲେ। ସେ ସଙ୍ଗେ ସଙ୍ଗେ ପୁଲିସକୁ ଖବର ଦେଇଥିଲେ। ପୁଲିସ ମୃତଦେହକୁ ଜବତ କରି ଡାକ୍ତରଖାନାକୁ ପଠାଇବା ସହିତ ଘଟଣାସ୍ଥଳରେ ଯାଞ୍ଚ କରିଛି।
Politics
ନିଜକୁ ଚାବୁକରେ ମାରିଲେ ଆନ୍ନାମଲାଇ, ଦେଖନ୍ତୁ ଭିଡିଓ
ଆନ୍ନା ୟୁନିଭର୍ସିଟି କ୍ୟାମ୍ପସରେ ଦୁଷ୍କର୍ମର ଶିକାର ହୋଇଥିବା ପୀଡ଼ିତାଙ୍କ ପାଇଁ ନ୍ୟାୟ ଦାବି କଲେ। ୪୮ ଦିନ ଉପବାସରେ ରହିବେ ଓ ଚପଲ ନପିନ୍ଧିବାକୁ କରିଛନ୍ତି ଘୋଷଣା।
National
ଇଡି ଜାଲରେ କେନ୍ଦ୍ର ମନ୍ତ୍ରୀ ଚିରାଗ ପାଶ୍ୱାନଙ୍କ ସହଯୋଗୀ
୨୦୧୨ ମସିହା ଜୁନ୍ ୧ ତାରିଖରେ ବିହାରର ଭୋଜପୁର ଜିଲ୍ଲାରେ କିଛି ଅଜଣା ଆତତାୟୀ ରଣବୀର ସେନାର ପ୍ରତିଷ୍ଠାତା ଓ ମୁଖ୍ୟ ବ୍ରହ୍ମେଶ୍ୱର ସିଂହ ମୁଖିଆଙ୍କୁ ଗୁଳି କରି ହତ୍ୟା କରିଥିଲେ। ସିବିଆଇ ତା’ ଚାର୍ଜଶିଟରେ ଅଭିଯୋଗ କରିଥିଲା ଯେ ମୁଖିଆଙ୍କୁ ହତ୍ୟା କରିବା ପଛରେ ରହିଛି ହୁଲାସ ପାଣ୍ଡେଙ୍କ ଷଡ଼ଯନ୍ତ୍ର।
National
ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ କଲେ ମନମୋହନଙ୍କ ଶେଷ ଦର୍ଶନ, କାଲି ହେବ ଅନ୍ତିମ ସତ୍କାର
ଗତକାଲି ବିଳମ୍ବିତ ରାତିରେ ସ୍ୱର୍ଗତ ସିଂହଙ୍କ ପାର୍ଥିବ ଶରୀର ତାଙ୍କ ବାସଭବନରେ ପହଞ୍ଚିଥିଲା। ଆଜି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବହୁ ମାଣ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିଛନ୍ତି। ଆସନ୍ତାକାଲି ଦିଲ୍ଲୀର ଶକ୍ତି ସ୍ଥଳରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ।